IBN ଓଡ଼ିଶା ବ୍ୟୁରୋ

ମୃତ୍ୟୁ ପରେ କେଉଁ ଅଙ୍ଗ ଦେଇ ଶରୀରରୁ ବାହାରିଯାଏ ଆତ୍ମା ?

ଆପଣ ମାନେ ମଧ୍ୟ ନିଶ୍ଚୟ ନିଜ ଆଖି ସାମ୍ନା ରେ ଦେଖି ଶୁଣିଥିବେ କି ଏହି ବ୍ୟକ୍ତି ର ଜୀବନ ଚାଲିଗଲା ଏବଂ ଏହାର ମୃତ୍ୟୁ ହୋଇ ଯାଇଛି । ବନ୍ଧୁଗଣ କିନ୍ତୁ କ’ଣ ଆପଣ କେବେ ଏହା ଚିନ୍ତା କରିଛନ୍ତି କି, ଜୀବନ ଚାଲିଗଲା ଅର୍ଥାତ ଶରୀରରେ ଥିବା ଆତ୍ମା ଶରୀର କୁ ଛାଡିଦେଲା । ତେବେ ତାହା କେଉଁଠିକୁ ଗଲା ଓ କେଉଁ ବାଟରୁ ଗଲା । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ,

 

ପ୍ରସିଦ୍ଧ ଗରୁଡ ପୂରଣରୁ ଏହି ବିଷୟରେ ଯାହାଦ୍ୱାରା ଆପଣ ଜାଣି ପାରିବେ ଶରୀରରୁ ଆତ୍ମା କେଉଁ ବାଟ ଦେଇ ବାହାରିଥାଏ ଓ କେଉଁଠିକୁ ଯାଇଥାଏ । ମୃତ୍ୟୁ ମଣିଷ ଜୀବନର ଏକ ଏପରି ସତ୍ୟ ଅଟେ ଯାହାକୁ କେହି କେବେ ସ୍ଵୀକାର କରିବାକୁ ଇଚ୍ଛା କରି ନଥା’ନ୍ତି । କିନ୍ତୁ ଯେଉଁ ମଣିଷ ଏହି ସତ୍ୟ କୁ ଜୀବନରେ ସ୍ଵୀକାର କରି ନେଇଥାଏ, ସେ ବୁଦ୍ଧିମାନ ବୋଲି କୁହାଯାଇଥାଏ ।

ବନ୍ଧୁଗଣ ପ୍ରସିଦ୍ଧ ଗରୁଡ ପୁରାଣ ର ନବମ ଅଧ୍ୟାୟ ରେ ବର୍ଣ୍ଣିତ ହୋଇଅଛି ଯେ ମଣିଷ ର ଦୁଇ ନେତ୍ର, ଦୁଇ କାନ, ନାକ ର ଦୁଇ ପୁଡା ଓ ପାଟି ଏହି ସାତଟି ଏପରି ଦ୍ଵାର ରହିଛି ଯେଉଁଠାରୁ କି ପୁଣ୍ୟାତ୍ମା ମାନେ ଶରୀର ତ୍ୟାଗ କରିଥାନ୍ତି । ବନ୍ଧୁଗଣ ମୃତ୍ୟୁ ର କିଛି ସମୟ ପରେ ପ୍ରଥମେ ମନୁଷ୍ୟର ପାଦ ଏବଂ ତାହାପରେ ଆଣ୍ଠୁ ଏପରି ଧୀରେ ଧୀରେ ହୋଇ ମଣିଷ ର ସଂପୂର୍ଣ୍ଣ ଶରୀର ଥଣ୍ଡା ଅପଡି ଯାଇଥାଏ ।

 

ଯେପରିକି ଶରୀରର ସମସ୍ତ ଉର୍ଜା ଏକତ୍ରିତ ହୋଇଥାଏ । ଏବଂ ଅନ୍ତତଃ ସଂପୂର୍ଣ୍ଣ ଚେତନା ଶକ୍ତି ଏକତ୍ରିତ ହୋଇ ଏକ ଚକ୍ରରେ ସ୍ଥିତ ହୋଇ ଯାଇଥାଏ । ଯେଉଁ ଚକ୍ରରେ ଆପଣ ଜୀବନ କାଳ ମଧ୍ୟରେ ସବୁଠାରୁ ଅଧିକ ବଞ୍ଚିଥିବେ । ସେହି ଚକ୍ର ଦ୍ଵାରା ହିଁ ଶରୀରର ଉର୍ଜା ଶରୀର ତ୍ୟାଗ କରିଥାଏ । ଯେପରିକି ଜ୍ଞାନୀ ବ୍ୟକ୍ତି ମାନଙ୍କର ଉର୍ଜା ମୁଖ୍ୟ ରୂପରେ ଜ୍ଞାନ ଚକ୍ର ଦ୍ଵାରା ବାହାରିଥାଏ ।

ଏହାର ବିପରୀତ ଯେଉଁ ବ୍ୟକ୍ତି ମାନେ ନିଜର ସଂପୂର୍ଣ୍ଣ ଜୀବନ ଧ୍ୟାନ ରୁ ଦୂରରେ ରହିଥାନ୍ତି ଏବଂ ନିଜର ସଂପୂର୍ଣ୍ଣ ଜୀବନ କେବଳ ସାଂସାରିକ ଜୀବନ ତଥା ଖାଇବା ପିଇବା ଏବଂ ମୌଜ ମସ୍ତିରେ ବିତାଇ ଥାନ୍ତି, ସେହିପରି ବ୍ୟକ୍ତି ମାନଙ୍କର ପ୍ରାଣ ମଣିପୁର ଚକ୍ର ରୁ ବାହାରିଥାଏ । ଯେଉଁ ବ୍ୟକ୍ତି ମାନେ ନିଜର ସଂପୂର୍ଣ୍ଣ ଜୀବନ କେବଳ ସଂଭୋଗ ବିଷୟରେ ଚିନ୍ତା କରିଥାନ୍ତି, ସେହି ବ୍ୟକ୍ତି ମାନଙ୍କୁ ଜୀବନର ଶେଷ ସମୟରେ ମଧ୍ୟ କେବଳ ସଂଭୋଗର ସ୍ମୃତି ହିଁ ଆସିଥାଏ ।

 

ଯାହାର ଫଳ ସ୍ୱରୂପ ସେହି ବ୍ୟକ୍ତି ମାନଙ୍କର ଜୀବନ ମୂଳାଧାର ଚକ୍ର ଦ୍ଵାରା ବାହାରକୁ ବାହାରିଥାଏ । ଯେଉଁ ବ୍ୟକ୍ତି ମାନେ ନିଜର ସଂପୂର୍ଣ୍ଣ ଜୀବନ ଜ୍ଞାନ ର ସଂଗ୍ରହ କରିବା ବା ଜ୍ଞାନ ପ୍ରଚାର କରିବା ଆଦିରେ ବିତାଇ ଦେଇଥାନ୍ତି, ସେହି ବ୍ୟକ୍ତି ମାନଙ୍କର ଉର୍ଜା ବିଶୁଦ୍ଧ ଚକ୍ର ବା ଗଳା ବାଟ ଦେଇ ବାହାରିଥାଏ । ଯେଉଁ ବ୍ୟକ୍ତି ମାନେ ନିଜର ଅନ୍ତିମ ସମୟରେ ଭଗବାନଙ୍କୁ ସ୍ମରଣ କରିଥା’ନ୍ତି, ସେହି ବ୍ୟକ୍ତି ମାନଙ୍କର ଉର୍ଜା ଆଖି ବାଟରୁ ବାହାରିଥାଏ । ଶେଷ ରେ ବନ୍ଧୁଗଣ ସେହେସ୍ତ୍ରାର୍ଥ ଚକ୍ର ଆସିଥାଏ ।

 

ଯେଉଁ ବ୍ୟକ୍ତି ମାନଙ୍କର ଉର୍ଜା ସେହେସ୍ତ୍ରାର୍ଥ ଚକ୍ର ଦ୍ଵାରା ବାହାରିଥାଏ, ସେହି ବ୍ୟକ୍ତି ମାନଙ୍କୁ ଅତ୍ୟନ୍ତ ହିଁ ଭାଗ୍ୟଶାଳୀ ବୋଲି କୁହାଯାଇଥାଏ । କାରଣ ଯେଉଁ ବ୍ୟକ୍ତି ମାନଙ୍କର ଊର୍ଜା ଏହି ଚକ୍ର ବାଟେ ବହାରିଥାଏ, ସେହି ବ୍ୟକ୍ତି ମାନେ ଚିରକାଳ ପାଇଁ ଜନ୍ମ ମୃତ୍ୟୁ ଚକ୍ର ରୁ ଉଦ୍ଧାର ପାଇ ଯାଇଥାନ୍ତି । ଏବଂ ମୋକ୍ଷ କୁ ପ୍ରାପ୍ତ ହୋଇଥାନ୍ତି ।

ବନ୍ଧୁଗଣ ଗରୁଡ ପୂରାଣ ରେ ଏହି ସବୁ ବିଷୟରେ ଆହୁରି ମଧ୍ୟ ବିସ୍ତାର ରୂପରେ ବର୍ଣ୍ଣିତ ହୋଇ ରହିଅଛି । ଯଦି ଆପଣ ମାନଙ୍କ ମନରେ କିଛି ଏପରି ପ୍ରଶ୍ନ ରହିଥାଏ କି ମୃତ୍ୟୁ ପରେ ମଣିଷ କେଉଁଠି କୁ ଯାଇଥାନ୍ତି, କିପରି ରହିଥାନ୍ତି ଇତ୍ୟାଦି ।

Related Articles

Leave a Reply

Your email address will not be published. Required fields are marked *

Back to top button