IBN ଓଡ଼ିଶା ବ୍ୟୁରୋ

ବେଙ୍ଗାଲୁରୁ ମହାଲକ୍ଷ୍ମୀ ହତ୍ୟାକାଣ୍ଡ: କେମିତି ଓ କାହିଁକି ମାରିଥିଲା ମୁକ୍ତିରଞ୍ଜନ? ସୁଇସାଇଡ ନୋଟରେ ସବୁ ମାନିଛି

ସମାଜ ଡିଜିଟାଲ ଡେସ୍କ: ବେଙ୍ଗାଲୁରୁ ମହାଲକ୍ଷ୍ମୀ ହତ୍ୟାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭଦ୍ରକ ଏସପି। ହତ୍ୟା ମାମଲାର ତଦନ୍ତ କରିବା ପାଇଁ ବେଙ୍ଗାଲୁରୁ ପୁଲିସର ଏକ ଟିମ୍‌ ଭଦ୍ରକ ଆସିଥିଲେ। ମୁଖ୍ୟ ଅଭିଯୁକ୍ତର ଘର ଭଦ୍ରକରେ ବୋଲି ଜାଣିବା ପରେ ଖୋଳତାଡ କରିବାକୁ ଟିମ୍‌ ପହଞ୍ଚିଥିଲେ। ଅଭିଯୁକ୍ତକୁ ପଚରାଉଚରା କରିବା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ମୁକ୍ତିରଞ୍ଜନ ରାୟ ଆତ୍ମହତ୍ୟା କରିଥିଲା।

ଗଣମାଧ୍ୟମରେ ଏସପି କହିଛନ୍ତି ଯେ ମୁକ୍ତିରଞ୍ଜନଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତଦନ୍ତ ପ୍ରକ୍ରିୟାରେ ଭଦ୍ରକ ପୁଲିସ ପକ୍ଷରୁ ବେଙ୍ଗାଲୁରୁ ପୁଲିସକୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି। ମୁକ୍ତରଞ୍ଜନଙ୍କ ମୃତ୍ୟୁ ପରେ ପୁଲିସ ଏକ ଲାପଟପ, ଡାଏରୀ ସହ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ପୁଲିସର ସୂଚନା ଅନୁସାରେ ସୁଇସାଇଡ ନୋଟରେ ହତ୍ୟାକାଣ୍ଡ ନେଇ ସବୁ କିଛି ମାନିଛି ଅଭିଯୁକ୍ତ ମୁକ୍ତିରଞ୍ଜନ।
ମୁକ୍ତିରଞ୍ଜନ ତାଙ୍କ ସୁଇସାଇଡ ନୋଟରେ ଲେଖିଛନ୍ତି ଯେ ମୁଁ ସେପ୍ଟେମ୍ବର ୩ରେ ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲି। ସେଦିନ ମୁଁ ମହାଲକ୍ଷ୍ମୀଙ୍କ ଘରକୁ ଯାଇଥିଲି। ଆମର କିଛି ବିଷୟରେ ଯୁକ୍ତିତର୍କ ହୋଇଥିଲା। ତା’ପରେ ମହାଳକ୍ଷ୍ମୀ ମୋତେ ଆକ୍ରମଣ କରିଥିଲେ। ମୋତେ ଏହା ଭଲ ଲାଗିନଥିଲା ଏବଂ କ୍ରୋଧରେ ମୁଁ ତାଙ୍କୁ ହତ୍ୟା ହତ୍ୟା କରିଥିଲି। ଏହାପରେ ତାଙ୍କ ମୃତଦେହକୁ ଫିଙ୍ଗିବାକୁ ପ୍ରୟାସ କରିଥିଲି ହେଲେ ନହେବାରୁ ମହାଲକ୍ଷ୍ମୀଙ୍କ ଶରୀରକୁ ୫୯ଖଣ୍ଡରେ କାଟି ଫ୍ରିଜରେ ରଖି ସେଠାରୁ ପଳାଇ ଆସିଥିଲି। ଯେପରି କେହି ନଜାଣିପାରିବେ ସେଥିପାଇଁ ରୁମ୍‌ ସଫା କରିବାକୁ ପ୍ରୟାସ କରିଥିଲି। ମହାଲକ୍ଷ୍ମୀଙ୍କ ଆଚରଣ ମୋତେ ପସନ୍ଦ ନଥିଲା। ତାଙ୍କୁ ହତ୍ୟା ପରେ ନିଶ୍ଚିତ ଭାବେ ଅନୁତାପ କରିଛି। କ୍ରୋଧରେ ଆସି ମୁଁ ଏପରି କରିଥିଲି। ପରେ ଘଟଣାକୁ ନେଇ ଡରିଯାଇ ଘରକୁ ପଳାଇ ଆସିଥିଲି।
ଏହି ଘଟଣାରେ ମୁକ୍ତିରଞ୍ଜନ ଆତ୍ମହତ୍ୟା କରିଛନ୍ତି। ବେଙ୍ଗାଲୁରୁ ପୁଲିସର ୨ଜଣିଆ ଟିମ୍‌ ତଦନ୍ତ ପାଇଁ ଭଦ୍ରକ ଆସିଥିଲ, ହେଲେ ଗୋଟିଏ ଟିମ୍‌ ବେଙ୍ଗାଲୁରୁ ଫେରିଯାଇଛି। ଆଉ ଗୋଟିଏ ଟିମ୍‌ ଭଦ୍ରକ ପୁଲିସ ସହଯୋଗରେ ତଦନ୍ତ ଚଳାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button