ଦେଶ

ଜବତ ହେଲା ଅମୃତସରରେ ଥିବା ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁର ସଂପତ୍ତି – Ibnodisha

[ad_1]

ନୂଆଦିଲ୍ଲୀ: ଖଲିସ୍ତାନ ସମର୍ଥକ ତଥା ନିଷିଦ୍ଧ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫଜେ)ର ସଦସ୍ୟ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଚଣ୍ଡିଗଡ଼ ଓ ଅମୃତସରରେ ଥିବା ତା ସମ୍ପତ୍ତିକୁ ଏନଆଇଏ ଜବତ କରିଛି। ପନ୍ନୁ ଅମୃତସରର ବାସିନ୍ଦା ଏବଂ ଭାରତ ତାଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଘୋଷଣା କରିଛି।

ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ୧୯୬୭ର ଧାରା ୩୩(୫) ଅନୁଯାୟୀ ପନ୍ନୁର ସ୍ଥାବର ସମ୍ପତ୍ତି ଜବତ କରିବା ପାଇଁ ଏନଆଇଏ ଏକ ସ୍ୱତନ୍ତ୍ର ଅଦାଲତର ଦ୍ୱାରସ୍ଥ ହୋଇଥିଲା।

ଉଭୟ କାନାଡା ଓ ଆମେରିକାର ନାଗରିକତା ନେଇଥିବା ପନ୍ନୁ ନିୟମିତ ଭାବେ ଭାରତ ବିରୋଧୀ ପ୍ରଚାର ଚଳାଇଥାଏ । ବିଦେଶରେ ଥିବା ଭାରତୀୟ ଦୂତାବାସ ଓ କନସୁଲେଟ ଆକ୍ରମଣ ପଛରେ ବି ପନ୍ନୁର ହାତ ଥିବା ଏନଆଇଏ କହିଛି ।

୨୦୧୯ ଜୁଲାଇ ୧୦ତାରିଖରେ ଭାରତ ସରକାର ଏସ୍ଏଫଜେକୁ ଏକ ବେଆଇନ ସଂଗଠନ ଘୋଷଣା କରିବା ସହ ଏହାକୁ ୫ ବର୍ଷ ପାଇଁ ନିଷିଦ୍ଧ କରିଥିଲେ। ଭାରତ ସରକାର କହିଥିଲେ ଯେ ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଉଛି ପଞ୍ଜାବରେ ଏକ “ସ୍ୱାଧୀନ ଏବଂ ସାର୍ବଭୌମ ଦେଶ” ପ୍ରତିଷ୍ଠା କରିବା ଏବଂ ଏହା ଖୋଲାଖୋଲି ଭାବେ ଖାଲିସ୍ତାନକୁ ସମର୍ଥନ କରୁଛି । ଏହି ସଂଗଠନ ଭାରତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାକୁ ଚ୍ୟାଲେଞ୍ଜ କରୁଛି।

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button