IBN ଓଡ଼ିଶା ବ୍ୟୁରୋ

ସକାଳୁ ଖାଲି ପେଟରେ ଖାଆନ୍ତୁ ଭୃସଙ୍ଗପତ୍ର, ଦୂର ହେବ ଏହିସବୁ ସମସ୍ୟା

ଭୃସଙ୍ଗପତ୍ର ସାଧାରଣତଃ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ବ୍ୟବହାର କରାଯାଇଥାଏ । ବିଶେଷକରି ସମ୍ଭର, ଇଟଲି, ଉପମା ଏବଂ ନଡ଼ିଆ ଚଟଣି ଭଳି ସାଉଥ୍ ଇଣ୍ଡିଆନ୍ ଖାଦ୍ୟରେ ଭୃସଙ୍ଗପତ୍ର ବ୍ୟବହାର କରାଯାଇଥାଏ । ସେହିଭଳି ପ୍ରତ୍ୟେକ ଓଡ଼ିଆମାନେ ମଧ୍ୟ ଖାଦ୍ୟ ପ୍ରସ୍ତୁତିରେ ଭୃସଙ୍ଗପତ୍ର ବ୍ୟବହାର କରିଥାନ୍ତି । କିନ୍ତୁ ଏସବୁ ମଧ୍ୟରେ ଆପଣ ଜାଣିଛନ୍ତି କି ଭୃସଙ୍ଗପତ୍ର ଖାଦ୍ୟର ସ୍ୱାଦକୁ ବଢାଇବା ସହ ଶରୀର ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ଆଜ୍ଞା ହଁ ଏହି ପତ୍ରରେ କ୍ୟାଲସିୟମ, ଫସଫରସ୍, ଆଇରନ୍, ଭିଟାମିନ-ସି ଏବଂ ଭିଟାମିନ-ଏ ଭଳି ପୋଷକ ତତ୍ତ୍ୱ ରହିଥାଏ । ଯାହା ଓଜନ କମ କରିବାରେ ସହାୟକ ହୋଇଥାଏ । ତେବେ ଜାଣିରଖନ୍ତୁ ଭୃସଙ୍ଗପତ୍ର ଦ୍ୱାରା କେଉଁ ଲାଭ ମିଳିଥାଏ?

curry2ପ୍ରତ୍ୟେକ ଦିନ ଖାଲି ପେଟରେ ଭୃସଙ୍ଗପତ୍ର ସେବନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଏଥିପାଇଁ ଆପଣ ଭୃସଙ୍ଗପତ୍ର ରସରେ ହାଲୁକା ଲେମ୍ବୁ ରସ ଏବଂ ଅଳ୍ପ ଚିନି ମିଶାଇ ସେବନ କରନ୍ତୁ । ଏହି ପାନୀୟ ସେବନ କରିବା ଦ୍ୱାରା ଆପଣଙ୍କ ବାନ୍ତି ହେବା ସମସ୍ୟା ମଧ୍ୟ ଦୂର ହୋଇଥାଏ । ସେହିଭଳି ପ୍ରତିଦିନ ଭୃସଙ୍ଗପତ୍ର ଚୋବାଇବା ଦ୍ୱାରା ଲିଭର ସୁସ୍ଥ ରହିଥାଏ । ଏହି ପତ୍ର ଲିଭରର କାର୍ଯ୍ୟ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

curry1କେବଳ ଏତିକି ନୁହେଁ ଭୃସଙ୍ଗପତ୍ର ଲିଭରରେ ସିରୋସିସ୍ ହେବାର ଆଶଙ୍କା କମ କରି ମଜବୁତ୍ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଥିସହ ଭୃସଙ୍ଗପତ୍ର ପାଚନ କ୍ରିୟା ସଠିକ୍ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଖାଲିପେଟରେ ଏହି ପତ୍ର ଖାଇବା ଦ୍ୱାରା କେବଳ ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିନଥାଏ ବରଂ କବଜ, ଏସିଡିଟି ଏବଂ ଅପଚ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ। ଏଥିପାଇଁ ଆପଣ ଦହି ସହ ଭୃସଙ୍ଗପତ୍ର ସେବନ କରିପାରିବେ ।

curryଏସବୁ ବ୍ୟତୀତ ଯଦି ଆପଣ ମୋଟାପଣ ପାଇଁ ଚିନ୍ତିତ ତେବେ ଏହି ପତ୍ର ଆପଣଙ୍କ ପାଇଁ ଉତ୍ତମ ବିକଳ୍ପ । ଏନେଇ ସକାଳୁ ଭୃସଙ୍ଗପତ୍ର ଖାଇବା ଦ୍ୱାରା ବ୍ଲଡ ସୁଗାର ନିୟନ୍ତ୍ରଣ ହେବା ସହ କୋଲେଷ୍ଟ୍ରେଲ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଏଥିପାଇଁ ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ତୁଳସୀ ସହ ଭୃସଙ୍ଗପତ୍ର ସେବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button