ରାଜ୍ୟ

ଲାଞ୍ଚନେବା ମାମଲାରେ ଭିଏଲଡବ୍ଲ୍ୟୁଙ୍କୁ ୨ ବର୍ଷ କାରାଦଣ୍ଡ – Ibnodisha

[ad_1]

କଟକ: ରାଜ୍ୟ ସରକାରଙ୍କ ମୋ କୁଡ଼ିଆ ଯୋଜନାରେ ଘର ପ୍ରଦାନ ପାଇଁ ହିତାଧିକାରୀଙ୍କଠାରୁ ଲାଞ୍ଚ ନେବା ମାମଲାରେ ଅବସରପ୍ରାପ୍ତ ଭିଏଲଡବ୍ଲ୍ୟୁ ଭିଜିଲାନ୍ସ ଦ୍ୱାରା ଦଣ୍ଡିତ ହୋଇଛନ୍ତି । ଭିଏଲଡବ୍ଲ୍ୟୁ ଜଣକ ହେଲେ ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କଙ୍କଡ଼ାପାଳ ପଞ୍ଚାୟତର ଅବସରପ୍ରାପ୍ତ ଭିଏଲଡବ୍ଲ୍ୟୁ ଅଶୋକ କୁମାର ନାୟକ ।

କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦୦୦୦ ଟଙ୍କା ଜରିମାନା ପ୍ରଦାନ ନିମନ୍ତେ ମଙ୍ଗଳବାର ରାୟ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗ କରିବାକୁ ଆଦେଶ ରହିଛି । ଦୋଷୀ ଭିଏଲଡବ୍ଲ୍ୟୁଙ୍କ ପେନ୍‌ସନ୍ ବନ୍ଦ ନିମନ୍ତେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରାଯିବ ବୋଲି ଜଣାପଡିିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button