ଥାଳିରେ ହାତ ଧୋଉଥିବା ଲୋକ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…ଜାଣନ୍ତୁ ଭୋଜନ କରିବାର କିଛି ଜରୁରୀ ନିୟମ

। ସୂଚନା ଅନୁସାରେ ପ୍ରତେକ ମନୁଷ୍ୟ ନିଜ ଜୀବନରେ ଖୁସିରେ ରହିବାକୁ ଚାହାନ୍ତି । ଖୁସିରେ ରହିବା ପାଇଁ ହେଲେ ସେମାନଙ୍କୁ କିଛି ନିୟମର ପାଳନ କରିବା ପାଇଁ ପଡିବ । ଯାହା ଦ୍ଵାରା ତାଙ୍କ ଜୀବନ ସୁଖମୟ ହୋଇପାରିବ । ଘରର ଶୁଖ ସମୃଦ୍ଧି ବୃଦ୍ଧି କରିବାକୁ ମା ଲକ୍ଷ୍ମୀଙ୍କ କିଛି ନିୟମର ଅବଶ୍ୟ ପାଳନ କରନ୍ତୁ । ଭୋଜନ କରିବା ସମୟରେ କିଛି ନିୟମର ପାଳନ କରିବାକୁ ପଡିବ ।
ଯାହା ଦ୍ଵାରା ଜୀବନରେ ସୁଖ ପ୍ରାପ୍ତି ହୋଇଥାଏ । ଘରର ବିଶେଷ ନିୟମ ବିଷୟରେ ଆଲୋଚନା କରିବା ପାଇଁ ଯାଉଅଛୁ । ରୋଷେଇ ଘରକୁ କେବେ ମଧ୍ୟ ଶୌଚାଳୟର ସମ୍ମୁଖରେ କରିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ସୌଚାଳୟର ନକରାତ୍ମକ ଊର୍ଜା ରୋଷେଇ ଘରକୁ ଆସିଥାଏ । ଏଥିପ୍ରତି ଧ୍ୟାନ ଦେବା ଉଚିତ । ଖାଇବା ସମୟରେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଉଚିତ । ଏହାଦ୍ବାରା ମନୁଷ୍ୟର ସ୍ଵାସ୍ଥ ଅବସ୍ତା ଠିକ ରହିଥାଏ । ଭୋଜନ କରିବା ପୂର୍ବରୁ ନିଜର ହାତ, ଗୋଡ ଓ ମୁହଁ ଭଲ ଭାବରେ ଧୋଇ ଖାଇବା ଠିକ ହୋଇଥାଏ ।
ଏଥିରେ ଆୟୁର ବୃଦ୍ଧି ହୋଇଥାଏ । ଓଦା ଗୋଡରେ ଖାଇବା ଦ୍ଵାରା ଶୁଭ ହୋଇଥାଏ । ତଳେ ଚକା କରି ବସି ଭୋଜନ କରିବା ମଙ୍ଗଳ ହୋଇଥାଏ କିନ୍ତୁ ଟେବୁଲ ଉପରେ ବସି ଗୋଡ ହଲାଇ ଖାଇବା ଦ୍ଵାରା ଅଶୁଭ ହୋଇଥାଏ । ପଶ୍ଚିମ ଦିଗକୁ ମୁହଁ କରି ଖାଇବା ଦ୍ଵାରା ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ । କେବେ ମଧ୍ୟ ଭାଙ୍ଗି ଯାଇଥିବା କିମ୍ବା ଅପରିଷ୍କାର ବାସନରେ ଭୋଜନ କରନ୍ତୁ ନାହିଁ ।
ଯଦି ଘରେ ଭାଙ୍ଗି ଯାଇଥିବା ବାସନ ଥାଏ ତେବେ ତାକୁ ତୁରନ୍ତ ବଦଳାଇ ଦେବାକୁ ହେବ । ଖଟ ଉପରେ ବସିକି କେବେ ମଧ୍ୟ ଭୋଜନ କରାଯାଏ ନାହିଁ । ଠାକୁରଙ୍କୁ ସର୍ବଦା ପିତ୍ତଳ, ତମ୍ବା କିମ୍ବା ରୂପା ବାସନରେ ପ୍ରସାଦ ଦେବା ଉଚିତ । ଭୋଜନ କରିବା ସମୟରେ କିଛି ଲୋକ ନିଜ ଖାଇବା ଥାଳିରେ ହାତ ଧୋଇଥାନ୍ତି । ଏପରି କରିବା ଦ୍ଵାରା ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ ।
ମା ଲକ୍ଷ୍ମୀ ସେହି ପରି ଲୋକଙ୍କ ଉପରେ କେବେ ସନ୍ତୁଷ୍ଟ ନଥାନ୍ତି । ଖାଇବା ସମୟରେ କେବେ ଅଇଁଠା ଛାଡିବା ଠିକ ହୋଇନଥାଏ । ଏହାଦ୍ବାରା ମା ଲକ୍ଷ୍ମୀ ସେହି ବ୍ୟକ୍ତିମାନଙ୍କ ଉପରେ କ୍ରୋଧିତ ହୋଇଯାନ୍ତି ଏବଂତାଙ୍କୁ ଅଭିଶାପ ଦେଇଥାନ୍ତି । ଯେତିକି ଖାଇପାରିବ ସେତିକି ହିଁ ଖାଦ୍ୟ ଆଣିବା ଉଚିତ ହୋଇଥାଏ । ସକାଳେ ରୋଷେଇ ଘରେ ପ୍ରବେଶ କଲାବେଳେ ଗାଧୋଇକି କିମ୍ବା ଧୁଆଧୁଇ ହୋଇକରି ରୋଷେଇ ଘରକୁ ଯିବା ଉଚିତ ।
ଗ୍ଯାସ ଲଗାଇବା ପୂର୍ବରୁ ମା ଲକ୍ଷ୍ମୀଙ୍କୁ ସ୍ମରଣ କରି ରୋଷେଇ ଆରମ୍ଭ କରିବା ଉଚିତ । ଘରେ ଚାଉଳ, ଲୁଣ ଓ ହଳଦୀ କେବେ ସରିବା ଉଚିତ ନୁହେଁ । ଏହି ୩ଟି ଜିନିଷରୁ ଯଦି କୌଣସି ଗୋଟିଏ ସରିଯାଇଥାଏ । ଏହା ଘର ପାଇଁ ଅଶୁଭ ମନାଯାଇଥାଏ । ପାଣି ରଖୁଥିବା ପାତ୍ର ସବୁବେଳେ ଉତ୍ତର, ପୂର୍ବ ଦିଗକୁ ରଖିବା ଉଚିତ ଏବଂ ପାଣି ରଖିଥିବା ପାତ୍ର ସବୁବେଳେ ଜଳ ଭର୍ତ୍ତି କରି ରଖିବା ଦରକାର ।
ସନ୍ଧ୍ୟା ସମୟରେ ଠାକୁରଙ୍କ ପାଖରେ ଦୀପ ଜଳାଇବା ସହିତ ପାଣି ରଖିଥିବା ମାଠିଆ ପାଖରେ ମଧ୍ୟ ଦୀପ ଜଳାଇବା ଉଚିତ । ଏହା କରିବା ଦ୍ଵାରା ଘରେ ସୁଖ, ସମୃଦ୍ଧି ବଢିଥାଏ ।




