ରାଜ୍ୟ

ସାମ୍ବାଦିକାଙ୍କ ବିରୋଧରେ ଠକେଇ ଅଭିଯୋଗ

ଭୁବନେଶ୍ବର‌: ଲୋକସେବା ଭବନରେ ଚାକିରି କରାଇ ଦେବା ନାଁରେ ଜଣେ ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି। ଭୁବନେଶ୍ବରରେ ଏକ ୱେବ୍‌ମିଡିଆରେ କାମ କରୁଥିବା ସାମ୍ବାଦିକା ନଗଦ ୭୦ ଭରି ସୁନା ଗହଣା, ୧୨ ଲକ୍ଷ ନଗଦ ଟଙ୍କା ଓ ଦାମୀ ମୋବାଇଲ୍‌ ଫୋନ୍‌ ଠକି ନେଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଅଭିଯୋଗକାରୀ ହେଉଛନ୍ତି  କନ୍ଦରପୁର ଅଞ୍ଚଳର ଜ୍ୟୋତିରଞ୍ଜନ ପଣ୍ଡା(୨୮)।ଲୋକସେବା ଭବନରେ ଚାକିରି କରାଇଦେବେ କହି ସୁନା, ଟଙ୍କା ନେଇଥିଲେ

ତାଙ୍କ ଅଭିଯୋଗ ଅନୁସାରେ ସମ୍ପୃକ୍ତ ସାମ୍ବାଦିକା ରାଜଧାନୀର ଏକ ୱେବ୍‌ ମିଡିଆରେ କାମ କରନ୍ତି। ତାଙ୍କୁ ଲୋକସେବା ଭବନରେ ଚାକିରି କରାଇଦେବାକୁ କହି ତାଙ୍କ ଠାରୁ ଦଫା ଦଫାରେ ନଗଦ ଟଙ୍କା ସହ ସୁନା ଓ ମୋବାଇଲ୍‌ ନେଇଥିଲେ। ହେଲେ ପରେ ଆଉ ଧରା ଛୁଆଁ ଦେଇନଥିଲେ। ମୋବାଇଲ୍‌ ଫୋନ୍‌ ଉଠାଇ ନଥିଲେ। ଜ୍ୟୋତି ସମ୍ପୃକ୍ତ ୱେବ୍‌ ମିଡିଆ ଅଫିସ୍‌ରେ ପହଞ୍ଚିବାରୁ ସେ ଦେଖା ଦେଇ ନଥିଲେ। ସୌ ଚାକିରି ଛାଡ଼ି ଦେଇଥିବା ମାଲିକ କହି ଜ୍ୟୋତିଙ୍କୁ ବିଦା କରିଦେଇଥିଲେ। ଏଣୁ ସେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button