ଆଜି ବର୍ଷା ପାଗରେ ମିନିଟରେ ପ୍ରସ୍ତୁତ କରନ୍ତୁ କର୍ଣ୍ଣ ସାଲାଡ, ଟେଷ୍ଟରେ ଏକଦମ ଜବରଦସ୍ତ

ଆଉ ଅଳ୍ପ କେଇ ଦିନ ପରେ ତ ମୌସୁମି ଆସିବ। ଏବେ ତ କିଛି ସ୍ଥାନରେ ବହୁତ ଝଡତୋଫାନ ଆରମ୍ଭ ହୋଇଗଲାଣି। ଗରମ ପରେ ଏବେ ବର୍ଷାର ମଜା ନେଉଛନ୍ତି ଲୋକେ। ଆଜିର ଏହି ମଜାଳିଆ ପାଗରେ ଆପଣ କିଛି ଚଟପଟା ଟ୍ରାଏ କରନ୍ତୁ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କର୍ଣ୍ଣ ସାଲାଡ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
-ଏକ କପ୍ ମକା ବା କର୍ଣ୍ଣ
-୧/୪ କପ୍ ପିଆଜ (ଛୋଟ କଟାହୋଇଥିବା)
-୧/୪ କପ୍ ଟମାଟୋ (ଛୋଟ କଟାହୋଇଥିବା)
-୨ ଟେବୁଲ ଚାମଚ ନରମ ପନୀର
-୨ ଟେବୁଲ ଚାମଚ ତେଲ
-ଲୁଣ ସ୍ୱାଦାନୁସାରେ
-ସ୍ୱାଦାନୁସାରେ ଗୋଳମରୀଚ
-ଲେମ୍ବୁରସ ଏକ ଚାମଚ
ପ୍ରସ୍ତୁତି ପ୍ରଣାଳୀ
ସର୍ବପ୍ରଥମେ ସୋରିଷ ତେଲ, ଲେମ୍ବୁ ରସ, ଲୁଣ ଏବଂ ଗୋଲମରୀଚକୁ ମିଶାଇ ସାଲାଡ୍ ଡ୍ରେସିଂ ପ୍ରସ୍ତୁତ କରନ୍ତୁ। ଏବେ ଏକ ପାତ୍ରରେ ମକା ବା କର୍ଣ୍ଣ, ଟମାଟୋ, ପିଆଜ ମିଶାନ୍ତୁ। ଏବେ ଏହା ଉପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ସାଲାଡକୁ ମିଶାନ୍ତୁ। ଏହାପରେ ଏଥିରେ ପନୀର ପକାନ୍ତୁ। ଏହାପରେ ଏହାକୁ ହାଲକା କରି ଗୋଳାଇ ଦିଅନ୍ତୁ।
ଏବେ ଆପଣଙ୍କର ଚଟପଟା ମକା ସାଲାଡ ପ୍ରସ୍ତୁତ ହୋଇଯାଇଛି।




