ସାଉଦି ଆରବରେ ହେବ ୨୦୨୪ରୁ ୨୦୨୬ ଡବ୍ଲ୍ୟୁଟିଏ ଫାଇନାଲ୍ସ – Ibnodisha

[ad_1]
ନୂଆଦିଲ୍ଲୀ : ସାଉଦି ଆରବ ରାଜଧାନୀ ରିୟାଦ୍ରେ ୨୦୨୪ରୁ ୨୦୨୬ ସିଜନ୍ ଶେଷ ଡବ୍ଲ୍ୟୁଟିଏ ଫାଇନାଲ୍ସ ଆୟୋଜିତ ହେବ । ବହୁଦିନର କଳ୍ପନା ଜଳ୍ପନାରେ ଅନ୍ତ ଘଟାଇ ବିଶ୍ୱ ମହିଳା ଟେନିସ୍ ସଂଗଠ ଗୁରୁବାର ଏହା କହିଛି । ଏହି ନିଷ୍ପତ୍ତି ଅନୁସାରେ ୮ ସିଙ୍ଗଲ୍ସ ଖେଳାଳି ଏବଂ ଡବଲ୍ସ ଟିମ୍କୁ ନେଇ ଚଳିତ ବର୍ଷର ଫାଇନାଲ୍ସ ନଭେମ୍ବର ୨ରୁ ୯ ତାରିଖ ପର୍ଯ୍ୟନ୍ତ ରିୟାଦ୍ରେ ଖେଳାଯିବ । ଗତବର୍ଷ ଏହା ମେକ୍ସିକୋର କାନ୍କନ୍ରେ ଆୟେଜିତ ହୋଇଥିଲା । ସାଉଦି ଟେନିସ୍ ଫେଡେରେସନ ସହ ହୋଇଥିବା ଚୁକ୍ତି ଫେଡେରେସନ୍ ଚଳିତ ବର୍ଷ ୧୫.୨୫ ମିଲିୟନ୍ ଡଲାର୍ର ରେକର୍ଡ ପୁରସ୍କାର ରାଶି ପ୍ରଦାନ କରିବ । ଏହା ବ୍ୟତୀତ ଫେଡେରେସନ୍ ୨୦୨୫ ଓ ୨୦୨୬ରେ ମଧ୍ୟ ପୁରସ୍କାର ରାଶିରେ ବୃଦ୍ଧି କରିବ ବୋଲି ଡବ୍ଲ୍ୟୁଟିଏ ପକ୍ଷରୁ କୁହାଯାଇଛି । ଶୀର୍ଷ ଖେଳାଳିଙ୍କୁ ନେଇ ଏଭଳି ଉଚ୍ଚ ସ୍ତରର ମହିଳା ଟୁର୍ଣ୍ଣାମେଣ୍ଟ୍ ଆୟୋଜନ କରିବା ସାଉଦି ଆରବରେ ଟେନିସ୍ ପାଇଁ ନିର୍ଣ୍ଣାୟକ କ୍ଷଣ ହେବ ଏବଂ ଏହା ଆମ ଯୁବ ମହିଳାମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ସାଉଦି କ୍ରୀଡ଼ା ମନ୍ତ୍ରୀ ପ୍ରିନ୍ସ ଅବ୍ଦୁଲାଜିଜ୍ ବିନ୍ ତୁର୍କୀ ଅଲ୍-ଫୈସଲ୍ ଅଲ୍-ସାଉଦ୍ କହିଛନ୍ତି । ପଚରୁଷ ଏଟିପି ଟୁର୍ର ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ନେକ୍ସ ଜେନ୍ ଫାଇନାଲ୍ସ ଜେଦାହରେ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଏହାର ପୁରୁଷ ନେକ୍ସ ଜେନ୍ ଫାଇନାଲ୍ସ ଜେଦାହରେ ଆୟୋଜିତ ହେବ ବୋଲି ଏଟିପି ଟୁର୍ ପକ୍ଷରୁ କୁହାଯିବା ପରେ ଡବ୍ଲ୍ୟୁଟିଏ ଇଭେଣ୍ଟ୍ ସାଉଦି ଆରମ୍ଭ ସ୍ଥାନାନ୍ତର ହେବ ବୋଲି ସ୍ପଷ୍ଟ ହୋଇଥିଲଶ ।
[ad_2]