IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆପଲ୍ ଭିନେଗାର ପିଇବା ସମୟରେ କରନ୍ତୁ ନାହିଁ ଏହି ୪ଟି ଭୁଲ୍, ନଚେତ୍ ଭୋଗିବାକୁ ପଡିପାରେ ଏହି ସମସ୍ଯା

ଏଭଳି କିଛି ଜିନିଷ ରହିଛି, ଯାହାକୁ ସେବନ କରିବା ପରେ କିଛି ଜିନିଷ ଉପରେ ବିଶେଷ ଧ୍ଯାନ ରଖିବାକୁ ପଡିଥାଏ। କାରଣ କିଛି ଜିନିଷ ଖାଇବାରେ ଭୁଲ କରିବା ଦ୍ବାରା ସ୍ବାସ୍ଥ୍ଯ ପ୍ରତି ହାନିକାରକ ହୋଇଥାଏ। ସେଓ ଭିନେଗାରରେ ଅନେକ ଫାଇଦା ରହିଥାଏ କିନ୍ତୁ ଯେଉଁ ଲୋକମାନେ ଏହାର ସେବନ କରିଥାନ୍ତି ତା’ର ସଠିକ ଉପାୟ ଜାଣିନାହାନ୍ତି। ଆପଲ୍ ସାଇଡର ସ୍ବାସ୍ଥ୍ଯ ପାଇଁ ଲାଭକାରକ ହୋଇଥାଏ। କାରଣ ଏହା ଅନେକ ସ୍ବାସ୍ଥ୍ଯ ସମସ୍ଯାରୁ ରକ୍ଷା କରିବାରେ ସାହାଯ୍ଯ କରିଥାଏ। ଆପଲ୍ ଭିନେଗାର ଡାଇବେଟିଜ୍ ବ୍ଯକ୍ତିମାନଙ୍କ ପାଇଁ ଅନେକ ଲାଭକାରୀ ହୋଇଥାଏ। ଏଥିସହ ଏହି ଭିନେଗାର ଓଜନ କମ କରିବା ଠାରୁ ଆରମ୍ଭ କରି ପାଚନ ସମ୍ବନ୍ଧିତ ସମସ୍ଯାରୁ ରକ୍ଷା କରିବାରେ ସାହାଯ୍ଯ କରିଥାଏ। କିନ୍ତୁ ଆପଣ ଆପଲ୍ ଭିନେଗାର ସେବନ କରିବା ସମୟରେ ଏହି ୪ଟି କଥାକୁ ଧ୍ଯାନରେ ରଖିବା ଉଚିତ ନଚେତ୍ ଆପଣ ସମସ୍ଯାରେ ପଡିପାରନ୍ତି।

apple cider୧.ଖାଦ୍ଯ ପରେ ସେବନ କରନ୍ତୁ ନାହିଁ

ଯଦି ଆପଣ ଖାଦ୍ଯ ଖାଇ ସାରିବା ପରେ ତୁରନ୍ତ ଏହି ଭିନେଗାର ପିଇବାର ଅଭ୍ଯାସ ରହିଛି ତେବେ ଏହା କାମ କରିନଥାଏ। ଅଧିକ ଲାଭ ପାଇଁ ଏହାକୁ ଖାଲି ପେଟରେ ସେବନ କରିବା ଉଚିତ। ସେହିପରି ଯଦି ଆପଣଙ୍କର ପାଚନ ସମ୍ବନ୍ଧିତ ସମସ୍ଯା ରହିଥାଏ ତେବେ ଆପଣ ଖାଦ୍ଯ ଖାଇବାର ପୂର୍ବରୁ ଏହାକୁ ସେବନ କରିପାରିବେ।

apple cider1୨.ବ୍ରଶ କରିବା ପରେ ତୁରନ୍ତ ସେବନ କରିବା ଅନୁଚିତ

ଦାନ୍ତ ଘଷିବା ପରେ ତୁରନ୍ତ ଏହି ଭିନେଗାର ପିଇବା ଅନୁଚିତ। କାରଣ ଯଦି ଆପଣ ଏପରି କରିଥାନ୍ତି ତେବେ ଆପଣ ଦାନ୍ତ ଯନ୍ତ୍ରଣାର ସିକାର ହୋଇପାରନ୍ତି। ଏହିକାରଣରୁ ଆପଣ ବ୍ରଶ କରିବାର ୩୦ ମିନିଟ୍ ପରେ ଆପଲ୍ ଭିନେଗାର ପିଇବା ଉଚିତ।

apple cider2୩.ଅଧିକ ମାତ୍ରାରେ ସେବନ କରିବା ଭୁଲ୍

ଯଦି ଅପାଣ ଏହି ଭିନେଗାର ପିଇବା ଆରମ୍ଭ କରୁଛନ୍ତି ତେବେ ଏହାକୁ ଅଧିକ ମାତ୍ରାରେ ସେବନ କରିବା ଅନୁଚିତ। କାରଣ ଏହାକୁ ଅଳ୍ପ ମାତ୍ରାରେ ପିଇବା ଦ୍ବାରା ଆପଣ ଜାଣିପାରିବେ ଏହା ଆପଣଙ୍କ ଶରୀରରେ କିଭଳି ପ୍ରତିକ୍ରିୟା କରୁଛି। ସେହିଭଳି ଯଦି ଆପଣ ପେଟରେ ଜ୍ବଳନ ଅନୁଭବ କରିଥାନ୍ତି ତେବେ ଆପଣଙ୍କ ପାଇଁ ଏହି ଭିନେଗାର ଏକ ଉତ୍ତମ ବିକଳ୍ପ।

apple cider3୪.ଶୋଇବା ପୂର୍ବରୁ ସେବନ କରନ୍ତୁ ନାହିଁ

ଶୋଇବାର ଠିକ୍ ପୂର୍ବରୁ ଆପଲ୍ ସାଇଡର୍ ପିଇବା କ୍ଷତିକାରକ ହୋଇଥାଏ। ଏହାଦ୍ବାରା ପେଟ ସମ୍ବନ୍ଧିତ ସମସ୍ଯା ଦେଖାଯାଇଥାଏ। ଏହିକାରଣରୁ ଶୋଇବାର ୧ ଘଣ୍ଟା ପୂର୍ବରୁ ଆପଣ ଏହି ଭିନେଗାର ସେବନ କରିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button