ଏହି ପନୀର୍ର ଦାମ୍ ଆଗରେ ସୁନା ବି ଶସ୍ତା, ଦାମ୍ ଜାଣି ମୁଣ୍ଡ ବୁଲାଇବ..
ନୂଆଦିଲ୍ଲୀ : ଅଧିକାଂଶ ଲୋକେ ପନୀର ଖାଇବାକୁ ପସନ୍ଦ କରନ୍ତି । ନିରାମିଷଙ୍କ ପାଇଁ ପନୀର ପ୍ରୋଟିନର ସବୁଠାରୁ ଉତ୍ତମ ବିକଳ୍ପ ବୋଲି କୁହାଯାଏ । ପନୀରରେ ପ୍ରୋଟିନ୍ ବ୍ୟତୀତ ଭିଟାମିନ୍ ବି, କ୍ୟାଲସିୟମ ଭଳି ପୋଷକ ତତ୍ତ୍ୱ ରହିଛି । ତେବେ ପନୀରକୁ ୨୫୦ ଗ୍ରାମକୁ ଅଧିକରୁ ଅଧିକ ୧୦୦,୧୨୦ ଟଙ୍କାରେ କିଣି ଥିବେ । ୧ କେଜି ପନୀର ପାଇଁ ୫ଶହ କିମ୍ବା ୬ଶହ ଟଙ୍କା ଖର୍ଚ୍ଚ କରି ଥିବେ ।ମାତ୍ର ଏପରି ଏକ ପନୀର ବିଷୟରେ ଜାଣିଛନ୍ତି କି, ଯାହା ବଜାରରେ ମିଳୁଥିବା ସାଧାରଣ ପନୀର ଦାମ୍ ଠାରୁ ଖୁବ୍ ମହଙ୍ଗା ।
ଏହି ପନୀର ଦାମ୍ ସାମ୍ନାରେ ଆପଣଙ୍କୁ ସୁନା ଶସ୍ତା ଲାଗିବ।
ଅନେକ ଲୋକେ ପନୀର ବ୍ୟବହାର କରି ଭୋଜନ ପ୍ରସ୍ତୁତ କରି ଥାଆନ୍ତି । କେବେ ଗଧ କ୍ଷୀରରେ ପ୍ରସ୍ତୁତ ହୋଇଥିବା ପନୀର ଖାଇଛନ୍ତି କି? ସର୍ବିଆର ଜେସାବିକାରେ ଗଧ କ୍ଷୀରରୁ ଏହି ମହଙ୍ଗା ପନୀରକୁ ପ୍ରସ୍ତୁତ କରାଯାଉଛି । ଏଠାରେ ବିଶ୍ୱର ସବୁଠାରୁ ମହଙ୍ଗା ପନୀର ପ୍ରସ୍ତୁତ କରାଯାଏ । ଗଧ କ୍ଷୀରରୁ ପ୍ରସ୍ତୁତ ହେଉଥିବା ଏହି ପନୀର ଦାମ୍ କିଲୋ ପ୍ରତି ୭୮,୮୦୦ ଟଙ୍କାରେ ବିକ୍ରି କରାଯାଏ । ୨୫ କିଲୋ କ୍ଷୀରରୁ ଏକ କେଜି ପନୀର ପ୍ରସ୍ତୁତ କରାଯାଏ।
ଏହା ସାମାନ୍ୟ ଲୁଣିଆ । ସ୍ୱାସ୍ଥ୍ୟ ପାଇଁ ଏହି ପନୀର ଖୁବ୍ ଲାଭଦାୟକ । ଗଧ କ୍ଷୀରରେ ଅଧିକ ପ୍ରୋଟିନ୍ ମଧ୍ୟ ରହିଥାଏ।