ରିଟ ଇଣ୍ଟରନେସନାଲ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ – Ibnodisha

[ad_1]
ଯାଜପୁର : ବ୍ୟାସନଗର ସହରର ଗଣେଶ ବଜାର ନିକଟସ୍ଥ ରିଟ ଇଣ୍ଟର ନେସନାଲ ସ୍କୁଲର ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳନ ହୋଇଯାଇଛି I ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବକ୍ରିଷ୍ଣ ଜେନା ,ମୁଖ୍ୟବକ୍ତା ଭାବେ ଜଣାଶୁଣା ବରିଷ୍ଠ ଲେଖକ,ବିଶିଷ୍ଟ ଶିକ୍ଷାବିତ୍ ତଥା ଭାଷାବିତ ପ୍ରଫେସର ମନୋରଞ୍ଜନ ମହାନ୍ତି ଏବଂ ବିଶିଷ୍ଟ ଅତିଥି ଭାବରେ ଶିକ୍ଷାବିତ ଡ଼ଃ ସୁଧୀର ଚନ୍ଦ୍ର ଜେନା ଯୋଗଦେଇଥିଲେI ରିଟ ପରିବାରର ନିର୍ଦ୍ଧେଶକ ଇଂ ଜନ୍ମେଜୟ ରାଉତ ଙ୍କ ଅଧ୍ୟକତାରେ ଅନୁଷ୍ଠିତ ଏହି ସଭାରେ ସମସ୍ତ ଅତିଥୀବୃନ୍ଦପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଦ୍ୱୀପ ପ୍ରଜ୍ବଳନ କରିଥିଲେ I ସ୍କୁଲର ଅଧ୍ୟକ୍ଷ ଇଂ ଦିଗନ୍ତ କୁମାର ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ I ସ୍କୁଲର ନିର୍ଦ୍ଧେଶକ ଛାତ୍ରଛାତ୍ରୀ ମାନେ କିଭଳି ଭବିଷ୍ୟତରେ ଭଲ ମଣିଷ ହେବେ ସେଥିପ୍ରତି ଧ୍ୟାନଦେବାକୁ ସମସ୍ତଙ୍କୁ ଅନୁରୋଧ ରଖିଥିଲେ I ମୁଖ୍ୟବକ୍ତା ଶ୍ରୀ ଯୁକ୍ତ ମନୋରଞ୍ଜନ ମହାନ୍ତି ବିଭନ୍ନ ମହାପୂରୁଷ ମାନଙ୍କର ଉଦାହରଣ ଦେଇ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆଗ୍ରହ ରଖିଥିଲେ | ପିଲାମାନଙ୍କର ଉଜ୍ଵଳ ଭବିଷ୍ୟତ ପାଇଁ ଏକ ସୁଚିନ୍ତିତ ପାଠ ଖସଡ଼ା ପ୍ରସ୍ତୁତ କରି ଆଗଭର ହେବାକୁ ଅଭିଭାବକ ମାନଙ୍କୁ ଡ଼ଃ ସୁଧୀର ଚନ୍ଦ୍ର ଜେନା ଉପଦେଶ ଦେଇଥିଲେ I ମୁଖ୍ୟଅତିଥି ଶ୍ରୀଯୁକ୍ତ ନବକ୍ରିଷ୍ଣ ଜେନା ପିଲାମାନଙ୍କୁ ସଫଳତାର ରହସ୍ୟ ବିଷୟରେ ବିଶେଷ ଭାବରେ ଆଲୋଚନା କରିଥିଲେ I ଛାତ୍ରୀ ନମସ୍ୟ| ମାଝୀ ଙ୍କ ଦ୍ୱାରା ବନ୍ଦେମାତରଂ ଗାନ କରାଯାଇଥିଲା | ସ୍କୁଲର ଅନ୍ୟ ନିର୍ଦ୍ଧେଶକ ଶ୍ରୀଯୁକ୍ତ ଚିନ୍ମୟ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ I ଅତିଥି ମାନଙ୍କୁ ଉତ୍ତରୀୟ ସହିତ ମାନପତ୍ର ପ୍ରଦାନ କରାଯାଇଥିଲାI ଛାତ୍ରଛାତ୍ରୀ ମାନଂକୁ ସେମାନଙ୍କର କୃତିତ୍ୱ ପାଇଁ ପୁରସ୍କାର ବିତରଣ ଶିକ୍ଷାବିତ ଡ଼ଃ ଅକ୍ଷୟ କୁମାର ପଣ୍ଡା , ସ୍କୁଲ ନିର୍ଦ୍ଧେଶକ ଜନ୍ମେଜୟ ରାଉତ ଓ ହିମାଂଶୁ ଶେଖର ନାୟକ, କାଉନସିଲର ଭରତ କୁମାର ଓଝା ତଥା ସମସ୍ତ ଅତିଥି ମାନଙ୍କ ଦ୍ୱାରା କରାଯାଇଥିଲା Iଏହି ଉତ୍ସଵରେ ବିଦ୍ୟାଳୟର ଛାତ୍ର ଆର. ଏନ . ଆୟଂଶଙ୍କୁ ତାଙ୍କର ଅଭିନୟ ପାଇଁ ଏବଂ ଅଭିଭାବକ ମାନଙ୍କୁ ସେମାନଙ୍କର କ୍ରୀଡା ନୈପୁଣ୍ୟତା ପାଇଁ ସମ୍ବଦ୍ଧିତ କରାଯାଇଥିଲା | ସ୍କୁଲର ଏହି ଉତ୍ସବରେ ବହୁ ଛାତ୍ର ଛାତ୍ରୀ ଯୋଗଦାନ କରିବା ସହିତସମସ୍ତ ଅଭିଭାବକ ପିଲାମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ I ସ୍କୁଲର ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ରାଉତରାୟ ,କିଶତବଲା ଖଣ୍ଡାଇ ,ସାଗରୀକା ଦାଶ ,ରଶ୍ମିପ୍ରଭା ସାହୁ ,ସ୍ଵୟଂପ୍ରଭା ରାଉତ , ସରୋଜିନୀ ବିଶ୍ୱାଳ ଓ ବିଦ୍ୟାଳୟ ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ |
[ad_2]




