IBN ଓଡ଼ିଶା ବ୍ୟୁରୋ

କଣ ଆପଣ ଜାଣିଛନ୍ତି ? ରାତିରେ ତକିଆ ତଳେ ତୁଳସୀ ପତ୍ର ରଖି ଶୋଇଲେ କଣ ହୋଇଥାଏ ?

ସୂଚନା ଅନୁସାରେ ତୁଲସୀ ଗଛ ଅତ୍ୟନ୍ତ ହିଁ ପବିତ୍ର ହୋଇଥାଏ । ଏହା କେବଳ ଧାର୍ମିକ ଦୃଷ୍ଟି କୋଣରୁ ମହତ୍ଵପୂର୍ଣ୍ଣ ନୁହେଁ ବଂର ବିଜ୍ଞାନ ଅନୁସାରେ ମଧ୍ୟ ତୁଲସୀ ଗଛର ଅନେକ ଉପକାରୀତା ବର୍ଣ୍ଣନା କରାଯାଇଛି । ଶାସ୍ତ୍ର ଅନୁସାରେ ତୁଲସୀ ଗଛକୁ ଘରେ ରଖିବା ଦ୍ଵାରା ଘର ସକାରାତ୍ମକ ଊର୍ଜା ବୃଦ୍ଧି ପାଇଥାଏ ଓ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । ପ୍ରତିଦିନ ସକାଳେ ତୁଳସୀ ଗଛରେ ପାଣି ଦେଇ ଏହାର ବିଧି ବିଧାନ ସହ ପୂଜା କରିବା ଓ ତୁଲସୀ ମନ୍ତ୍ର ଜପ କରିବା ଦ୍ଵାରା ବହୁତ ଶୁଭ ହୋଇଥାଏ ।

 

ସକାଳେ ତୁଲସୀ ଗଛ ପାଖରେ ୪ ରୁ ୫ ମିନିଟ ପର୍ଯ୍ୟନ୍ତ ବସି ଓମ୍  ନମଃ ଭଗବତେ ବାସୁଦେବାୟ କିମ୍ବା ତୁଳସୀ ମାତାକି ଜୟ ଏହି ଦୁଇ ମନ୍ତ୍ରରୁ କୌଣସି ଏକ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ମାନସିକ ଶାନ୍ତି ଲାଗିବା ସହ ଯଦି ଆପଣଙ୍କର ନିଶ୍ଵାସ ନେବାରେ କିଛି ଅସୁବିଧା ରହୁଥାଏ। ଏହା କରିବା ଦ୍ଵାରା ଏହା ଆସ୍ତେ ଆସ୍ତେ ଦୂର ହେବାକୁ ଲାଗିବ ।

ତୁଳସୀ ଗଛକୁ ଠିକ ଭାବେ ମାଟି ଦେଇ ଓ ନିୟମିତ ରୂପରେ ପାଣି ଦେଇ ମଧ୍ୟ ଯଦି ତୁଳସୀ ଗଛ ଶୁଖିଯାଉଥାଏ । ତେବେ ଏହା ସୂଚିତ କରୁଛିକି ଆପଣଙ୍କ ଘର ପରିବାରର କୌଣସି ସଦସ୍ୟ ଉପରେ କିଛି ବିପଦର ସମ୍ଭାବନା ରହୁଛି, ଯାହା ଯୋଗୁ ତୁଳସୀ ଗଛର ଠିକ ଭାବେ ଯତ୍ନ ନେଇ ମଧ୍ୟ ତୁଳସୀ ଗଛ ଶୁଖିଯାଉଛି । ସେଥିପାଇଁ ଆପଣ ଯେତେ ଶୀଘ୍ର ସେହି ତୁଳସୀ ଗଛକୁ ଉପାଡି ଆଉ ଏକ ତୁଳସୀ ଗଛ ଲଗାନ୍ତୁ ।

 

ଏହା ଦ୍ଵାରା ପରିବାର ସଦସ୍ୟଙ୍କର ମଙ୍ଗଲ ହେବ । ରାତିରେ ଶୋଇଲାବେଳେ ଯଦି ନିଜର ତକିଆ ତଳେ ୪ଟି ତୁଳସୀ ପତ୍ର ରଖିକରି ଶୋଇପଡିବେ ଏବଂସକାଳୁ ଉଠି ୨ ଟି ତୁଳସୀ ପତ୍ରକୁ ସାଇତିକି ରଖିଦେବେ ଆଉ ୨ଟି ପତ୍ରକୁ ଖାଇଦେବେ । ଏହି ନିୟମକୁ ୪୩ଦିନ ପାଳନ କରିବା ଦ୍ଵାରା ଆଧ୍ୟାତ୍ମିକ ଓ ବିଜ୍ଞାନ ଦୁଇ କ୍ଷେତ୍ରରୁ ଉପକାର ମିଳିବ । ରାତିରେ ଯଦି ଆପଣଙ୍କୁ ନିଦ ଆସୁନାହିଁ ଓ ଖରାପ ସ୍ଵପ୍ନ ମଧ୍ୟ ବାରମ୍ଵାର ଆସୁଛି ।

ମାନସିକ କ୍ଷେତ୍ରରେ ଦୁର୍ବଳ ହୋଇଯାଇଛନ୍ତି ।ତୁଳସୀକୁ ତକିଆ ତଳେ ଦେଇ ଶୋଇବା ଦ୍ଵାରା ତୁଳସୀରୁ ଯେଉଁ ପସିଟିଭ ତରଙ୍ଗ ଆସିଥାଏ । ଏହା ଆପଣଙ୍କୁ ମାନସିକ ସ୍ତରରୁ ଷ୍ଟ୍ରଙ୍ଗ କରିଥାଏ ଓ ଆପଣଙ୍କୁ ସଠିକ ନିସ୍ପତି ନେବାରେ ବହୁତ ସାହାଜ୍ଯ କରିଥାଏ । ଆପଣ ଯଦି ତୁଳସୀ ଗଛର  ଚେରକୁ ଘରକୁ ଆଣି ଗଙ୍ଗା ପାଣିରେ ଧୋଇ ହଳଦିଆ କପଡାରେ ବାନ୍ଧି ଗୁରୁବାର ଦିନରେ ନିଜର ଡାହାଣ ହାତରେ ବାନ୍ଧନ୍ତୁ ।

 

ଏହା ଦ୍ଵାରା ଆପଣ ଯେକୌଣସି କାର୍ଯ୍ୟ ଯୋଜନା କରି ଆରମ୍ଭ କରିବେ । ସେସମସ୍ତ କାର୍ଯ୍ୟ ବିନା ବାଧାବିଘ୍ନ ସହ ସୂଚାରୁ ଭାବେ ସଫଳ ହେବ । ଏହାଦ୍ବାରା ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହେବ । ଘରର ମୁଖ୍ୟ କବାଟର ଦୁଇ ପାର୍ଶ୍ଵରେ ତୁଳସୀ ଗଛ ଲଗାଇ ଏହାର ସଠିକ ଭାବରେ ଯତ୍ନ ନେଇ ବଢେଇବା ଦ୍ଵାରା ଆପଣଙ୍କୁ ଧନ ପ୍ରାପ୍ତି ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button