ଦେଶ

ବିଜେପି ଆଦର୍ଶଗତ ଭାବେ ଏତେ ଧନୀ ନୁହେଁ ଯେ, ମୋତେ କିଣିପାରିବ: ପ୍ରକାଶ ରାଜ୍‌ – Ibnodisha

[ad_1]

ନୂଆଦିଲ୍ଲୀ: ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ସମାଲୋଚକ ଭାବେ ଜଣାଶୁଣା ଦେଶର ପ୍ରଖ୍ୟାତ ଅଭିନେତା ପ୍ରକାଶ ରାଜ୍‌ଙ୍କୁ ନେଇ ଗତ କିଛି ଦିନ ଧରି ଏକ ଚର୍ଚ୍ଚା ଜୋର ଧରିଥିଲା । ଚର୍ଚ୍ଚାଟି ହେଉଛି ସେ କୁଆଡେ ବିଜେପିରେ ସାମିଲ ହେବେ । ଏପରିକି ସେ ଆଜି ତାରିଖ ଅର୍ଥାତ୍ ଏପ୍ରିଲ୍ ୪ ତାରିଖ ଅପରାହ୍ନ ୩ଟା ବେଳେ ବିଜେପିରେ ବିଧିବଦ୍ଧ ଭାବେ ଯୋଗଦେବେ ବୋଲି ମଧ୍ୟ ଆଲୋଚନା ହେଉଥିଲା । କିନ୍ତୁ ଏସବୁ ଚର୍ଚ୍ଚା, ତର୍କ ବିତର୍କ ଉପରେ ନିଜେ ପ୍ରକାଶ ରାଜ ପୂର୍ଣ୍ଣଛେଦ ପକାଇଛନ୍ତି ।
ଟ୍ୱିଟ୍ କରି ୫୯ ବର୍ଷ ବୟସ୍କ ଅଭିନେତା ପ୍ରକାଶ ରାଜ୍ କହିଛନ୍ତି, “ମୋତେ ଲାଗୁଛି, ସେମାନେ ହୁଏତ ଚେଷ୍ଟା କରିଥିବେ କିନ୍ତୁ ତା’ ପରେ ଅନୁଭବ କରିଥିବେ ଯେ ସେମାନେ ମୋତେ କିଣିବା ପାଇଁ ଯଥେଷ୍ଟ ଧନୀ (ଆଦର୍ଶଗତ ଭାବରେ) ନୁହଁନ୍ତି । ବନ୍ଧୁମାନେ ଆପଣଙ୍କୁ କ’ଣ ଲାଗୁଛି?” ନିଜର ଏହି ଆଲେଖ୍ୟ ସହ ପ୍ରକାଶ କାନ୍ଦିବା ଓ ହସିବା ଇମୋଜି ମଧ୍ୟ ସଂଲଗ୍ନ କରିଛନ୍ତି । ତେବେ ପ୍ରକାଶଙ୍କ ଟ୍ୱିଟ୍‌ରୁ ଏହା ସ୍ପଷ୍ଟ ହୋଇଛି ଯେ, ସେ ବିଜେପିରେ ଅନ୍ତତଃ ମିଶିବାର କୌଣସି ସମ୍ଭାବନା ମଧ୍ୟ ନାହିଁ । ଅର୍ଥାତ୍ ବିଜେପିରେ ସେ ସାମିଲ ହେବା ନେଇ ଭାଇରାଲ୍ ହେଉଥିବା ଖବର କେବଳ ଏକ ଗୁଜବ ଥିଲା, ଯାହା ବର୍ତ୍ତମାନ ସ୍ପଷ୍ଟ ହୋଇଯାଇଛି । ସୂଚନାଯୋଗ୍ୟ, ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ବେଙ୍ଗାଲୁରୁ ସେଣ୍ଟ୍ରାଲ ଆସନରୁ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିଥିଲେ ମଧ୍ୟ ପ୍ରକାଶ ରାଜ୍ ପରାଜିତ ହୋଇଥିଲେ ।
ଦି ସ୍କିନ୍ ଡକ୍ଟର ନାମକ ଏକ ଏକ୍ସ ଆକାଉଣ୍ଟରୁ କରାଯାଇଥିବା ଟ୍ୱିଟ୍ ପରେ ଏହି ଗୁଜବ ବ୍ୟାପିଥିଲା । ‘ପ୍ରକାଶ ରାଜ୍ ବିଜେପିରେ ସାମିଲ ହେବେ ଏବଂ ଶୁକ୍ରବାର ଅପରାହ୍ନ ୩ଟା ସମୟରେ ସଦସ୍ୟତା ଗ୍ରହଣ କରିବେ’ ବୋଲି ଟ୍ୱିଟ୍ କରାଯାଇଥିଲା । ଏହାପରେ ସାମାଜିକ ଗଣମାଧ୍ୟମରେ ଏହି ଖବର ବେଶ୍ ଭାଇରାଲ୍ ହୋଇଥିଲା । ଉଲ୍ଲେଖଯୋଗ୍ୟ, ଗତ ଜାନୁଆରୀ ମାସରେ ଆୟୋଜିତ କେରଳ ଲିଟରେଚର ଫେଷ୍ଟିଭାଲ୍ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପ୍ରକାଶ କହିଥିଲେ ଯେ, ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦେଶର ପ୍ରମୁଖ ୩ଟି ରାଜନୈତିକ ଦଳ ତାଙ୍କୁ ନିଜ ପଟକୁ ନେବା ପାଇଁ ବାରମ୍ବାର ପ୍ରୟାସ କରୁଛନ୍ତି । ତେବେ ଏସବୁ ଦଳ କେବଳ ତାଙ୍କ ରାଜନୈତିକ ଆଦର୍ଶ ପାଇଁ ନୁହେଁ ବରଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମାଲୋଚକ ଭାବେ ତାଙ୍କୁ ନିଜ ପଟକୁ ନେବା ପାଇଁ ଚାହୁଁଛନ୍ତି, କିନ୍ତୁ ସେ ଏସବୁ ରାଜନୈତିକ ଦଳଙ୍କ ଟ୍ରାପ୍‌ର ଶିକାର ହେବାକୁ ଚାହୁଁନଥିଲେ, ସେଥିପାଇଁ ସେମାନଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ବୋଲି ପ୍ରକାଶ ରାଜ୍ କହିଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button