ରାଜ୍ୟ

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍ ଦଣ୍ଡାଦେଶ – Ibnodisha

[ad_1]

କେନ୍ଦୁଝର: କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଘଟଗାଁ ଥାନା ଅନ୍ତର୍ଗତ ବଡ଼ମଶିଣାବିଲା ଗ୍ରାମର ଅଭିଯୁକ୍ତ କମ୍ପାନୀ ପଦୁରିଆ(୫୩)କୁ ପୋକ୍ସ ଧାରା-୬ରେ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା, ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହ ପୀଡ଼ିତାକୁ ୪ ଲକ୍ଷ ଟଙ୍କା ଫିକ୍ସଡ୍ ଜମା ଆକାରରେ ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ସୁପାରିଶ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ତା.୯-୪-୨୦୨୩ ରିଖରେ ପୀଡ଼ିତାଙ୍କ ବାପା ଓ ମାଆ ମହୁଲ ଗୋଟାଇବାକୁ ଜଙ୍ଗଲକୁ ଯାଇଥିବା ସମୟରେ ୫ବର୍ଷର ନାବାଳିକା ଘର ପାଖରେ ସାଙ୍ଗମାନଙ୍କ ସହ ଖେଳୁଥିବାବେଳେ ଅଭିଯୁକ୍ତ ପୀଡ଼ିତାକୁ ଟେକି ନେଇ ଦୁଷ୍କର୍ମ କରିଥିଲା । ପରେ ପୀଡ଼ିତାକୁ ଛାଡ଼ି ପଳାଇଯିବା ସମୟରେ ଘରକୁ ଫେରୁଥିବା ବାପା ମା’ ଅଭିଯୁକ୍ତକୁ ତାଙ୍କ ଘର ପାଖରେ ଦେଖିଥିଲେ । ଘରେ ପହଞ୍ôଚବା ପରେ ଝିଅଟି ରକ୍ତାକ୍ତ ଅବସ୍ଥାରେ କାନ୍ଦୁଥିବାର ଦେଖି ପଚାରିବାରୁ ସେ ସମସ୍ତ କଥା ବାପା ଓ ମାଆଙ୍କ ଆଗରେ କହିଥିଲା । ଝିଅଟିକୁ ତୁରନ୍ତ ଘଟଗାଁ ଡାକ୍ତରଖାନା ଓ ପରେ କେନ୍ଦୁଝର ଡାକ୍ତରଖାନାକୁ ପଠାଯାଇଥିଲା । ଏନେଇ ପୀଡ଼ିତାର ବାପା ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫକରି କୋର୍ଟଚାଲାଣ କରିଥିଲା । ଗୁରୁବାର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ୧୬ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button