ରାଜ୍ୟ

ନିଜ ମୃତ୍ୟୁ ବିଷୟରେ ଜାଣିଥିଲେ ସିଦ୍ଧୁ, ଦେଶ ଛାଡ଼ିବାକୁ ଦିଆଯାଇଥିଲା ପରାମର୍ଶ !

ଣ୍ଡୀଗଡ଼: ମେ’ ୨୯, ୨୦୨୨ରେ ନିଜ ଘରୁ ବାହାରିବା ପରେ କିଛି ଦୁର୍ବୃତ୍ତ ପଞ୍ଜାବୀ ଗାୟକ ଶୁଭଦୀପ ସିଂହ ସିଦ୍ଧୁ ଓରଫ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିଲେ। ସେ କାର୍ ଭିତରେ ଥିବା ବେଳେ ତାଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ମୃତ୍ୟୁକୁ ପ୍ରାୟ ୩ବର୍ଷ ହୋଇସାରିଥିବା ବେଳେ ଏବେ ଏକ ବଡ଼ ଖୁଲାସା କରିଛନ୍ତି ରାଜନେତା ତଜିନ୍ଦର ବଗ୍ଗା।

ସେ ଏବେ ବିଗ୍ ବସ୍-୧୮ରେ ପ୍ରତିଯୋଗୀ ଭାବେ ନଜର ଆସୁଥିବା ବେଳେ ମୁସେୱାଲାଙ୍କ ମୃତ୍ୟୁକୁ ନେଇ ସେ ବଡ଼ ଖୁଲାସା କରିଛନ୍ତି।

ତାଙ୍କ କହିବା ମୁତାବକ, ସିଦ୍ଧୁ ମୁସେୱାଲାଙ୍କୁ ନିଜ ମୃତ୍ୟୁ ବିଷୟରେ ଜଣାଥିଲା ଏବଂ ତାଙ୍କୁ ଭାରତ ବାହାରକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଥିଲା। ମୋର ଜଣେ ଜ୍ୟୋତିଷ ବନ୍ଧୁ ଏହି ଭବିଷ୍ୟବାଣୀ କରିିଥିଲେ। ସିଦ୍ଧୁ ମଧ୍ୟ ଜ୍ୟୋତିଷଙ୍କ କଥା ମାନି ଭାରତ ଛାଡ଼ିବାକୁ ପ୍ରସ୍ତୁତ ହେଉଥିଲେ। ହେଲେ ଭବିଷ୍ୟବାଣୀର ମାତ୍ର ୮ଦିନ ମଧ୍ୟରେ ତାଙ୍କୁ ହତ୍ୟା କରାଯାଇଥିଲା।

ତେବେ ତଜିନ୍ଦରଙ୍କ ଏଭଳି ଖୁଲାସାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହେଇଛି। ଯଦି ଆମେ ରିୟାଲିଟି ସୋ’ କଥା କହିବା ତେବେ ବିଗ୍ ବସରେ ତଜିନ୍ଦରଙ୍କ ବ୍ୟତୀତ ଶିଳ୍ପା ସିରୋଦକର, ନାଇରା ବାନାର୍ଜୀ, ଅଭିନାଶ ମିଶ୍ର, ଭିଭିଆନ୍ ଡିସେନା, ଶେହଜାଦା ଧାମି, ଗୁନରତ୍ନ, ସାରା ଆର୍ଫିନ୍ ଖାନ୍, ଆର୍ଫିନ୍ ଖାନ୍, ରଜତ ଦଲାଲ, ଶ୍ରୁତିକା ଅର୍ଜୁନ ରାଜ, ଚାହତ ପାଣ୍ଡେ, ଏଲିସ୍ କୌଶିକ, ହେମା ଶର୍ମା ଓରଫ ଭାଇରାଲ ଭାବୀ, ଚୁମ୍ ଦରାଙ୍ଗ, ଆଇଶା ସିଂ, କରଣବୀର ମେହେରା ଏବଂ ମୁସ୍କାନ୍ ବାମନେ ଭାଗ ନେଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button