ମନୋରଞ୍ଜନ

ବାପାଙ୍କ ସବୁ ଲାଇମ୍‌ଲାଇଟ୍‌‌ ଚୋରେଇ ନେଲେ ଅଲ୍ଲୁ ଅର୍ଜୁନଙ୍କ ଝିଅ ଆର୍‌ହା – Ibnodisha

[ad_1]

ମୁମ୍ବାଇ: ‘ପୁଷ୍ପା’ ତାରକା ଅଲ୍ଲୁ ଅର୍ଜୁନ ସର୍ବଦା ଲାଇମଲାଇଟରେ ଥାଆନ୍ତି। କିନ୍ତୁ ଏଥର ଅଲ୍ଲୁଙ୍କ ସମସ୍ତ ଲାଇମଲାଇଟ୍ ତାଙ୍କର ୬ ବର୍ଷର ଝିଅ ଆର୍‌ହା ‌ଚୋରି କରିନେଇଛନ୍ତି। ଆର୍‌ହା ଏତେ କମ ବୟସର ହୋଇ ମଧ୍ୟ ଗଣପତିଙ୍କର ଏକ ମୂର୍ତ୍ତି ନିଜ ହାତରେ ତିଆରି କରି ସଭିଙ୍କୁ ଚକିତ କରି ଦେଇଛନ୍ତି। ଏବର୍ଷ ଗଣେଶ ଚତୁର୍ଥୀ ସେପ୍ଟେମ୍ବର ୧୯ (ଆସନ୍ତାକାଲି) ହେବାକୁ ଥବା ବେଳେ ତାହା ପୂର୍ବରୁ ଗଜାନନଙ୍କର ଏକ ମାଟି ମୂର୍ତ୍ତି ତିଆରି କରିଛନ୍ତି ଅଲ୍ଲୁଙ୍କ ତନୟା।

ପ୍ରଶଂସକମାନେ ଆର୍‌ହାଙ୍କ ପ୍ରତିଭାକୁ ପ୍ରଶଂସା କରିବାରେ ଲାଗିଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ପତ୍ନୀ ଅଲ୍ଳୁ ସ୍ନେହା ରେଡ୍ଡି ତାଙ୍କ ଝିଅର ଏହି ମୂର୍ତ୍ତି ଗଢ଼ା ବେଳର ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିବା ପରେ ପ୍ରଶଂସାର ସୁଅ ଛୁଟିିଛି। ଆର୍‌ହାଙ୍କ ଏହି ଭିଡିଓ ଏବଂ ଫଟୋଗୁଡ଼ିକ ଟ୍ୱିଟର (ଏକ୍ସ) ରେ ମଧ୍ୟ ଭାଇରାଲ ହୋଇଛି। ପ୍ରଶଂସକମାନେ ମଧ୍ୟ ଆର୍‌ହାଙ୍କ ଉପରେ ବହୁତ ଭଲପାଇବା ଓଜାଡ଼ି ଦେଇଛନ୍ତି।

ପିତା ଅଲ୍ଲୁ ଅର୍ଜୁନଙ୍କ ପରି ଅଲୁ ଆର୍‌ହା ମଧ୍ୟ ଖୁବ୍ ଦକ୍ଷ। ସେ ନିଜର କାରିଗରୀ ପାଇଁ ଲୋକଙ୍କ ହୃଦୟ ଜିତିଛନ୍ତି। ଯେତେବେଳେ ବି ସ୍ନେହା ରେଡ୍ଡୀ କିମ୍ବା ଆଲ୍ଳୁ ଅର୍ଜୁନ ନିଜ ଝିଅର ଫଟୋ କି ଭିଡିଓ ସେୟାର କରନ୍ତି, ସେମାନେ ଭାଇରାଲ ହୁଅନ୍ତି। ଅଲ୍ଳୁ ଅର୍ଜୁନ ତାଙ୍କ ଝିଅ ଏବଂ ପୁଅର ଇନଷ୍ଟାଗ୍ରାମ ପେଜ୍‌ ସୃଷ୍ଟି କରିଛନ୍ତି, ଯେଉଁଠାରେ ସେ ସେମାନଙ୍କର ଭିଡିଓ ଏବଂ ଚିତ୍ର ସେୟାର କରିଥାନ୍ତି।

ଆର୍‌ହା କେବଳ ଜଣେ ଶିଳ୍ପୀ ନୁହଁନ୍ତି, ବରଂ ସେ ଭଲ ଅଭିନୟ ମଧ୍ୟ କରନ୍ତି। ପ୍ରଭାସଙ୍କ ଅଭିନୀତ ‘ସକୁନ୍ତଲମ୍‌’ରେ ଆର୍‌ହାଙ୍କ ଅଭିନୟ ପ୍ରଶଂସକଙ୍କ ହୃଦୟ ଜିତିଥିଲା। ଏତେ କମ ବୟସରେ ତାଙ୍କର ଏପରି ପ୍ରତିଭା ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button