ରାଜ୍ୟ

ଫେରାର୍ ୨ ନିଶା ମାଫିଆ ଗିରଫ: ଦେଢ଼ ବର୍ଷ ପରେ ଏସ୍‌ଟିଏଫ୍‌ ଜାଲରେ ଫସିଲେ – Ibnodisha

[ad_1]

ଭୁବନେଶ୍ବର: ଦୀର୍ଘ ଦିନ ଧରି ଫେରାର୍‌ ଥିବା ଦୁଇ କୁଖ୍ୟାତ ନିଶା ମାଫିଆ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଜାଲରେ ଫସିଛନ୍ତି। ପ୍ରାୟ ଦେଢ଼ ବର୍ଷ କ‌ାଳ ଏସ୍‌ଟିଏଫ୍‌ ସହ ଲୁଚକାଳି ଖେଳିବା ପରେ ଧରାପଡ଼ିଥିବା ଅଭିଯୁକ୍ତଦ୍ବୟ ହେଲେ ପୁରୀ ଜିଲ୍ଲା ପିପିଲି ଥାନା ଦାନଗୋହିରୀ ଅଞ୍ଚଳର ମହମ୍ମଦ ସଦାମ୍‌ ଓ ନୟାଗଡ଼ ଫତେଗଡ଼ ଅଞ୍ଚଳର ଚିତ୍ତରଂଜନ ବେହେରା। କୁଖ୍ୟାତ ନିଶା ମାଫିଆ ସଦାମ୍‌ ନିଶା ବେପାର କରିବ ସହ ଓଡ଼ିଶାରେ ଚୋରା ବନ୍ଧୁକ କାରବାର କରୁଥିଲା।

ବିହାର ମୁଙ୍ଗେରରୁ ବନ୍ଧୁକ ଆଣି ରାଜଧାନୀ ସମେତ ରାଜ୍ୟର ଅନ୍ୟସ୍ଥାନକୁ ଚାଲାଣ କରୁଥିଲା। ପୂରା ଓଡ଼ିଶାରେ ତା’ର କଳା ସାମ୍ରାଜ୍ୟର ନେଟ୍‌ୱର୍କ କାମ କରୁଥିଲା। ୨୦୨୨ ଜାନୁଆରି ୨୫ରେ ଏସ୍‌ଟିଏଫ୍‌ ଟିମ୍‌ ନୟାଗଡ଼ରେ ଚଢ଼ଉ କରି ୩ କେଜି ୧୧୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଥିଲା। ଏଥିସହିତ ନଗଦ ୬୫ ଲକ୍ଷ ଟଙ୍କା, ୩ଟି ୭ ଏମ୍‌ଏମ୍ ପିସ୍ତଲ, ୭ ମାଗାଜିନ୍, ୭ ଏମ୍‌ଏମ୍‌ର ୪୩ ଗୁଳି ଓ ଅନ୍ୟାନ୍ୟ ଜିନିଷପତ୍ର ଜବତ କରାଯାଇଥିଲା। ସେତେବେଳେ ଆଡ଼ାରୁ ସଦାମ୍‌ ଖସି ପଳାଇବାରେ ସକ୍ଷମ ହୋଇଥିଲା। ସେବେଠୁ ତାକୁ ଧରିବା ପାଇଁ ଏସ୍‌ଟିଏଫ୍‌ ଟିମ୍‌ ଜାଲ ବିଛାଇ ବସିଥିଲା। ଶନିବାର ଦିନ ଏସ୍‌ଟିଏଫ୍‌ ଟିମ୍‌ ବନ୍ଧୁକ ମାଫିଆ ଶିବପ୍ରସାଦ ଦାସକୁ ଗିରଫ କରି ନୟାଗଡ଼ କୋର୍ଟକୁ ଚାଲାଣ କରିଥିଲା। ତା’ଠାରୁ ପୁଲିସ ସଦାମ୍‌ ସମ୍ପର୍କରେ ଅନେକ ତଥ୍ୟ ହାତେଇଥିଲା। ସେହି ସୂଚନାକୁ ଆଧାର କରି ଶନିବାର ବିଳମ୍ବିତ ରାତିରେ ଏସ୍‌ଟିଏଫ୍‌ର ଏକ ଟିମ୍‌ ପିପିଲିରେ ଚଢ଼ଉ କରିଥିଲା। ବାହାରକୁ ପରିତ୍ୟକ୍ତ ଭଳି ଜଣାପଡ଼ୁଥିବା ଏକ ଘରୁ ଧୂର୍ତ୍ତ ସଦାମ୍‌କୁ ଗିରଫ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ୨୦୨୧ ଡିସେମ୍ବର ୨୦ରେ ଏସ୍‌ଟିଏଫ୍ ଟିମ୍‌ ଫତେଗଡ଼ ଅଞ୍ଚଳରେ ଚଢ଼ଉ କରି ୧ କେଜିରୁ ଅଧିକ ପରିମାଣର ବ୍ରାଉନ୍‌ସୁଗାର ଜବତ କରିଥିଲା। ସେତେବେଳେ ଚିତ୍ତରଂଜନ ଏସ୍‌ଟିଏଫ୍‌ ଟିମ୍‌କୁ ଚକ୍‌ମା ଦେଇ ଖସିପଳାଇଥିଲା। ଶନିବାର ରାତିରେ ଏସ୍‌ଟିଏଫ୍‌ର ଅନ୍ୟ ଏକ ଟିମ୍‌ ଫତେଗଡ଼ରେ ଚଢ଼ଉ କରି ତାକୁ ଗିରଫ କରିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button