ରାଜ୍ୟ

ଦୁଇ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ – Ibnodisha

[ad_1]

ସୁନ୍ଦରଗଡ: ଜିଲ୍ଲା ଦୌରାଜଜ ଶୁଭଦର୍ଶୀ ପଟ୍ଟନାୟକ ଏକ ଗଣଦୁଷ୍କର୍ମ ମାମଲାରେ ଶୁଣାଣି କରି ଶୁକ୍ରବାର ଦୁଇ ଜଣ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ ଦେଇଛନ୍ତି । ଦୋଷୀମାନଙ୍କୁ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ ଦଣ୍ଡ ଦେଇଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ୨ ବ୍ୟକ୍ତି ହେଲେ ରାଜେନ କୁଜୁର ଓ ରବି ଓରାମ ।
ମାମଲାର ବିବରଣୀରୁ ଜଣାଯାଏ ଯେ, ୨୦୧୯ ଜୁନ୍ ମାସରେ ପୀଡ଼ିତା କୌଣସି ଏକ କାମରେ ସୁନ୍ଦରଗଡ଼ ଆସିଥିଲେ । କାମ ସାରି ଘରକୁ ଫେରିବା ସମୟରେ ବିଳମ୍ବ ହୋଇଯିବାରୁ ଅଲେଇକେରାର ସୁବାସିନୀ ନାମକ ଜଣେ ସାଙ୍ଗକୁ ଫୋନ କରି ତାଙ୍କ ଘରକୁ ଯାଇଥିଲେ । ସୁବାସିନୀ ପୀଡ଼ିତାଙ୍କୁ କହିଥିଲେ ଯେ, ଆଜି ରାତି ହୋଇଗଲାଣି ଆଜି ଆମ ଘରେ ରହିଯାଅ । ତେବେ ସେହିଦିନ ତାଙ୍କ ଘରେ ଏହି ଦୁଇ ଅଭିଯୁକ୍ତ ମଧ୍ୟ ଥିଲେ । ସୁବାସିନୀ କହିଥିଲା ଆଜି ମୋର ସାଙ୍ଗର ବିବାହ ଅଛି ଚାଲ ଠେଲକୁ ବୁଡ଼ ଗାଁ ଯିବା । ପୀଡ଼ିତା ମନା କରିବାରୁ ସେ ତାଙ୍କୁ ଯିବା ପାଇଁ ବାଧ୍ୟ କରିଥିଲୋ । ଶେଷରେ ଅଭିଯୁକ୍ତ ରାଜେନ କୁଜୁର, ସୁବାସିନୀ, ତାର କିଛି ସାଙ୍ଗ ଏବଂ ପୀଡ଼ିତା ବିବାହରେ ଯୋଗ ଦେବା ପାଇଁ ଠେଲକୁବୁଡ଼ ଯାଇଥିଲେ । ରାଜେନ କୁଜୁର ଓ ପୀଡ଼ିତା ମିଶି ଗୋଟିଏ ବାଇକରେ ବସିଥିଲେ । ଅନ୍ୟ ଅଭିଯୁକ୍ତ ରବି ଓରାମ ସେମାନଙ୍କ ସାଥୀରେ ଯାଇନଥିଲେ । କିଛି ବାଟ ଗଲାପରେ କୁଲବା ଜଙ୍ଗଲରେ ପୀଡିତାଙ୍କୁ ରାଜେନ କୁଜୁର ପ୍ରଥମେ ଦୁଷ୍କର୍ମ କରିଥିଲା । ପରେ ପୀଡ଼ିତାକୁ ନେଇ ଘରେ ଛାଡ଼ି ଦେବି କହି ଅନ୍ୟ ଅଭିଯୁକ୍ତ ରବି ଓରାମ ନେଇଯାଇଥିଲା । କିନ୍ତୁ ସେ ମଧ୍ୟ ଘର ପାଖରେ ଗାଡିକୁ ଅଟକାଇ ଆମକୁଦର ନାମକ ଏକ ସ୍ଥାନରେ ଦୁଷ୍କର୍ମ କରିଥିଲା । ପରଦିନ ଅଭିଯୋଗକାରିଣୀ (ପୀଡ଼ିତା) ଥାନାରେ ଅଭିଯୋଗ କରିଥିଲେ । ସେ ସମୟରେ ଥିବା ତଦନ୍ତକାରୀ ଅଫିସର ବୃନ୍ଦାବତୀ ତାଣ୍ଡି ସଦର ଥାନାରେ ମାମଲା ରୁଜୁ କରି ତଦନ୍ତ କରିଥିଲେ । ଜିଲ୍ଲା ଦୌରାଜଜ ୨୨ ଜଣଙ୍କ ସାଖ୍ୟ ପ୍ରମାଣ, ସରକାରୀ ଓକିଲଙ୍କ ଦୃଢ ଯୁକ୍ତି ଏବଂ ପ୍ରତ୍ୟେକ୍ଷଦର୍ଶୀଙ୍କ ସାଖ୍ୟ ପ୍ରମାଣ ଭିତ୍ତିରେ ରାଜେନ ଓ ରବିଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button