ଦେଶ

ତାଇୱାନ୍‌ ଆଡ଼କୁ ୧୦୩ ଲଢୁଆ ବିମାନ ଉଡ଼ାଇଲା ଚୀନ୍‌ – Ibnodisha

[ad_1]

ତାଇପେଇ: ତାଇୱାନ୍‌ ଚତୁଃପାର୍ଶ୍ବରେ ୧୦୦ରୁ ଅଧିକ ଚୀନା ଲଢୁଆ ବିମାନ ଓ ୯ଟି ନୌସେନା ଯୁଦ୍ଧପୋତ ଦେଖା ଯାଇଥିବା କଥା ଆଜି ରାଜଧାନୀ ତାଇପେଇରେ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ତାଇପେଇ କହିଛି, ସେପ୍ଟେମ୍ବର ୧୭ ସକାଳୁ ୧୮ ତାରିଖ ସକାଳ ଭିତରେ ‘ପ୍ରତିରକ୍ଷା ମନ୍ତ୍ରାଳୟ’ ତାଇୱାନ୍‌ ପ୍ରଣାଳୀ ଓ ସେ ଅଞ୍ଚଳରେ ସମୁଦାୟ ୧୦୩ଟି ଚୀନା ଲଢୁଆ ବିମାନ ଚିହ୍ନଟ କରିଛି। ବେଜିଙ୍ଗ୍‌ର ନିରବଚ୍ଛିନ୍ନ ସାମରିକ ଉତ୍ପୀଡ଼ନ ଅନାୟାସରେ ଉତ୍ତେଜନା ସୃଷ୍ଟି କରି ଆଞ୍ଚଳିକ ନିରାପତ୍ତା ପରିସ୍ଥିତି ବିଗାଡ଼ି ଦେବ।

ଏଭଳି ଏକତରଫା ଧ୍ବଂସାତ୍ମକ କାର୍ଯ୍ୟ ତୁରନ୍ତ ବନ୍ଦ କରିବା ଲାଗି ଉକ୍ତ ବିବୃତିରେ ଚୀନ୍‌କୁ କୁହାଯାଇଛି।

China Flies 103 Military Planes Toward Taiwan In A New Daily High
Image Courtesy of Times Now

ଉଲ୍ଲେଖଯୋଗ୍ୟ, ବେଜିଙ୍ଗ୍‌ ତାଇୱାନ୍‌କୁ ନିଜସ୍ବ ଅଞ୍ଚଳ ବୋଲି ଦାବି କରୁଛି ଓ ଦିନେ ନା ଦିନ‌େ ନିଜ ଅକ୍ତିଆରକୁ ନେବ ବୋଲି କହି ଆସୁଛି। ପ୍ରୟୋଜନ ହେଲେ ଏଥିପାଇଁ ବଳ ପ୍ରୟୋଗ କରିବାକୁ ବେଜିଙ୍ଗ୍‌ ପଛଘୁଞ୍ଚା ଦେବନାହିଁ ନାହିଁ ବୋଲି ମଧ୍ୟ ସୂଚନା ଦେଇଛି। ଏଥିପାଇଁ କିଛି ବର୍ଷ ହେବ ଚୀନ୍‌ ତାଇୱାନ୍‌ ଉପରେ କୂଟନୈତିକ ଓ ସାମରିକ ଚାପ ପକାଇ ଆସୁଛି।

ଗତ ସପ୍ତାହରେ ମଧ୍ୟ ଚୀନ୍‌ ଯୁଦ୍ଧ ବିମାନ ଓ ପୋତ ଅନୁପ୍ରବେଶ ସଂଖ୍ୟା ବୃଦ୍ଧି ପାଇଥିଲା ବୋଲି ତାଇପେଇ ରିପୋର୍ଟ କରିଥିଲା। ବୁଧବାର ସକାଳୁ ଗୁରୁବାର ସକାଳ ମଧ୍ୟରେ ତାଇପେଇ ପ୍ରତିରକ୍ଷା ମନ୍ତ୍ରାଳୟ ୬୮ଟି ଚୀନା ଲଢୁଆ ବିମାନ ଓ ୧୦ଟି ଯୁଦ୍ଧପୋତ ଚିହ୍ନଟ କରିଥିବା କଥା କହିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button