ରାଜ୍ୟ

ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକମାନଙ୍କୁ ଭେଟି ଆଲୋଚନା କଲେ ବିଜେପି ପ୍ରତିନିଧିଦଳ – Ibnodisha

[ad_1]

ପ୍ରାଥମିକ ଶିକ୍ଷାବ୍ୟବସ୍ଥାର ମୂଳଦୁଆକୁ ସଜାଡିବାରେ ବିଫଳ ହୋଇଛି ନବୀନ ସରକାର : ସମୀର ମହାନ୍ତି

 ପ୍ରାଥମିକ ଶିକ୍ଷାବ୍ୟବସ୍ଥା ସମସ୍ୟା ମନୁଷ୍ୟକୃତ ଏବଂ ଏଥି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ
 ତୁରନ୍ତ ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟାର ସମାଧାନ କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର : ୨୫ ବର୍ଷର ବିଜେଡି ଶାସନରେ ଓଡ଼ିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଚିନ୍ତିତ ଅଛନ୍ତି । ଆଗାମୀ କାଲିର ସମୃଦ୍ଧ ଓଡ଼ିଶା ପାଇଁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ମୂଳଦୁଆକୁ ସଜାଡିବାରେ ବିଫଳ ହୋଇଛନ୍ତି ନବୀନ ସରକାର । ଦୀର୍ଘଦିନ ହେବ ଶିକ୍ଷକମାନେ ବିଭିନ୍ନ ସମସ୍ୟା ଓ ଦାବୀ ପୂରଣକୁ ନେଇ ଆନ୍ଦୋଳନ କରି ଆସୁଛନ୍ତି । ରାଜ୍ୟ ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ୫ପ୍ରକାରରେ ବିଭକ୍ତ କରି ବିଭ୍ରାଟ ସୃଷ୍ଟି କରିଛନ୍ତି । ପ୍ରାଥମିକ ଶିକ୍ଷା ପ୍ରଦାନ ବାରମ୍ବାର ବାଧାପ୍ରାପ୍ତ ହେଉଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମସ୍ୟା ମନୁଷ୍ୟକୃତ ଏବଂ ଏଥି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଶିକ୍ଷାର ମୂଳଦୁଆ ପ୍ରାଥମିକ ଶିକ୍ଷକ । କିନ୍ତୁ, ପ୍ରାଥମିକ ଶିକ୍ଷକମାନେ ତାଙ୍କର ଯୁକ୍ତିଯୁକ୍ତ ଦାବି ନେଇ ରାଜଧାନୀର ରାଜରାସ୍ତାରେ ବସିଛନ୍ତି । ସରକାର ଏମାନଙ୍କ ପ୍ରତି କୌଣସି କର୍ଣ୍ଣପାତ କରୁନାହାନ୍ତି । ଯେଉଁ ଶିକ୍ଷକମାନେ ଦେଶ ତଥା ସମାଜର ଭବିଷ୍ୟତ ତିଆରି କରିବେ ସେମାନଙ୍କ ଦାବିକୁ ରାଜ୍ୟ ସରକାର ଯଥାଶୀଘ୍ର ସମାଧାନ କରନ୍ତୁ । ଯଦି ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହେବ ତାହାଲେ ସମାଜ ପଥଭ୍ରଷ୍ଟ ହୋଇଯିବ । ନବୀନ ସରକାର ଓଡ଼ିଶାର ଶିକ୍ଷାକୁ ବିପର୍ଯ୍ୟସ୍ତ କରିସାରିଲେଣି । ରାଜ୍ୟ ସରକାର ଶିକ୍ଷାକୁ ଆଉ ନିମ୍ନଗାମୀ ନକରି ଆନ୍ଦୋଳନ ଶିକ୍ଷକଙ୍କ ସହ ଆଲୋଚନା କରନ୍ତୁ ବୋଲି ପୂର୍ବତନ ରାଜ୍ୟ ସବାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ୱରର ଲୋୟର ପିଏମଜିକୁ ଯାଇ ଆନ୍ଦୋଳନ କରୁଥିବା ପ୍ରାଥମିକ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ଦୀର୍ଘ ୨୩ ବର୍ଷ ଧରି ନିରୁଙ୍କଶ ଶାସନ କ୍ଷମତାରେ ଥିବା ସତ୍ୱେ ମୁଖ୍ୟମନ୍ତ୍ରୀ ନବୀବ ବାବୁ ଶିକ୍ଷା ବ୍ୟବସ୍ଥା ନେଇ କ’ଣ ଚିନ୍ତା କରୁଛନ୍ତି ତାହା ଜାଣିହେଉନାହିଁ । ନୂତନ ଭାରତର ଅମୃତ କାଳଖଣ୍ଡରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଲେ ଓଡ଼ିଶାର ଭବିଷ୍ୟତ କ’ଣ ହେବ? ରାଜ୍ୟ ସରକାର ପ୍ରାଥମିକ ସ୍କୁଲର ମୂଳଦୁଆକୁ ନଦୋହଲାଇ ସଶକ୍ତ କଲେ, ଆଗାମୀ କାଲିର ଓଡ଼ିଶାର ନାଗରିକ ସଶକ୍ତ ହେବ । ତୁରନ୍ତ ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟାର ସମାଧାନ କରନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟରେ ‘୫-ଟି’ ସ୍କୁଲ ନାଁରେ ମିଥ୍ୟା ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ନବୀନ ସରକାର “ସଶକ୍ତ ନାଗରିକ ତିଆରି ନକରି ରଙ୍ଗବୋଳାରେ ବିଶ୍ୱାସ କରେ” । ରାଜ୍ୟ ସରକାରଙ୍କ ଶିକ୍ଷାମାରଣ ନୀତି ବିରୋଧରେ ଭାରତୀୟ ଜନତା ପାର୍ଟୀ ବିଧାନସଭା ଭିତରେ ଏବଂ ବାହାରେ ବ୍ୟାପକ ଆନ୍ଦୋଳନ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାର, ବିଧାୟକ ମୁକେଶ ମହାଲିଙ୍ଗ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ୍‌, ସାମାଜିକ ସଂଗଠନର ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାକୁନଗୋ ପ୍ରମୁଖ ଉପସ୍ଥିତ ଥିଲେ ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button