ମନୋରଞ୍ଜନ

କରୋନା ଟିକା ବିକାଶର କାହାଣୀ କହୁଛି ‘ଦ ଭାକ୍ସିନ ୱାର୍‌’ – Ibnodisha

[ad_1]

‘ଦ କାଶ୍ମୀର ଫାଇଲ୍‌ସ’ର ସଫଳତା ପରେ ଖ୍ୟାତିସମ୍ପନ୍ନ ସିନେମା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ସିନେମା ‘ଦ ଭାକ୍ସିନ ୱାର’ ପରଦାକୁ ଗତମାସ ୨୮ ତାରିଖରେ ଆସିଛି। ସିନେମାର ପ୍ରଯୋଜକ ପଲ୍ଲବୀ ଯୋଶୀ ଅଛନ୍ତି। ଏଥିରେ ନାନା ପାଟେକର, ଅନୁପମ ଖେର, ପଲ୍ଲବୀ ଯୋଶୀ, ରାଇମା ସେନ, ଗିରିଜା ଓକ୍‌, ନିବେଦିତା ଭଟ୍ଟାଚାର୍ଯ୍ୟ ଏବଂ ସପ୍ତମୀ ଗୌଡ଼ା ଆଦି ‌ଅଭିନେତା ଓ ଅଭିନେତ୍ରୀମାନେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। କରୋନା ମହାମାରୀ ସମୟରେ ଟିକାର ବିକାଶ କିଭଳି ଅପରିହାର୍ଯ୍ୟ ଏବଂ ଏହି କାର୍ଯ୍ୟରେ କିଭଳି ସଫଳତା ମିଳିବ ତାହାକୁ ଚାଲେଞ୍ଜ ଭାବେ ନିଆଯାଇ ବୈଜ୍ଞାନିକ ଏବଂ ଚିକିତ୍ସକମାନେ କାର୍ଯ୍ୟ କରିଛନ୍ତି।

ଦ ଭାକ୍ସିନ ୱାର୍‌ ଦେଶର ପ୍ରଥମ ବାୟୋ ସାଇନ୍ସ ବା ଜୈବ ସିନେମା ବୋଲି କୁହାଯାଉଛି। ‌ତେବେ ସିନେମାକୁ ଆରମ୍ଭରୁ ମିଶ୍ର ପ୍ରତିକ୍ରିୟା ମିଳିଛି। ତୃତୀୟ ଦିନର ଆକଳନ ଅନୁଯାୟୀ ଯଦିଓ ସିନେମାର ଆୟରେ କିଛିଟା ଅଗ୍ରଗତି ‌ଘଟିଛି ତଥାପି ବକ୍ସ ଅଫିସରେ ଏହା ସଂଘର୍ଷ କରୁଛି। ଗତ ୨୮ ତାରିଖରେ ରିଲିଜ୍ ହୋଇଥିବା ଉକ୍ତ ସିନେମା ଫକ୍‌ରି ୩ ସହିତ ଏକ ସମୟରେ ଆସିଛି। ଦ ଭାକ୍ସିନ ୱାର୍‌ ସିନେମା ୨୦୨୦ କୋଭିଡ-୧୯ ମହାମାରୀ ସମୟରେ ଡାକ୍ତର, ନର୍ସ ଏବଂ ବୈଜ୍ଞାନିକମାନଙ୍କ ଉତ୍ସର୍ଗୀକୃତ ମନୋଭାବକୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ୩ ଦିନରେ ଏହି ସିନେମା ବକ୍ସ ଅଫିସରେ ପ୍ରାୟ ୩.୨୫ କୋଟି ଟଙ୍କା ଉପାର୍ଜନ କରିଛି। ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସିନେମା ପରଦାକୁ ଆସିଛି। ଉକ୍ତ ସିନେମାରେ ଭାରତୀୟ ଜୈବବିଜ୍ଞାନୀ ଏବଂ ସ୍ବଦେଶୀ ଟିକାର କେତେକ ନିର୍ଦ୍ଦିଷ୍ଟ ଦିଗ ଉପରେ ଆଲୋକପାତ କରିଛି। ଭାରତରେ କୋଭାକ୍ସିନ ଟିକାର କାହାଣୀ ଏଥିରେ କୁହାଯାଇଛି। ଏଥିସହିତ ଭାରତର ପ୍ରଥମ କୋଭିଡ-୧୯ ଟିକା ବିକାଶରେ ଭାରତୀୟ ବୈଜ୍ଞାନିକ ସମୁଦାୟର ତ୍ୟାଗ ଏବଂ ସଫଳତାକୁ ଦର୍ଶାଯାଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button