IBN ଓଡ଼ିଶା ବ୍ୟୁରୋ

ପଣସ ମଞ୍ଜିରୁ ମିଳିଥାଏ ଏହି ସବୁ ବଡ ଫାଇଦା, ମୂଳରୁ ଭଲ କରିଥାଏ ଏହିସବୁ ରୋଗ ! -Baba Ramdev Tips

ନମସ୍କାର, ଆପଣ ହୁଏ ତ ପଣସର ସ୍ୱାସ୍ଥ୍ୟ ଲାଭ ବିଷୟରେ ଶୁଣି ଥିବେ, ପଣସ ଦୁନିଆର ସବୁଠୁ ବଡ଼ ଗଛ ଫଳ ଅଟେ । ଏଥିରେ ପ୍ରୋଟିନ, ଭିଟାମିନ B ଏବଂ ପୋଟାସିୟମ ପରି ଅନ୍ୟାନ୍ୟ ପୋଷକ ତତ୍ତ୍ଵ ମିଳିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି, ଏହି ଫଳର ମଞ୍ଜି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ୍ ଉପକାରୀ ଅଟେ । ଏହି ମଞ୍ଜି ଗୁଡ଼ିକ ଥିଆମିନ୍ ଏବଂ ରାଇବୋ ଫ୍ରୋବିଁନ୍ ଭଳି ପୋଷକ ତତ୍ତ୍ଵ ରେ ଭରି ହୋଇଥାଏ । ଯାହା ଆପଣ ଖାଉଥିବା ଖାଦ୍ୟକୁ ଶକ୍ତିରେ ପରିଣତ କରିବାରେ ଏବଂ ଆଖି, ଚର୍ମ ଏବଂ କେଶ କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ପଣସ ମଞ୍ଜି ରେ ଜିଙ୍କ, ଆଇରନ୍, କ୍ୟାଲସିୟମ, ତମ୍ବା, ପୋଟାସିୟମ ଏବଂ ମ୍ୟାଗ୍ନେଶୀୟମ୍ ପରି ଅଳ୍ପ ପରିମାଣର ଖଣିଜ ପଦାର୍ଥ ମଧ୍ୟ ମିଳିଥାଏ । ତେବେ ଆସନ୍ତୁ ଜାଣିବା ପଣସ ମଞ୍ଜିର ଉପକାରିତା ବିଷୟରେ ।

ପଣସ ମଞ୍ଜି ପ୍ରଥମତଃ ମୁହଁରେ ହେଉଥିବା କୁଞ୍ଚିତ ରେଖାକୁ ଦୁର କରିଥାଏ । ଆପଣଙ୍କ ମୁହଁର କୁଞ୍ଚିତ ରେଖାକୁ ଦୁର କରିବା ପାଇଁ ପଣସ ମଞ୍ଜି ବହୁତ୍ ଲାଭ ଦାୟକ ଅଟେ, ଆପଣଙ୍କ ଚର୍ମରେ ଥିବା କୁଞ୍ଚିତ ରେଖାକୁ ଦୁର କରିବା ପାଇଁ, ପ୍ରଥମେ ପଣସ ର ଗୋଟିଏ ମଞ୍ଜି ନିଅନ୍ତୁ ଏବଂ ଏହାକୁ ଥଣ୍ଡା କ୍ଷୀରରେ କିଛି ସମୟ ପାଇଁ ଭେଦାଇ ରଖନ୍ତୁ । ଏବେ ଆପଣମାନେ ଏହାକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ଏହାର ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ, ଏବେ ଏହି ପେଷ୍ଟ ରେ ଅଧା ଚାମଚ୍ ମହୁ ମିଶାନ୍ତୁ ଏବଂ ଏହାକୁ ଭଲ ଭାବେ ମିଶ୍ରିତ କରି ନିଅନ୍ତୁ, ଏବଂ ଏବେ ଆପଣମାନେ ଏହି ପେଷ୍ଟ କୁ ନିଜର ମୁହଁରେ ଥିବା କୁଞ୍ଚିତ ତ୍ଵଚାରେ ଲଗାନ୍ତୁ ।

ଏହି ଭଳି ଆପଣ ସବୁ ଦିନ ଗାଧୋଇବା ପୂର୍ବ ରୁ ଏହି ପେଷ୍ଟ କୁ ଲଗାନ୍ତୁ, ଦେଖିବେ ପଣସ ମଞ୍ଜି ରେ ତିଆରି ହୋଇଥିବା ଏହି ଫେସ୍ ପ୍ୟାକ୍ ଆପଣଙ୍କ ମୁହଁ ରେ ଥିବା କୁଞ୍ଚିତ ରେଖାକୁ ଦୁର କରି, ଆପଣଙ୍କ ଚର୍ମର ଯୌବନକୁ ଫେରାଇ ଆଣିବାରେ ସାହାଯ୍ୟ କରିବ । ଏହା ଚର୍ମ ପାଇଁ ଅନେକ ଲାଭ ଦାୟକ ଅଟେ । ଏହି ପେଷ୍ଟକୁ ଆପଣ ନିଜ ଚର୍ମରେ ଭଲ ଭାବେ ଲଗାନ୍ତୁ । ଏହା ପରେ ଏହି ଫେସ୍ ପ୍ୟାକ କୁ ସମ୍ପୂର୍ଣ ଭାବେ ଶିଖିବାକୁ ଦିଅନ୍ତୁ ଏବଂ କିଛି ସମୟ ପରେ ଏହାକୁ ଉଷୁମ ପାଣି ରେ ଧୋଇଦିଅନ୍ତୁ । ବିଶ୍ବାସ କରନ୍ତୁ ୧୫ ଦିନର ପ୍ରୟୋଗ ଦ୍ଵାରା ଆପଣ ଏହାର ଫଳ ନିଜେ ଜାଣିପାରିବେ ।

ପଣସ ମଞ୍ଜି ରୁ ଆହୁରି ଅନେକ ଫାଇଦା ମିଳିଥାଏ ଯେମିତି କି, ଏହା ମାନସିକ ଚାପ ଏବଂ ଚର୍ମ ରୋଗ ଭଳି ବଡ଼ ରୋଗ ଗୁଡ଼ିକୁ ଭଲ କରିବାରେ ସାହାଯ୍ୟ କରିଥାଏ । ଯେହେତୁ ପଣସ ମଞ୍ଜି ରେ ପ୍ରୋଟିନ ଏବଂ ଅନ୍ୟାନ୍ୟ ମାଇକ୍ରୋ ନ୍ୟୁଟ୍ରିୟେଂଶ୍ ଅଧିକ ଥାଏ, ସେଥିପାଇଁ ଏହା ଆପଣଙ୍କର ମାନସିକ ଚାପ ଏବଂ ଅନେକ ବଡ଼ ବଡ଼ ଚର୍ମ ରୋଗକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣ ପଣସ ମଞ୍ଜି ଖାଇବା ଆବଶ୍ୟକ ।

ପଣସ ମଞ୍ଜି ରକ୍ତ ହୀନତା ବା ଏନିମୀୟା କୁ ଦୁର କରିଥାଏ, ପଣସ ମଞ୍ଜି ଖାଇବା ଦ୍ବାରା ଆପଣଙ୍କର ଶରୀରରେ ଲୌହ ବା ଆଇରନ ର ବୃଦ୍ଧି ହୋଇଥାଏ । ପଣସ ମଞ୍ଜି ଆଇରନ ର ଏକ ଉତ୍ତମ ଉର୍ଷ ଅଟେ ଯାହା ହିମୋଗ୍ଲୋବିନ ର ଏକ ଉପାଦାନ ଅଟେ । ଏହାର ସେବନ ଦ୍ଵାରା ରକ୍ତ ହୀନତା ଏବଂ ଅନ୍ୟାନ୍ୟ ରକ୍ତ ବ୍ୟାଧି ହେବାର ଆଶଂକା ଦୁର ହୋଇଯାଏ । ଆଇରନ ମସ୍ତିଷ୍କ ଓ ହୃଦୟକୁ ସୁସ୍ଥ ଏବଂ ଶକ୍ତିଶାଳୀ କରିଥାଏ । ପଣସ ମଞ୍ଜି ସୁସ୍ଥ କେଶ ଏବଂ ଭଲ ଦୃଷ୍ଟି ଶକ୍ତି ପାଇଁ ମଧ୍ୟ ଲାଭ ଦାୟକ ଅଟେ । ପଣସ ମଞ୍ଜି ଭଲ ଦୃଷ୍ଟି ଶକ୍ତି ବଜାଏ ରଖିବାରେ ସାହାଯ୍ୟ କରିଥାଏ, କାରଣ ଏଥିରେ ଭିଟାମିନ A ଥାଏ । ଭିଟାମିନ A ମଧ୍ୟ ସୁସ୍ଥ କେଶ କୁ ପ୍ରଶ୍ଚାହିତ କରେ, ଏବଂ କେଶ ଝଡ଼ିବା ବନ୍ଦ କରାଇ ଥାଏ ।

ପଣସ ମଞ୍ଜି କୋଷ୍ଟ କଠିନ୍ୟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଏହାର ପାଉଡର ସେବନ କରିବା ଦ୍ୱାରା କୋଷ୍ଟ କଠିନ୍ୟ ଦୁର ହୋଇଥାଏ । ପ୍ରଥମେ ପଣସ ମଞ୍ଜି କୁ ଖରାରେ ସୁଖାନ୍ତୁ ଏବଂ ପରେ ଏହାକୁ ଶୁଖିଲାରେ ଗ୍ରାଇଡିଂ କରି ଏହାର ପାଉଡର ପ୍ରସ୍ତୁତ କରନ୍ତୁ । କୋଷ୍ଟ କଠିନ୍ୟର ଘରୋଇ ଉପଚାର ପାଇଁ ଏହି ପାଉଡରକୁ ଗଚ୍ଛିତ କରି ରଖନ୍ତୁ । କୋଷ୍ଟ କଠିନ୍ୟ ପାଇଁ ଆପଣ ସିଧା ସଳଖ ପଣସ ମଞ୍ଜି ଖାଇପରିବେ । କାରଣ ଏହା ଡାଇଟେରୀ ଫାଇବର ର ଏକ ସମୃଦ୍ଧ ଊର୍ଷ ଅଟେ । ପଣସ ମଞ୍ଜିରେ ଉଚ୍ଚ ମାନର ପ୍ରୋଟିନ ଥିବା ଯୋଗୁଁ ଏହା ଶରୀରରେ ମାଂସ ପେଶି ଗଠନରେ ସାହାଯ୍ୟ କରିଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button