IBN ଓଡ଼ିଶା ବ୍ୟୁରୋ

ଭାଇଭଉଣୀଙ୍କୁ ବିକାଶ ଦିଶୁନି. ନାଁ ନ ନେଇ ରାହୁଲ, ପ୍ରିୟଙ୍କାଙ୍କୁ ସମାଲୋଚନା କଲେ ନଡ୍ଡା

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ବିଜେପି ସଦସ୍ୟତା ଅଭିଯାନରେ ଯୋଗଦେଇ ନଡ୍ଡା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ କଟାକ୍ଷ କରିଥିଲେ। ରାହୁଲ ଓ ପ୍ରିୟଙ୍କାଙ୍କ ନାଁ ନ ନେଇ ବର୍ଷିଥିଲେ ନଡ୍ଡା।

ନଡ୍ଡା କହିଥିଲେ, ମୋଦୀଙ୍କ ନେତୃତ୍ଵରେ ଭାରତର ବିକାଶ ହୋଇଛି। ଦେଶର ଅର୍ଥନିତୀ ସୁଦୃଢ଼ ହୋଇଛି। ଭାରତ ବିଶ୍ଵର ୫ମ ବୃହତ୍ତମ ଅର୍ଥନୀତି ଭାବେ ଉଭା ହୋଇଥିବାବେଳେ ଖୁବଶୀଘ୍ର ୩ୟ ବୃହତ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। କିନ୍ତୁ ଭାଇଭଉଣୀଙ୍କ ଦେଶର ବିକାଶ ଦେଖାଯାଉନାହିଁ। ସେମାନେ ସବୁବେଳେ ପୁରୁଣା ଢଙ୍ଗରେ ବେକାରୀ, ଗରିବ ସମସ୍ୟାକୁ ପ୍ରସଙ୍ଗ କରୁଛନ୍ତି।

ନଡ୍ଡା ଆହୁରି କହିଥିଲେ, ପାକିସ୍ତାନ, ଇରାନ ଏବଂ ବାଂଲାଦେଶ ଭଳି ରାଷ୍ଟ୍ରରେ ତିନି ତଲାକ ବ୍ୟବସ୍ଥା ନାହିଁ। କିନ୍ତୁ ଭାରତରେ ଧର୍ମନିରପେକ୍ଷତା ନାଁରେ ଦୀର୍ଘବର୍ଷ ଧରି ତିନି ତଲାକ ଚାଲିଆସିଥିଲା। ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦାୟିତ୍ଵ ନେବା ପରେ ମୁସଲମାନ ଭାଇଭଉଣୀଙ୍କ ସମସ୍ୟା ସମାଧାନ ହୋଇଛି। ତିନି ତଲାକ ବ୍ୟବସ୍ଥା ଉଚ୍ଛେଦ କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button