ଦେଶ
ଅଯୋଧ୍ୟାକୁ ଆସିଲା ୬୦୦କେଜି ଓଜନର ଘଣ୍ଟି – Ibnodisha

[ad_1]
ଅଯୋଧ୍ୟା : ଅଯୋଧ୍ୟାକୁ ଆସିଲା ୬୦୦କେଜି ଓଜନର ଘଣ୍ଟି । ଏହି ଘଣ୍ଟି ରାମ ମନ୍ଦିର ଶୋଭା ବଢାଇବ । ଜାନୁଆରୀ ୨୨ରେ ପ୍ରତିଷ୍ଠା ହେବ ରାମ ମନ୍ଦିର । ଏଥିପାଇଁ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ରାମ ମନ୍ଦିରରେ ବଡ ଘଣ୍ଟି ଲଗାଇବାର ବ୍ୟବସ୍ଥା ହୋଇଥିଲା । ଧାତୁରେ ନିର୍ମିତ ଏହି ଘଣ୍ଟିରେ ବଡ଼ ବଡ ଅକ୍ଷରରେ ‘ଜୟ ଶ୍ରୀ ରାମ’ ଲେଖା ଅଛି । ଏହି ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସାରା ଦେଶର କୋଣ ଅନୁକୋଣରେ ନିର୍ମିତ ହେଉଥିବା ଗୋଟିଏ ଗୋଟିଏ ସାମଗ୍ରୀ ଆସି ଅଯୋଧ୍ୟାରେ ପହଞ୍ଚୁଛି । ତେବେ ଅଯୋଧ୍ୟାରେ ଗୋଟିଏ ଗୋଟିଏ ସାମଗ୍ରୀ ପହଂଚିବା ସହ ଗୁରୁବାର ଦିନ ତାମିଲନାଡୁ ରାମେଶ୍ବରମରେ ନିର୍ମିତ ୬୦୦ କେଜି ଓଜନର ଘଣ୍ଟି ଅଯୋଧ୍ୟାରେ ପହଞ୍ଚିଛି । ଏହି ଘଣ୍ଟି ରାମ ମନ୍ଦିରରେ ସ୍ଥାପନ କରାଯିବ ।
[ad_2]




