ରାଜ୍ୟ

ସରକାରୀ ଭତ୍ତା ଯୋଜନାରୁ ବଞ୍ଚିତ ବହୁ ହିତାଧିକାରୀ – Ibnodisha

[ad_1]

ରାଉରକେଲା : ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଆଜି ଜନନୀ ସମ୍ପର୍କ ଅଭିଯାନରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ସେକ୍ଟର ୫ ଗୋଲଘରର ଲକ୍ଷ୍ମୀ ପଲ୍ଲୀ ଅଞ୍ଚଳ ପରିଦର୍ଶନ କରି ମା ଭଉଣୀ ମାନଙ୍କ ସହିତ ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ଭଲ ମନ୍ଦ ପଚାରି ବୁଝିଥିଲେ | ମା ଭଉଣୀ ମାନେ ଅଞ୍ଚଳର ଏବଂ ଅଞ୍ଚଳରେ ରହୁଥିବା ଜନସାଧାରଣଙ୍କ ବିଭିନ୍ନ ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ଉପରେ ମଧ୍ୟ ଅବଗତ କରାଇଥିଲେ |

ଏହି ଅଞ୍ଚଳରେ ବସବାସ କରୁଥିବା ବୁଢା,ବୁଢ଼ୀ,ବିଧବା,ଭିନ୍ନକ୍ଷମ ଅଛନ୍ତି ଯେଉଁ ମାନେ ସରକାରଙ୍କ ଅନ୍ତର୍ଭୁକ୍ତ ଯୋଜନା ଭତ୍ତା ଯୋଜନା ପାଇବାରୁ ବଞ୍ଚିତ ଅଛନ୍ତି ଏବଂ ବହୁ ଗରିବ ପରିବାର ଅଛନ୍ତି ଯେଉଁ ମାନେ ରାସନ କାର୍ଡ ପାଇବାରୁ ମଧ୍ୟ ବଞ୍ଚିତ ଅଛନ୍ତି ଏପରି ପରିସ୍ଥିତି ରେ ମା ଭଉଣୀମାନେ କିପରି ସରକାରଙ୍କର ଥିବା ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ଏହି ବିଷୟରେ ଅବଗତ କରାଇବା ସହିତ ଯୋଜନା ସବୁ କେଉଁ ମାଧ୍ୟମରେ ସରକାରୀ ସ୍ତରରେ ଅନ୍ତର୍ଭୁକ୍ତ ହୋଇପାରିବ ସେ ବିଷୟରେ ମଧ୍ୟ ଅବଗତ କରାଇଥିଲେ |ଏହି ଅଞ୍ଚଳର ମା ଭଉଣୀମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ | ପରିଶେଷରେ ଏହି ଅଞ୍ଚଳର ଥିବା ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା ସରକାରଙ୍କ ସହଯୋଗରେ ସମସ୍ୟା  ସମାଧାନ କରିବେ ବୋଲି ପ୍ରଶାନ୍ତ ସେଠୀ ପ୍ରତିଶୃତି ଦେଇଥିଲେ |

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button