IBN ଓଡ଼ିଶା ବ୍ୟୁରୋ

ଆଣ୍ଠୁଗଣ୍ଠି ବାତ ରୋଗୀ କରନ୍ତୁ ଏହି ଏକ୍ସରସାଇଜ୍‌, ତୁରନ୍ତ ମିଳିବ ଆରାମ…

ଆଜିକାଲି ପ୍ରାୟତଃ ସମସ୍ତ ବୟସ୍କ ଲୋକଙ୍କ ଠାରେ ଆଣ୍ଠୁଗଣ୍ଠି ଜନିତ ସମସ୍ଯା ଦେଖିବାକୁ ମିଳିଥାଏ । ସମସ୍ତେ ସକଳେ ଉଠି ଗୋଡ ହାତ ଜାମ ହୋଇଯିବା କଥା କହିଥାନ୍ତି । ବନ୍ଧୁଗଣ ବିଜ୍ଞାନ ଭାଷା ରେ ଏହିପରି ଗଣ୍ଠି ଜନିତ ସମସ୍ଯା ଦେଖାଗଲେ ଏହାକୁ ଆର୍ଥାଇଟିସ୍ ବୋଲି କୁହାଯାଇଥାଏ । ଯାହାକି ସାଧାରଣତଃ ବୟସ୍କ ଲୋକ ମାନଙ୍କ ଠାରେ ହେବାର ଦେଖା ଯାଇଥାଏ । ସାଧାରଣତଃ ଏହାର କିଛି କାରଣ ରହି ନଥାଏ ।

 

ବୟସ ବଢିଲେ ଏହା ଧୀରେ ଧୀରେ ଦେଖା ଦେଇଥାଏ । କିନ୍ତୁ ଆଜିକାଲି ଏହା ଯୁବ ପିଢି ମାନଙ୍କ ଠାରେ ମଧ୍ୟ ବହୁଳ ମାତ୍ରରେ ଦେଖା ଦେଉଛି । ଏହାର କାରଣ ହେଉଛି, ବହୁଳ ମାତ୍ରରେ ବଢୁଥିବା ମୋଟାପଣ । ସାଧାରଣତଃ 40 ରୁ 60 ବର୍ଷର ଲୋକ ମାନଙ୍କ ଠାରେ ବହୁଳ ମାତ୍ରରେ ଆର୍ଥାଇଟିସ୍ ହେବାର ଦେଖା ଯାଇଥାଏ । ସମସ୍ତ ପ୍ରକାରର ଗଣ୍ଠି ଜନିତ ସମସ୍ଯା କୁ ଆର୍ଥାଇଟିସ୍ ବୋଲି କୁହାଯାଇଥାଏ ।

କିନ୍ତୁ ସାଧାରଣତଃ ଅଧିକ ଲୋକଙ୍କର ଆଣ୍ଠୁ ରେ ହେବାର ଦେଖା ଯାଇଥାଏ । ଏହା ପରେ ଦ୍ଵିତୀୟ ଏକ୍ସରସାଇଜ୍ ଟି କାର୍ଫଷ୍ଟ୍ରେଚ ଓ ତୃତୀୟ ଏକ୍ସରସାଇଜ୍ ଟି ହେଲା  ଆଙ୍କେଲ ପମ୍ପ ଏକ୍ସରସାଇଜ୍ । ଏହି ଏକ୍ସରସାଇଜ୍ ରେ ଆପଣ ନିଜ ଗୋଡ ଟିକୁ ଲମ୍ବାଇ ପାଦ ଗୁଡିକୁ କେବଳ ବୁଲାଇବେ । ପ୍ରଥମେ ସିଧା ଦିଗରେ ଏହାପରେ ବିପରୀତ ଦିଗରେ କରି ୫ ରୁ ୧୦ ଥର ଏପରି କରି ପାରିବେ । ତୃତୀୟ ଏକ୍ସରସାଇଜ୍ ଟିରେ ଆପଣ ପ୍ରଥମେ ସିଧା ଶୋଇ ପଡିବେ ।

 

ଯାହାକି ଆପଣ ଘରେ ମଧ୍ୟ ଅତି ସହଜରେ କରିପାରିବେ । ଏହାକୁ କରିବା ପାଇଁ ଆପଣ ଏକ ଟାୱେଲ କୁ ରୋଲ ଭାବରେ ମୋଡି ନିଜ ଆଣ୍ଠୁ ତଳେ ରଖି ଦିଅନ୍ତୁ । ଏହାପରେ ଧୀରେଧୀରେ ୧୦ ସେକେଣ୍ଡ ପାଇଁ ଆଣ୍ଠୁ ଉପରେ ଚାପ ପକାନ୍ତୁ । ଏପରି ପ୍ରାୟତଃ ୧୦ ମିନିଟ ପର୍ଯ୍ୟନ୍ତ କରନ୍ତୁ ।

ଏହା ପରେ ଆପଣ ସେହି ଟାୱେଲ କୁ ଦୁଇ ଆଣ୍ଠୁ ମଝିରେ ରଖି ଦୁଇ ଆଣ୍ଠୁ କୁ କିଛି ସମୟ ପାଇଁ ଚାପି ରଖନ୍ତୁ । ଏହା ପରେ ଦ୍ଵିତୀୟ ଏକ୍ସରସାଇଜ୍ ଟି କାର୍ଫଷ୍ଟ୍ରେଚ ଓ ତୃତୀୟ ଏକ୍ସରସାଇଜ୍ ଟି ହେଲା  ଆଙ୍କେଲ ପମ୍ପ ଏକ୍ସରସାଇଜ୍ । ଏହି ଏକ୍ସରସାଇଜ୍ ରେ ଆପଣ ନିଜ ଗୋଡ ଟିକୁ ଲମ୍ବାଇ ପାଦ ଗୁଡିକୁ କେବଳ ବୁଲାଇବେ । ପ୍ରଥମେ ସିଧା ଦିଗରେ ଏହାପରେ ବିପରୀତ ଦିଗରେ କରି ୫ ରୁ ୧୦ ଥର ଏପରି କରି ପାରିବେ ।

 

ତୃତୀୟ ଏକ୍ସରସାଇଜ୍ ଟିରେ ଆପଣ ପ୍ରଥମେ ସିଧା ଶୋଇ ପଡିବେ । ଏହା ପରେ ଆପଣ ଧୀରେଧୀରେ ନିଜ ଗୋଡ କୁ ଭୂମି ରୁ ଉପରକୁ ଉଠାଇବେ ଏବଂ ତଳକୁ ଆଣିବେ । ବନ୍ଧୁଗଣ ଏହି ଏକ୍ସରସାଇଜ୍ ଗୁଡିକ ଆପଣ ଦିନକୁ ୨ରୁ ୩ ଥର କରି ପାରିବେ । ଏହାଛଡା ଆପଣ ନିଜର ଖାଦ୍ଯ ପେୟ ର ମଧ୍ୟ ବିଶେଷ ଯତ୍ନ ମଧ୍ୟ ନେବା ଉଚିତ୍ ।

Related Articles

Leave a Reply

Your email address will not be published. Required fields are marked *

Back to top button