IBN ଓଡ଼ିଶା ବ୍ୟୁରୋ

ଉଚ୍ଚ ରକ୍ତଚାପକୁ ତୁରନ୍ତ ନିୟନ୍ତ୍ରଣ କରିଥାଏ ଏହି ୫ଟି ସୁପର ଫୁଡ, ଜାଣନ୍ତୁ ଏବଂ ସୁସ୍ଥ ରୁହନ୍ତୁ

ଆଜିକାଲି ଲୋକଙ୍କ ଜୀବନଶୈଳୀ ସେମାନଙ୍କ ଜୀବନରେ ଅନେକ ରୋଗ ବ୍ୟାଧିକୁ ଡାକିଆଣୁଛି। ଏବେ ବହୁତ ଲୋକଙ୍କ ବ୍ଲଡପ୍ରେସର ଏବଂ ହାଇପରଟେନସନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ସାଇଲେଣ୍ଟ କିଲର ବୋଲି ମଧ୍ୟ ଲୋକେ କହୁଛନ୍ତି। ଯାହାକୁ ଠିକ୍‌ ସମୟରେ ନ ଜାଣିବା ଫଳରେ ମଣିଷର ଜୀବନ ମଧ୍ୟ ଚାଲିଯାଉଛି। ହଠାତ ଏହା ଅନିୟନ୍ତ୍ରିତ ହେବା ଶରୀରକୁ ପ୍ରଭାବିତ କରିଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଏପରି ଖାଦ୍ୟ ବିଷୟରେ କହିବୁ, ଯାହା ହାଇ ବ୍ଲଡ ପ୍ରେସରରକୁ ତୁରନ୍ତ ନିୟନ୍ତ୍ରିତ କରିବା ସହିତ ଆପଣଙ୍କୁ ସୁସ୍ଥ ରଖିଥାଏ। ଆସନ୍ତୁ ଜାଣିବା ଏହି ଆହାର ବିଷୟରେ….

amla

ଅଁଳା :

ଉଚ୍ଚ ରକ୍ତଚାପ ରୋଗୀ ପ୍ରତିଦିନ ୧ କଞ୍ଚା ଅଁଳା ଖାଇବା ଉଚିତ। ଏହାଛଡା ଏହାକୁ ଚୂର୍ଣ୍ଣ କରି ପାଣିରେ ମିକ୍ସ କରି ପିଇବା ଦ୍ୱାରା ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ, ଆଣ୍ଟି ବ୍ୟାକ୍ଟେରିଆଲ ବ୍ଲଡ ପ୍ରେସରକୁ କେଣ୍ଟ୍ରାଲ କରିବା ସହିତ ଶରୀରର ରୋଗକୁ କମ୍‌ କରିଥାଏ।

haldi

ହଳଦୀ :

ହଳଦୀରେ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଥାଏ। ଏହାକୁ କ୍ଷୀରରେ ମିଶାଇ ପିଇବା ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ମିଳିଥାଏ। କ୍ଷୀର ଛଡା ଏହାକୁ ଚାଁ କିମ୍ବା ଅଦା ପାଉଡର ସହିତ ମିଶାଇ ଖାଇପାରିବେ।

ତ୍ରିଫଳା :

ଉଚ୍ଚ ରକ୍ତଚାପ ସମସ୍ୟାରୁ ତ୍ରିଫଳା ମୁକ୍ତି ଦେଇଥାଏ। ଏଥିପାଇଁ ୨୦ ଗ୍ରାମ ତ୍ରିଫଳା ଏବଂ ୧ ଗ୍ଲାସ ପାଣି ମିଶାଇ ରାତିରେ ରଖିଦିଅନ୍ତୁ। ସକାଳୁ ଏହି ପାଣିକୁ ଛାଣି ପିଅନ୍ତୁ। ଏଥିରେ ମହୁ ମିଶାଇ ଖାଲି ପେଟରେ ପିଇବା ଉଚିତ।

garlic

ରସୁଣ :

ପ୍ରତିଦିନ ସକାଳୁ ଖାଲିପେଟରେ ରସୁଣର ୨ କୋଲା ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ। ଯଦି ଆପଣ ଏହାକୁ ଖାଇବା ପସନ୍ଦ କରନ୍ତି ନାହିଁ, ତେବେ ଏହାର ୫-୬ ବୁନ୍ଦା ରସକୁ ପାଣିରେ ମିଶାଇ ସେବନ କରିପାରିବେ।

 

ଗୋଲମରିଚ ପାଉଡର :

ଯଦି ଆପଣଙ୍କର ହଠାତ୍‌ ବ୍ଲଡପ୍ରେସର ବଢିଯାଏ, ତେବେ ୧/୨ଗ୍ଲାସ ପାଣିରେ ଅଳ୍ପ ଗୋଲମରିଚ ଗୁଣ୍ଡ ମିଶାଇ ପିଇବା ଦ୍ୱାରା ଆରାମ ମିଳିଥାଏ। ଏହାଛଡା ଗୋଲମରିଚ ଖାଇବା ଦ୍ୱାରା ଓଜନ କଣ୍ଟ୍ରୋଲ ମଧ୍ୟ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button