IBN ଓଡ଼ିଶା ବ୍ୟୁରୋ

Kidney ଫେଲ ହେବା ପୂର୍ବରୁ ଶରୀର ଦେଇଥାଏ ଏହି 10 ସଙ୍କେତ, ସମୟ ଥାଇ ହେଇ ଯାଆନ୍ତୁ ସାବଧାନ ! ନହେଲେ…

ସୂଚନା ଅନୁସାରେ ଆମ ଶରୀରର ସମସ୍ତ ଅଙ୍ଗ ଆମ ପାଇଁ ବହୁତ ହିଁ ମହତ୍ବପୂର୍ଣ୍ଣ ହୋଇଥାଏ । କୌଣସି ଏକ ଅଙ୍ଗର ଯଦି କିଛି ସମସ୍ଯା ଦେଖାଯାଇଥାଏ । ତେବେ ଏହା ଆମ ସମ୍ପୂର୍ଣ ଶରୀର ଉପରେ ଏହାର ପ୍ରଭାବ ପକାଇଥାଏ । ସେହିପରି କିଡନୀ ମଧ୍ୟ ଆମ ଶରୀରର ଏକ ପ୍ରମୁଖ ଅଙ୍ଗ । ଏହା ଆମ ଶରୀରରୁ ଦୂଷିତ ତଥା ବିଷାକ୍ତ ପଦାର୍ଥ କାଢିବାରେ ଅଗ୍ରଣୀ ଭୂମିକା ନେଇଥାଏ ।

 

ଆମର ଦୁଇଟି କିଡନୀରୁ  ଗୋଟିଏ ଖରାପ ହୋଇଗଲେ ମଧ୍ୟ ଆମେ ଏହାକୁ ଏତେ ମାତ୍ରାରେ ଜାଣିପାରି ନଥାଉ । କାରଣ ଅନ୍ୟ ଆଉ ଏକ କିଡନୀ ଦ୍ଵାରା ଶରୀରର କାର୍ଯ୍ୟ ହୋଇପାରେ । କିଡନୀ ଖରାପ ହେବାକୁ ଥିଲେ ସଂକେତ ଆମ ଶରୀରକୁ ଦେଇଥାଏ । ଏହି ସୂଚନା ଜାଣିପାରିଲେ । ଏଥିପ୍ରତି ଆଗରୁ ସଚେତନ ହୋଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରିଲେ, କିଡନୀ ଖରାପ ହେବାରୁ ବଞ୍ଚେଇପାରିବେ ।କିଡନୀ ଖରାପ ହେବାରକିଛି ବିଶେଷ ଦେଇଥାଏ ।

ଯେପରି ପ୍ରଥମ ସଂକେତ ହେଉଛି ଶରୀରରେ ବହୁ ଦିନରୁ ଥକାପଣ ଅନୁଭବ କରିବା ଓ କୌଣସି କାର୍ଯ୍ୟ ଠିକରେ ମୁଣ୍ଡ ସ୍ତିର କରି ନକରିପାରିବା। ଦିତୀୟରେ ବହୁତ ଚିଡଚିଡ଼ା ହେବା ପରି ଲାଗିବା । ତୃତୀୟରେ ଭୋକ କମ୍ ଲାଗିବା, ବାରମ୍ବାର ବାନ୍ତି ହେବା ଓ ଖାଦ୍ୟର ସ୍ଵାଦ ଭଲ ଭାବରେ ନଜାଣିପାରିବା । ଚତୁର୍ଥରେ କିଡନୀ ଖରାପ ହେବାର ଥିଲେ ଶରୀର ତାପମାତ୍ରା କମି ଆପଣଙ୍କୁ ଗରମ ଦିନରେ ଥଣ୍ଡା ଲାଗିପାରେ ।

 

ନିଦ ବହୁତ ଆସିଥାଏ । ପଞ୍ଚମରେ ଅଧିକ ପରିଶ୍ରା ଲାଗିଥାଏ । ଷଷ୍ଠରେ ଶରୀରରେ ପେଟ, ଗୋଡରେ ଯନ୍ତ୍ରଣା କୌଣସି କାରଣରୁ ହୋଇଥାଏ କିନ୍ତୁ ଏହି ଲକ୍ଷଣ ମଧ୍ୟ କିଡନୀ ଖରାପ ହେବାରେ ସୂଚିତ  କରାଇଥାଏ । ସପ୍ତମରେ କିଡନୀ ଫେଲ୍ ହେବାର ଥିଲେ ଅନେକଙ୍କର ଶରୀରରେ ବ୍ଲଡ଼ପ୍ରେସର ହାଇ ହୋଇଯାଇଥାଏ । ଏଥିପ୍ରତି ସଚେତନ ରହିବା ଆବଶ୍ୟକ । ଅଷ୍ଟମରେ କିଡନୀ ଡ୍ୟାମେଜ ହୋଇଗଲେ ଶରୀରରେ ଠିକ ଭାବରେ ରକ୍ତ ପରିଷ୍କାର ହୋଇପାରେ ନାହିଁ  ।

ଏହି ବିଷାକ୍ତ ପଦାର୍ଥ ଶରୀରରେ ଜମି ଯାଇଥାଏ  ଯାହା କାରଣରୁ ଚର୍ମରେ ଫଳି ଯାଇ କୁଣ୍ଡାଇ ହୋଇଥାଏ । ନବମରେ ଶରୀରରେ ଏନିମିଆ ଓ ରକ୍ତ ଅଭାବ କାରଣ ମଧ୍ୟ କିଡନୀ ଫେଲ୍ ହେବାର ସୂଚନା ଦେଇଥାଏ । ଦଶମରେ କିଡନୀ ଖରାପ ହେବାର ଲକ୍ଷଣ ବହୁତ ଗମ୍ଭୀର ହୋଇଥାଏ । ଯାହାକୁ ସଙ୍ଗେ ସଙ୍ଗେ ଏତେ ମାତ୍ରାରେ ଜାଣିହୁଏନାହିଁ । ସେଥିପାଇଁ ବାର୍ଷିକ କିଡନୀର ଚେକ୍ଅପ୍ କରାଇବା ଉଚିତ ।

 

ଏହି ଉପରୋକ୍ତ ଲକ୍ଷଣ ଗୁଡିକ କିଡନୀ ଖରାପ ହେବାର ସୂଚନା ଦେଇଥାଏ । ଯଦି ଏହା ଶରୀରରେ ଦେଖାଯାଏ । ତାହେଲେ ନିହାତି ଭାବରେ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ନିଜର ଚିକିତ୍ସା କରାଇବା ଉଚିତ । ଏହା ଦ୍ଵାରା ନିଜର ଅତି ମହତ୍ଵପୂର୍ଣ୍ଣ ଅଙ୍ଗ କିଡନୀ ଖରାପ ହେବାରୁ ରୋକିପାରିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button