IBN ଓଡ଼ିଶା ବ୍ୟୁରୋ

ନିୟମିତ ଖାଆନ୍ତୁ ସିଝା ଚଣା, ମିଳିବ ଏହିସବୁ ଫାଇଦା

ଅଧିକାଂଶ ଲୋକମାନେ ଶୋଲା ଖାଇବାକୁ ପସନ୍ଦ କରିଥାନ୍ତି । କିଛି ଲୋକମାନେ ଶୋଲାକୁ ସିଝାଇ କିମ୍ବା ତେଲ ମସଲା ପକାଇ ତରକାରୀ କରି ଖାଇବାକୁ ପସନ୍ଦ କରିଥାନ୍ତି । ଆପଣମାନେ ଜାଣିଥିବେ ଏହି କଳା ଚଣାରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଥାଏ । ଏହି କାରଣରୁ ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ ଶୋଲା । ତେବେ ଆସନ୍ତୁ ଜାଣିବା କଳା ଚଣା ଖାଇବା ଦ୍ୱାରା କେଉଁ କେଉଁ ଲାଭ ମିଳିଥାଏ ।

kala-chanaକଳାଚଣାକୁ ନୁ୍ୟଟ୍ରିଏଣ୍ଟସ୍ ର ପାୱାରହାଉସ୍ କୁହାଯାଇଥାଏ । ଏଥିରେ ଅଧିକ ପ୍ରୋଟିନ୍ ରହିଥାଏ । ଏହିକାରଣରୁ ସିଝା ଯାଇଥିବା ଚଣାକୁ ଖାଇବା ଦ୍ୱାରା ପାଚନ କ୍ରିୟା ଠିକ୍ ରହିବା ସହ କବଜ, ଗ୍ୟାସ ଏବଂ ପେଟ ଜନିତ ସମସ୍ୟା ଦୂର ହୋଇଥାଏ । କାରଣ ଏଥିରେ ଭରପୁର ମାତ୍ରାରେ ଫାଇବର ରହିଥାଏ ।

chanaସେହିଭଳି ଶୋଲାକୁ ସିଝାଇ ଖାଇବା ଦ୍ୱାରା ଏନର୍ଜି ମିଳିଥାଏ । ଏହିକାରଣରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସକାଳୁ ଖାଲି ପାଟିରେ ଶୋଲା ଖାଇବାକୁ ପରାମର୍ଶ ଦେଇଥାନ୍ତି । କାରଣ ଏହା ଦିନସାରା ଶରୀରରେ ଶକ୍ତି ଯୋଗାଇଥାଏ ।

kala chanaଏଥିସହ ଯଦି ଆପଣ ସକାଳୁ ସିଝା ଚଣା ଖାଉଛନ୍ତି ତେବେ ଅନେକ ସମୟ ପର୍ଯ୍ୟନ୍ତ ଆପଣଙ୍କ ପେଟ ପୁରିଲା ଭଳି ଅନୁଭବ ହୋଇଥାଏ । ଏଥିପାଇଁ ଅଧିକ ଖାଇବାକୁ ଇଛା ହୁଏ ନାହିଁ କି ଭୋକ ମଧ୍ୟ ଲାଗିନଥାଏ । ଏନେଇ ପ୍ରତିଦିନ ଚଣା ଖାଇବା ଦ୍ୱାରା ଓଜନ ମଧ୍ୟ ହ୍ରାସ ପାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button