ଦେଶ

ଅତ୍ୟଧିକ ମୁଲତାନୀ ମାଟିର ବ୍ୟବହାର ବିଗାଡିପାରେ ତ୍ୱଚାର ସୁନ୍ଦରତା, କରିଥାଏ ଅନେକ କ୍ଷତି

ପ୍ରତ୍ୟେକ ମହିଳା ନିଜକୁ ସୁନ୍ଦର ଦେଖିବାକୁ ଚାହାନ୍ତି। ଏଥିପାଇଁ ବଜାରରେ ମିଳୁଥିବା ମହଙ୍ଗା ପ୍ରଡକ୍ଟ ବ୍ୟବହାର କରନ୍ତି। ଏହାଛଡା ପ୍ରାକୃତିକ ଘରୋଇ ଉପାୟ ମଧ୍ୟ ଅବଲମ୍ବନ କରନ୍ତି। ଏମିତି ପ୍ରାକୃତିକ ଜିନିଷ ମଧ୍ୟରେ ମୁଲତାନୀ ମାଟି ଅନ୍ୟତମ। ଯାହାକୁ ସୁନ୍ଦରତା ପାଇଁ ବହୁଳ ବ୍ୟବହାର କରାଯାଏ। ଏଥିରେ ଥିବା ଔଷଧୀୟ ଗୁଣ ଯୋଗୁଁ ଆପଣଙ୍କ ଚେହେରା ଗ୍ଲୋ କରିଥାଏ। କିନ୍ତୁ ସାବଧାନ, ଅଧିକ ମୁଲତାନୀ ମାଟିର ବ୍ୟବହାର ଆପଣଙ୍କ ତ୍ୱଚାକୁ କ୍ଷତି ପହଞ୍ଚାଇଥାଏ। ଆସନ୍ତୁ ଜାଣିବା, ମୁଲତାନୀ ମାଟି ଆପଣଙ୍କ ତ୍ୱଚାକୁ କ’ଣ ହାନି ପହଞ୍ଚାଇଥାଏ…

mitti

ଥଣ୍ଡା-କାଶ :

ଯଦି ଆପଣଙ୍କୁ ବହୁତ ଜଲଦି ଥଣ୍ଡା ହୋଇଯାଏ କିମ୍ବା ଥଣ୍ଡା-କାଶରେ ପୀଡିତ ଅଛନ୍ତି, ତେବେ ମୁଲତାନୀ ମାଟିର ବ୍ୟବହାର କରିବାକୁ ଦୂରେଇ ରହିବା ଉଚିତ। ମୁଲତାନୀ ମାଟି ହିଁ ଥଣ୍ଡା। ଏଥିପାଇଁ ଏହା ଆପଣଙ୍କର ଥଣ୍ଡା କାଶ ସମସ୍ୟା ବଢାଇଦିଏ।

mitti 1

ଅଧିକ ବ୍ୟବହାର କରନ୍ତୁ ନାହିଁ :

ଆପଣ ଯଦି ପ୍ରତିଦିନ ମୁଲତାନୀ ମାଟିର ଫେସପ୍ୟାକ ବ୍ୟବହାର କରନ୍ତୁ, ତେବେ ଏହାକୁ ତୁରନ୍ତ ବନ୍ଦ କରିଦିଅନ୍ତୁ। ପ୍ରତିଦିନ ଏହାକୁ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଭାଙ୍ଗ ଆସିଥାଏ। ତା’ ଛଡା ତ୍ୱଚା କୁଣ୍ଡାଇ ହୁଏ।

ସମ୍ବେଦନଶୀଳ ତ୍ୱଚା ପାଇଁ ହାନିକାରକ :

ଯେଉଁ ଲୋକ ତ୍ୱଚା ଅଧିକ ସମ୍ବେଦନଶୀଳ, ସେମାନେ କୌଣସି ବିୟୁଟି ପ୍ରଡକ୍ଟ ବ୍ୟବହାର କରନ୍ତି ନାହିଁ। ଏଥିପାଇଁ ସେମାନେ ମୁଲତାନୀ ମାଟି ବ୍ୟବହାର କରିବା ଉଚିତ ନୁହେଁ। ସେମାନେ ଏହାକୁ ବ୍ୟବହାର କରିବା ଦ୍ୱାରା ମୁହଁରେ ଦାନା ଦାନା ଭଳି କ’ଣ ଉଠିଯାଏ।

Dry-skin

ଶୁଷ୍କ ତ୍ୱଚା ପାଇଁ କ୍ଷତି :

ମୁଲତାନୀ ମାଟି ବ୍ୟବହାର କରିବା ଦ୍ୱାରା ତ୍ୱଚା ଶୁଷ୍କ ହୋଇଯାଏ। ତେଣୁ ଯାହାର ତ୍ୱଚା ଶୁଷ୍କ ରହିଥାଏ, ସେମାନେ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ। ଏହାକୁ ଲଗାଇବା ପରେ ଡ୍ରାଏନେସ ବଢିଯାଏ ତ୍ୱଚାକୁ କ୍ଷତି ପହଞ୍ଚିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button