ରାଜ୍ୟ

ଯୁବକଙ୍କୁ ଖଣ୍ଡା, ଭୁଜାଲିରେ ଆକ୍ରମଣ କଲେ ୮ ଦୁର୍ବୃତ୍ତ – Ibnodisha

[ad_1]

ଭୁବନେଶ୍ୱର: କମେଣ୍ଟମରାକୁ ବିରୋଧ କରିବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଲକ୍ଷ୍ମସାଗର ଥାନା ବମିଖାଲର ରାକେଶ କୁମାର ବାରିକ ସେଲୁନରେ ଥିବା ୮ ଜଣ ଯୁବକ ଖଣ୍ଡା, ଭୁଜାଲି ଓ ଲୁହା ରଡରେ ଆକ୍ରମଣ କରିଥିଲେ । ଏଥିରେ ରାକେଶଙ୍କ ମୁଣ୍ଡ, ପେଟ ଓ ହାତରେ ଗଭୀର ଆଘାତ ଲାଗିଛି । ରାକେଶଙ୍କୁ ପ୍ରଥମେ କ୍ୟାପିଟାଲ ଓ ପରେ ଏମସ୍ ରେ ଭର୍ତ୍ତି କରାଯାଇଛି । ଘଟଣାରେ ଜଣେ ଅଭିଯୁକ୍ତ ରାମେଶ୍ବର ବେହେରାଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ୍

ସୂଚନା ଅନୁଯାୟୀ, ଅଭିଯୁକ୍ତ ରାମେଶ୍ବର ବେହେରା ବାଇକରେ ଯାଉଥିବା ବେଳେ ସାଇକେଲରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ମାଡ କରିଥିଲେ । ମାଡ କରିବା ସହ ଗାଳିଗୁଲଜ ମଧ୍ୟ କରିଥିଲେ । ଏନେଇ ରାକେଶ ବାରଣ କରିବାରୁ ରାମେଶ୍ବର ରାଗିଯାଇ ଘଟଣାସ୍ଥଳରୁ ଚାଲି ଯାଇଥିଲା । ପରେ ସଂଧ୍ୟା ସମୟରେ ରାମେଶ୍ବର କିଛି ସହଯୋଗୀଙ୍କ ସହ ସେଲୁନକୁ ଆସି ରାକେଶଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button