ରାଜ୍ୟ

ରେଳ ଫାଟକ ଭାଙ୍ଗି ଟ୍ରାକରେ ଚଢ଼ିଗଲା କଣ୍ଟେନର – Ibnodisha

[ad_1]

ବାଲେଶ୍ୱର : ରେଳ ଫାଟକ ଭାଙ୍ଗି ଟ୍ରାକକୁ ଚଢ଼ିଗଲା ଏକ କାର୍ ବୋଝେଇ କଣ୍ଟେନର । ବାଲେଶ୍ଵର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାମ୍ପଦା ଛକରେ ଘଟିଛି ଏହି ଅଭାବନୀୟ ଘଟଣା । ଫାଟକ ଭାଙ୍ଗି କଣ୍ଟେନରଟି ଟ୍ରାକ୍‌କୁ ଚଢିଯିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୁଇ ଘଣ୍ଟା ହେବ ବାଲେଶ୍ବର-ନୀଳଗିରି ଲାଇନରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ଡ୍ରାଇଭରକୁ ନିଶାସକ୍ତ ଅବସ୍ଥାରେ କଣ୍ଟେନର ଚଳାଉଥିବା ଜଣାପଡିଛି । ପୁଲିସ ତାକୁ ଅଟକ ରଖିଛି ।

ମିଳିଥିବା ସୂଚନା ଅନୁସାରେ କର୍ଣ୍ଣାଟକ ନମ୍ବର ଥିବା କଣ୍ଟେନରରେ ନୂଆ କାର୍‌ ଲୋଡ୍ କରିଆସୁଥିଲା।  ବାଲେଶ୍ବର ଷୋହଳ ନମ୍ବର ଜାତୀୟରାଜପଥ ବାମପଦା ଛକରେ ଥିବା ୯୯ ନମ୍ବର ରେଲୱେ ଗେଟକୁ ଭାଙ୍ଗି ଟ୍ରେନ୍‌ ଟ୍ରାକ୍‌ ଭିତରକୁ ପଶିଯାଇଛି। ଯେଉଁଥି ପାଇଁ ବଳେଶ୍ୱରରୁ ନୀଳଗିରି ଯାଇଥିବା ଟ୍ରାକରେ ରେଳ ଚଳାଚଳ ବନ୍ଦ ରହିଛି। ଦୁର୍ଘଟଣାରେ ଟ୍ରେନ୍‌ ଲାଇନ ବଙ୍କା ହୋଇଯାଇଛି । ଘଟଣା ସ୍ଥଳରେ ବାଲେଶ୍ବର ଷ୍ଟେସନ ମାଷ୍ଟର, ଇଞ୍ଜିନିୟର ଏବଂ କର୍ମଚାରୀ ପହଞ୍ଚି ଟ୍ରାକ୍‌ରୁ କଣ୍ଟେନରକୁ ହଟାଇବାକୁ ସହ ଲାଇନ ମରାମତି ପାଇଁ ବ୍ୟବସ୍ଥା କରୁଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button