ସ୍ୱାସ୍ଥ୍ୟ

ନିୟମିତ ଖାଆନ୍ତୁ ରସୁଣ, ଦୂର ହେବ ଡାଇବେଟିଜ୍ ସହ ଏହିସବୁ ସମସ୍ୟା

ରସୁଣ ଏଭଳି ଏକ ଜିନିଷ ଯାହା ପ୍ରତ୍ୟେକ ଭାରତୀୟ ରୋଷଇରେ ବ୍ୟବହାର କରିଥାନ୍ତି । ଅଧିକାଂଶ ସମୟରେ ତରକାରୀ ହେଉ କି ଡାଲିରେ ଲୋକମାନେ ରସୁଣ ବ୍ୟବହାର କରିଥାନ୍ତି । କାରଣ ଖାଦ୍ୟ ପ୍ରସ୍ତୁତିରେ ରସୁଣ ବ୍ୟବହାର କରିବା ଦ୍ୱାରା ତାର ସ୍ୱାଦ ଆହୁରି ବଢିଯାଇଥାଏ । ସେହିଭଳି ରସୁଣରେ ଅନେକ ଗୁଣ ଲୁଚି ରହିଛି । ଯାହାକୁ ଖାଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ସଂକ୍ରମଣର ଭୟ ଦୂର ହୋଇଥାଏ । ଏପରିକି ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ସକାଳୁ ଖାଲି ପେଟରେ ରସୁଣ ଖାଇବା ଉଚିତ୍ । କାରଣ ଏହାଦ୍ୱାରା ଅନେକ ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ରସୁଣ ଖାଇବା ଦ୍ୱାରା କେଉଁ କେଉଁ ଲାଭ ମିଳିଥାଏ?

garlic1ରସୁଣରେ ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟି ଇଫ୍ଲେମେଟରୀ ଏବଂ ଆଣ୍ଟି କାର୍ସିନୋଜେନିକ୍ ତତ୍ତ୍ୱ ରହିଥାଏ । ଏହିକାରଣରୁ ଯଦି ଆପଣ ସକାଳୁ ଖାଲି ପେଟରେ ରସୁଣ ଖାଇବେ ତେବେ ଆପଣଙ୍କୁ କେବେ ବି କ୍ୟାନସର ହେବ ନାହିଁ ।

garlicସେହିଭଳି ରସୁଣରେ ଏଲିସିନ୍ ନାମକ କମ୍ପାଉଣ୍ଡ ରହିଥାଏ, ଯାହା ବ୍ଲଡ ସୁଗାର ଲେବଲ କୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ । ଏହିକାରଣରୁ ଡାଇବେଟିଜ୍ ଥିବା ବ୍ୟକ୍ତି ପ୍ରତିଦିନ ସକାଳୁ ଖାଲି ପେଟରେ ୪ଟି ରସୁଣ ଖାଆନ୍ତୁ । ଏଥିସହ ଯଦି ଆପଣ ପ୍ରତିଦିନ ସକାଳୁ ଖାଲି ପେଟରେ ନିୟମିତ କିଛି କୋଲା ରସୁଣ ଖାଉଛନ୍ତି ତେବେ ବହୁତ ଜଲଦି ଆପଣଙ୍କ ଓଜନ ମଧ୍ୟ କମ ହୋଇଯିବ ।

rasunaଏସବୁ ବ୍ୟତୀତ ମାନସିକ ଶାନ୍ତି ପାଇଁ ମଧ୍ୟ ରସୁଣ ଖାଇବା ନିହାତି ଦରକାର । ରସୁଣ ଖାଇବା ଦ୍ୱାରା ଆମ ମସ୍ତିଷ୍କ ସନ୍ତୁଳିତ ରହିଥାଏ । ଏଥିସହ ଡିପ୍ରେସନ ର ସାମ୍ନା କରିବାରେ ଶକ୍ତି ମିଳିଥାଏ । ଏନେଇ ଅତ୍ୟଧିକ ଚିନ୍ତା ଦୂର କରିବା ପାଇଁ ରସୁଣ ଖାଇବାକୁ ପରାମର୍ଶ ଦିଆଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button