ମନୋରଞ୍ଜନ

ବ୍ରେକଅପ ଚର୍ଚ୍ଚା ମଧ୍ୟରେ ରଶ୍ମିକାଙ୍କ ସହ ଏଭଳି ଫଟୋ ସେୟାର କଲେ ବିଜୟ – Ibnodisha

[ad_1]

ମୁମ୍ବାଇ: କିଛି ଦିନ ତଳେ ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଯୋଡି ଅଭିନେତ୍ରୀ ରଶ୍ମିକା ମନ୍ଦାନ୍ନା ଓ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କ ଭାଙ୍ଗିଥିବା ଚର୍ଚ୍ଚା ହୋଇଥିଲା। ରଶ୍ମିକାଙ୍କ ଜନ୍ମଦିନରେ ବିଜୟ ତାଙ୍କୁ ଶୁଭେଚ୍ଛ‌ା ଜଣାଇନଥିଲେ। ଟ୍ବିଟର କି ଇନଷ୍ଟାରେ ରଶ୍ମିକାଙ୍କୁ ନେଇ ବିଜୟ କୌଣସି ପୋଷ୍ଟ କରିନଥିଲେ। ଏହି କାରଣରୁ ଦୁହେଁ ବ୍ରେକଅପ କରିଥିବା ଚର୍ଚ୍ଚା ସତ ବୋଲି ଦୁହିଁଙ୍କ ପ୍ରଶଂସକ ବିଶ୍ବାସ କରିବା ଆରମ୍ଭ କରିଥିଲେ।

ହେଲେ ଏବେ ବିଜୟ, ରଶ୍ମିକାଙ୍କ ସହ କିଛି ଫଟୋ ସେୟାର କରି ଏଭଳି ଚର୍ଚ୍ଚା ଉପରେ ଫୂର୍ଣ୍ଣଛେଦ ପକାଇଛନ୍ତି। ବିଜୟ ଇନଷ୍ଟାରେ ରଶ୍ମିକାଙ୍କ ସହ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ‌ସେ ତାଙ୍କ ସହ ବସି କଥା ହେଉଥିବା ଦେଖାଯାଇଛି। ଫଟୋ ସେୟାର କରି ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ଫିଲ୍ମ ଗୀତା‌ ଗୋବିନ୍ଦମଙ୍କୁ ୫ବର୍ଷ ପୂରିଥିବା ଲେଖିଛନ୍ତି ବିଜୟ।

ବିଜୟଙ୍କ ଏହି ପୋଷ୍ଟ ତାଙ୍କ ପ୍ରଶଂସକଙ୍କୁ ବହୁତ ଖୁସି କରାଇଛି। ତେବେ କିଛି ଦିନ ତଳେ ଚର୍ଚ୍ଚା ହୋଇଥିଲା ଯେ ରଶ୍ମିକା ବିଜୟଙ୍କୁ ଛାଡି ତେଲୁଗୁ ଅଭିନେତା ବେଲ୍ଲାମକୋଣ୍ଡା ସାଇ ଶ୍ରୀନିବାସଙ୍କୁ ଡେଟ୍ କରୁଛନ୍ତି। ଦୁହେଁ ଅନେକ ସ୍ଥାନରେ ସାଥୀରେ ନଜର ଆସୁଥିବାରୁ ଦୁହେଁ ପରସ୍ପରକୁ ଡେଟ କରୁଥିବା ଚର୍ଚ୍ଚା ହେଉଥିଲା। ଏହି କାରଣରୁ ରଶ୍ମିକା, ବିଜୟଙ୍କ ସହ ବ୍ରେକଅପ କରିଥିବା କୁହାଯାଉଥିଲା। ହେଲେ ରଶ୍ମିକାଙ୍କ ଜନ୍ମଦିନରେ ବିଜୟ ତାଙ୍କୁ ଶୁଭେଚ୍ଛା ନାଦେବା ପରେ ବ୍ରେକଅପ ଗୁଜବକୁ ସତ ବୋଲି ଭାବିଥିଲେ ସେମାନଙ୍କ ପ୍ରଶଂସକ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button