ଦେଶ

କଂଗ୍ରେସ ପୁଣି ଟାର୍ଗେଟ କଲେ ମୋଦୀ; ଆଗାମୀ ନିର୍ବାଚନରେ ୪୦ ସିଟ୍ ପାଇବା ବି ସନ୍ଦେହ – Ibnodisha

[ad_1]

ନୂଆଦିଲ୍ଲୀ: ‘କଂଗ୍ରେସର ଚିନ୍ତନ ଶକ୍ତି ଆଉଟ୍ ଡେଟେଡ୍ ହୋଇଗଲାଣି । ଆଗାମୀ ନିର୍ବାଚନରେ କଂଗ୍ରେସ ୪୦ ସିଟ୍ ପାଇବା ବି ସନ୍ଦେହ । ଦେଶରେ ମୋଦୀ ୩.୦ ଶାସନ ଆରମ୍ଭ ହେବ ।’ ଆଜି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବ ଆଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ପୁଣି କଂଗ୍ରେସ ଟାର୍ଗେଟ୍ କରିଛନ୍ତି । କଂଗ୍ରେସର ଚିନ୍ତାଧାରା ଆଉଟ୍‌ଡେଟେଡ୍ ହୋଇଗଲାଣି । ଏମାନଙ୍କ ନିଜ କାମକୁ ମଧ୍ୟ ଆଉଟ୍‌ସୋର୍ସ କରିସାଲେଣି । ଦେଖୁ ଦେଖୁ ଦେଶର ସବୁଠୁ ପୁରୁଣା ଦଳ, ଯିଏ ବର୍ଷ ବର୍ଷ ଧରି ଦେଶକୁ ଶାସନ କରିଥିଲା ତା’ର ପତନ ହେବାକୁ ଯାଉଛି । ଦଳର ଏ ଅବସ୍ଥା ଦେଖି ଆମକୁ ଖୁସି ଲାଗୁନି । ଦଳ ପ୍ରତି ସମବେଦନା ଜଣାଉଛୁ ବୋଲି ମୋଦୀ କହିଛନ୍ତି ।

ସେ ଆହୁରି କହିଛନ୍ତି, ଆଗାମୀ ନିର୍ବାଚନରେ କଂଗ୍ରେସ ୪୦ଟି ସିଟ୍ ମଧ୍ୟ ହାତେଇ ପାରିବ ନାହିଁ । ପଶ୍ଚିମବଙ୍ଗରୁ କଂଗ୍ରେସ ପାଇଁ ଏଭଳି କିଛି ଚ୍ୟାଲେଞ୍ଜ ଆସିଛି । ମୁଁ ଆଶା କରିବି କଂଗ୍ରେସ ତାର ସେହି ୪୦ ସିଟ୍ ବଜାୟ ରଖୁ । ଗଣତନ୍ତ୍ରର ତଣ୍ଟି ଚିପିଥିବା କଂଗ୍ରେସ ସଂଘୀୟ ବ୍ୟବସ୍ଥାର ପ୍ରବଚନ ଦେଉଛି । ବିଛିନ୍ନତାବାଦକୁ ପ୍ରୋତ୍ସାହନ ଦେଉଥିବା କଂଗ୍ରେସ ରାଷ୍ଟ୍ର ସୁରକ୍ଷା କଥା କହୁଛି । କଂଗ୍ରେସ ସରକାର ‘ପଲିସି ପାରାଲିସିସି’ ଭାବେ ପରିଚିତ ।

ଯେଉଁ କଂଗ୍ରେସ କେବେ ଓବିସିକୁ ପୂରାପୁରି ସଂରକ୍ଷଣ ଦେଇ ନାହିଁ, ଯିଏ ସାଧାରଣ ବର୍ଗର ଗରିବମାନଙ୍କୁ ମଧ୍ୟ ସଂରକ୍ଷଣ ଦେଇନାହିଁ, ଯିଏ ବାବା ସାହେବଙ୍କୁ ଭାରତ ରତ୍ନ ପାଇଁ ଯୋଗ୍ୟ ଭାବୁନାହିଁ । ଯିଏ କେବଳ ନିଜର ପରିବାରକୁ ହିଁ ଭାରତ ରତ୍ନ ଦେଉଛି, ସିଏ ଆମକୁ ଉପଦେଶ ଦେଉଛି । ଏମାନେ ଆମକୁ ସାମାଜିକ ନ୍ୟାୟର ପାଠ ପଢ଼ାଉଛନ୍ତି । ଯେଉଁ କଂଗ୍ରେସର ନିଜ ନେତାଙ୍କ କୌଣସି ଗ୍ୟାରେଣ୍ଟି ନାହିଁ ସେମାନେ ମୋଦୀଙ୍କ ଗ୍ୟାରେଣ୍ଟି ଉପରେ ପ୍ରଶ୍ନ ଉଠାଉଛନ୍ତି କହି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ।

ଏହାଛଡ଼ା ସେ କହିଛନ୍ତି ମୋଦୀ ୩.୦ ଶାସନ ଆରମ୍ଭ ହେବ । ତୃତୀୟ ପାଳି ବିଜୟ ପକ୍କା । ଖୁବ୍ ଶୀଘ୍ର ମୋ ସରକାରର ତୃତୀୟ ପାଳି ଆରମ୍ଭ ହେବାକୁ ଯାଉଛି । ଆଗାମୀ ୫ ବର୍ଷ ବିକାଶର ନୂଆ ସୋପାନରେ ଆମେ ପହଞ୍ଚିବୁ । ଆଗାମୀ ୫ ବର୍ଷରେ ଭାରତ ବୁଲେଟ୍ ଟ୍ରେନ୍ ଦେଖିବ । ଆତ୍ମ ନିର୍ଭର ଭାରତ ଅଭିଯାନ ନୂଆ ଶିଖରରେ ପହଞ୍ଚିବ ଦେଶ । ଖାଇବା ତେଲ ଉତ୍ପାଦନରେ ୫ ବର୍ଷରେ ଭାରତ ଆତ୍ମନିର୍ଭର ହେବ । ସଂକଳ୍ପରୁ ସିଦ୍ଧି ଯାଏଁ ପହଞ୍ଚାଇବା ମୋ କାର୍ଯ୍ୟଶୈଳୀର ଅଂଶବିଶେଷ ବୋଲି ମୋଦୀ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button