IBN ଓଡ଼ିଶା ବ୍ୟୁରୋ

– କଞ୍ଚା ପିଆଜ ଖାଉଥିବା ଲୋକ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…ପାଦ ତଳୁ ମାଟି ଖସିଯିବ

। ସୂଚନା ଅନୁସାରେ ପିଆଜ ଏକ ଏପରି ସାମଗ୍ରୀ ଯାହାକୁ ରୋଷେଇ କଲାବେଳେ ଖାଦ୍ଯରେ ଏହାକୁ ପକାଇ ରାନ୍ଧିବା ଦ୍ଵାରା ଖାଦ୍ୟର ଏକ ନିଆରା ସ୍ଵାଦ ମିଳିଥାଏ । ଏହାଛଡା ପିଆଜକୁ କଞ୍ଚା ଖାଇବା ଦ୍ଵାରା ମଧ୍ୟ ଅନେକ ଉପକାର ମିଳିଥାଏ । ଏହି ପିଆଜକୁ କଞ୍ଚା ଖାଇବା ଦ୍ଵାରା ବହୁତ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ । ଏହି କଞ୍ଚା ପିଆଜର ବିଶେଷ ମହତ୍ଵ ବିଷୟରେ ଆଲୋଚନା କରିବାକୁ ଯାଉଛୁ ।

 

କଞ୍ଚା ପିଆଜ ଖାଇବା ଦ୍ଵାରା ଖାଦ୍ୟର ହଜମ ଶୀଘ୍ର ହୋଇଯାଇଥାଏ ଏବଂ ପେଟ ମଧ୍ୟ ଭଲ ଭାବରେ ପରିଷ୍କାର ହୋଇଯାଇଥାଏ । ଯାହାର କୋଷ୍ଠକାଠିନ୍ୟ ଭଳି ସମସ୍ଯା ରହୁଛି । ସେମାନେ ରାତିରେ ଖାଦ୍ୟ ସାଥିରେ ନିହାତି ଭାବରେ ପିଆଜ ପଡିଥିବା ସ୍ଯାଲାଡ ଖାଇବା ଦରକାର । ପ୍ରାୟତଃ ଲୋକମାନଙ୍କର ଖରା ଦିନରେ ଅତ୍ୟଧିକ ଗରମ ପବନ ବୋହିବାରୁ କିଛି ଲୋକଙ୍କ ନାକରୁ ରକ୍ତ ବାହାରିବା ଆରମ୍ଭ ହୋଇଯାଇଥାଏ । ଏହା ଦୂର କରିବାକୁ ଚାହୁଁଥିଲେ କଞ୍ଚା ପିଆଜ ଖାଇବା ଉଚିତ ।

ଦାନ୍ତରୁ ରକ୍ତ ପଡୁଥିଲେ କଞ୍ଚା ପିଆଜକୁ ଗରମ କରି ଦାନ୍ତ ପାଖରେ ୩ ରୁ ୪ ମିନିଟ ପର୍ଯ୍ୟନ୍ତ ଦବାଇ ରଖନ୍ତୁ, ଏହା ଭଲ ହୋଇଯିବ । ଗଳାରେ ଯଦି କିଛି ସମସ୍ଯା ରହୁଛି କିମ୍ବା ପ୍ରାୟତଃ ସମୟ ଥଣ୍ଡା କାଶ ହେଉଛି । ତେବେ କଞ୍ଚା ପିଆଜର ରସ ବାହାର କରି ସେଥିରେ ମହୁ ମିଶାଇ ସେବନ କରନ୍ତୁ । ଏହି ପରି କିଛି ଦିନ କରିବା ଦ୍ଵାରା ଥଣ୍ଡା, କାଶରୁ ମୁକ୍ତି ମିଳିବ । ପିଆଜରେ ସଲଫର ମାତ୍ରା ଅଧିକ ପରିମାଣରେ ଥାଏ ।

 

ତେଣୁ ଏହାକୁ ଖାଇବା ଦ୍ଵାରା କ୍ୟାନ୍ସର ସେଲ୍ସ  ବଢିବାକୁ ଦିଏନାହିଁ । ଯେଉଁମାନେ କ୍ୟାନ୍ସର ରୋଗୀ ସେମାନେ କଞ୍ଚା ପିଆଜ ଖାଇବା ଦ୍ଵାରା ତାଙ୍କ ଚିକତ୍ସାରେ ଉନ୍ନତି ମିଳିଥାଏ । କଞ୍ଚା ପିଆଜ ଖାଇବା ଯୋଗୁ ୟୁରିନ୍ ଜନିତ ସମସ୍ଯା ଦୂର ହୋଇଥାଏ । ଏନିମିଆରୁ ମଧ୍ୟ କଞ୍ଛା ପିଆଜ ବଞ୍ଚେଇଥାଏ ।ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରିଥାଏ । କାରଣ ପିଆଜରେ ସଲଫର ଭାଗ ଥିବାରୁ ଏହା ନାକ ଦ୍ଵାରା ଶରୀରେ ପ୍ରବେଶ କରିଥାଏ । ସଲଫରରେ ଏକ ପ୍ରକାର ତେଲ ରହିଥାଏ ।

ଯେଉଁମାନେ ଏନିମିଆରେ ପୀଡିତ ଥାନ୍ତି । ସେମାନେ କଞ୍ଚା ପିଆଜର ସେବନ କରିବା ଦ୍ଵାରା ଏଥିରୁ ମୁକ୍ତି ପାଇଥାନ୍ତି । ଯେତେବେଳେ ଆମେ ପିଆଜକୁ ରୋଷେଇ କରି ଖାଉଛେ । ତେବେ ସେହି ପିଆଜରେ ଥିବା ସଲଫର ଭାଗ ନଷ୍ଟ ହୋଇଯାଇଥାଏ । ତେଣୁ ସଲଫର ପାଇଁ କଞ୍ଚା ପିଆଜ ଖାଇବା ଉଚିତ । କଞ୍ଚା ପିଆଜରେ ଆମୀନୋଏସିଡ ଓ ମିଥାଇନ ସଲଫାଇଡ୍ ଥିବାରୁ ଏହାର ସେବନ ଦ୍ଵାରା ଦେହ ଭିତରେ ଥିବା ଖରାପ କୋଲେଷ୍ଟ୍ରଲ୍କୁ ନଷ୍ଟ କରି ଭଲ କୋଲେଷ୍ଟ୍ରଲ୍କୁ ବଢାଇଥାଏ ।

 

କଞ୍ଚା ପିଆଜର ସେବନ ଦ୍ଵାରା ହାର୍ଟ ଜନିତ ପ୍ରୋବ୍ଲେମ ଦୂର ହୋଇଥାଏ । ହାଇ ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରିବାରେ ସାହାଜ୍ଯ କରିଥାଏ  ବନ୍ଦ ହୋଇଥିବା ଧମନୀ ଖୋଲି ଥାଏ ଓ ହାର୍ଟ ଜନିତ ରୋଗ ହେବାର ସମ୍ଭାବନା ନଥାଏ । ଡାଇବେଟିସ ରୋଗୀମାନଙ୍କ ପାଇଁ ମଧ୍ୟ କଞ୍ଚା ପିଆଜର ସେବନ ଦ୍ଵାରା ଅନେକ ଉପକାର ମିଳିଥାଏ । ଏହି କଞ୍ଚା ପିଆଜକୁ ଖାଇବା ଦ୍ଵାରା ଶରୀରକୁ ଏହାର ଅନେକ ଫାଇଦା ମିଳିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button