ରାଜ୍ୟ
ପ୍ରଣବ ବଳବନ୍ତରାୟଙ୍କର ବଢିଲା ଅଡୁଆ, ସରକାରୀ ଜମି ହାତେଇବା ଅଭିଯୋଗ ପରେ ମାପଚୁପ
ଚଣ୍ଡିଖୋଲ ୨୨।୦୮ : ପ୍ରଣବ ବଳବନ୍ତରାୟଙ୍କର ବଢିଲା ଅଡୁଆ । ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ସରକାରୀ ଜମି ହାତେଇଥିବା ଅଭିଯୋଗ ପରେ ଆକ୍ସନରେ ଜିଲ୍ଲା ପ୍ରଶାସନ । ଉକ୍ତ ଜମିକୁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ମାପଚୁପ ।
ଖବର ଅନୁଯାୟୀ, ଧର୍ମଶାଳା ତହସିଲ ଅଧିନ ନୂଆଗାଁ ମୌଜାର ଖାତା ନମ୍ବର ୧୯୨ , ପ୍ଲଟ ନମ୍ବର ୮୦ରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ କିଛି ସରକାରୀ ଜମି ହାତେଇ ଥିବାର ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା ।ଯାହାକୁ ନେଇ ଗୁରୁବାର ଦିନ ଧର୍ମଶାଳା ତହସିଲ ପ୍ରଶାସନ ପକ୍ଷରୁ ସଂପୃକ୍ତ ମୌଜାକୁ ଯାଇ ମାପଚୁପ କରାଯାଉଛି ।
ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।