ହାଲ୍କା ଫୁଲ୍କା ଟପିକ୍ରୁ ଆରମ୍ଭ କରନ୍ତୁ କଥାବାର୍ତ୍ତା, ସମ୍ପର୍କରେ ବଢିବ ନିବିଡତା

ନୂଆଦିଲ୍ଲୀ ୨୨।୦୮: ଡେଟିଂ ସମୟରେ ବା ବିବାହ ପରେ ପାର୍ଟନର୍ ସହ କେଉଁ ବିଷୟରେ କଥା ହେବେ ତାକୁ ନେଇ ଅନେକ ଚିନ୍ତାରେ ରହିଥାନ୍ତି । କାରଣ ସାଥୀଙ୍କ ସହ କେଉଁ ବିଷୟରେ କଥା ହେଲେ ତାଙ୍କୁ ଖରାପ ନ ଲାଗିବ ବା ଝଗଡା ହେବ ନାହିଁ । ଏହି ସମୟରେ ସିରିୟସ୍ ନୁହେଁ, ବରଂ ହାଲ୍କା ଫୁଲକା ଟପିକ୍ ଉପରେ କଥା ହେବା ଦ୍ୱାରା ପରସ୍ପରଙ୍କ ଭିତରେ ପ୍ରେମ ଓ ଆପଣାପଣ ବଢିଥାଏ ।
ତାରିଫ କରିବା ଦ୍ୱାରା ପ୍ରେମ ଓ ବିଶ୍ୱାସ ବଢିଥାଏ । ପ୍ରେମ ଦୁଇ ଲୋକଙ୍କ ମଧ୍ୟରେ ଥିବା ସବୁଠାରୁ ସୁନ୍ଦର ସମ୍ପର୍କ, ଯାହା ପରସ୍ପରଙ୍କ ପ୍ରତି ଚିନ୍ତା, ଖୁସି, ସମ୍ମାନ ଏବଂ ସମର୍ଥନର ଭାବନା ରହିଥାଏ । ଲୋକଙ୍କ ଧାରଣା ନିୟମିତ ସାଥୀ ସହ ରହିବା ଦ୍ୱାରା ସମ୍ପର୍କରେ ନିବିଡ଼ତା ଆସିଥାଏ । ସେଥିପାଇଁ ସାଥୀଙ୍କୁ ଖୁସି ରଖିବାକୁ ପ୍ରୟାସ କରିବା ଉଚିତ୍ ।
ତାରିଫ୍ ବଢାଏ ପ୍ରେମ: ହାଲ୍କା ଫୁଲ୍କା କଥାବାର୍ତ୍ତାରେ ସମ୍ପର୍କର ଆରମ୍ଭ କରିପାରିବେ । ଯଦି ଆପଣଙ୍କୁ ସାଥୀର କୌଣସି ଜିନିଷ ଖାସ୍ ପସନ୍ଦ ରହିଥାଏ, ତେବେ ତାଙ୍କୁ କୁହନ୍ତୁ । ଏପରି କରିବା ଦ୍ୱାରା ପାର୍ଟନର୍କୁ ଖୁସି ସହିତ ପ୍ରେମ ମଧ୍ୟ ବଢିଥାଏ । ଲୁକ୍, ପ୍ରକୃତି, ଷ୍ଟାଇଲ୍, ଓ କାମ କରିବା ଶୈଳୀ ଏଥିରେ ସାମିଲ୍ କରିପାରିବେ ।
ଦିନର ଅପ୍ଡେଟ୍ ବାଣ୍ଟନ୍ତୁ: ଯଦି ଉଭୟ ବା କେହି ଜଣେ କର୍ମଜୀବୀ, ତେବେ ରାତ୍ରୀ ଭୋଜନ ପରେ ଦିନଯାକର ସୁବିଧା ଅସୁବିଧା ପରସ୍ପର ଆଗରେ ବାଣ୍ଟନ୍ତୁ । କୌଣସି ଖୁସିମଜାକ୍ ବା ସମସ୍ୟା ନିଶ୍ଚୟ ସେୟାର କରନ୍ତୁ ।
ଲକ୍ଷ୍ୟ ବିଷୟରେ ଚର୍ଚ୍ଚା: ସାଥୀ ସହିତ ନିଜର ଭବିଷ୍ୟତ ଲକ୍ଷ୍ୟ ବିଷୟରେ କଥା ହୁଅନ୍ତୁ । ଅନେକ ସମୟରେ ବିବାହ ଓ ପିଲାଙ୍କ ଚିନ୍ତା କରିବା ଭିତରେ ଅନେକ ସ୍ୱପ୍ନ ଅଧା ବାଟରୁ ଛାଡିବାକୁ ପଡିଥାଏ । ଯଦି ସେମିତି କିଛି ସ୍ୱପ୍ନ ରହିଥାଏ, ଏହାକୁ ପୂରଣ କରିବା ଦିଗରେ ସାଥୀର ମତାମତ ନେବା ସହ ସହଯୋଗ ମଧ୍ୟ କରିପାରିବେ ।
ଭବିଷ୍ୟତ ଯୋଜନା: ପାର୍ଟନର୍ ସହ ବସି ଭବିଷ୍ୟତ ଯୋଜନା କରିବା ଆବଶ୍ୟକ । ଭବିଷ୍ୟତ ଯୋଜନା କରିବା ସମୟରେ ହିଁ ସମ୍ପର୍କରେ ଥିବା ସଚ୍ଚୋଟତା ଓ ସିରିୟସ୍ନେସ୍ ଜଣାପଡିଥାଏ । ଭବିଷ୍ୟତ ଯୋଜନା ଭିତରେ ପିଲା, ଘର, ଗାଡି ଓ ନିବେଶ ବିଷୟରେ ମଧ୍ୟ ଚିନ୍ତା କରିପାରିବେ ।