IBN ଓଡ଼ିଶା ବ୍ୟୁରୋ
ଶର୍ଟ ସର୍କିଟ୍ରୁ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ୪ ଯୁବକ
ଭୟଙ୍କର ଅଗ୍ନିକାଣ୍ଡ। ଘରେ ଲାଗିଲା ନିଆଁ। ଜୀବନ୍ତ ଜଳିଗଲେ ୪ ଯୁବକ। ହରିୟାଣାର ଗୁରୁଗ୍ରାମରେ ଘଟିଛି ଏଭଳି କିଛି ଘଟଣା। ଏଠାକାର ସରସ୍ୱତୀ ଏନ୍କ୍ଲେଭର ଜେ ବ୍ଲକରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି।
ସୂଚନା ମୁତାବକ, ବିଳମ୍ବିତ ରାତିରେ ସରସ୍ୱତୀ ଏନ୍କ୍ଲେଭର ଜେ ବ୍ଲକରେ ନିଆଁ ଲାଗିବା ପରେ ଆଖିପିଛୁଳାକେ ଏହା ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା।
ଶର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଫଳରେ ରୁମ୍ରେ ଶୋଇଥିବା ୪ ଜଣ ଯୁବକ ଜୀବନ୍ତ ଜଳି ଯାଇଥିଲେ।
୪ ଜଣ ମୃତକ ବିହାରର ହୋଇଥିବା ସୂଚନା ମିଳିଛି। ଏମାନଙ୍କ ବୟସ ୧୭, ୨୨, ୨୪ ଓ ୨୮ ବୋଲି କୁହାଯାଉଛି। ଏମାନେ ସମସ୍ତେ ଜେ ବ୍ଲକର ହଓ୍ୱା ମହଲରେ ଭଡ଼ାରେ ଘର ନେଇ ରହୁଥିଲେ।
ସେପଟେ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଆଁକୁ ଆୟତ୍ତ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେନ ପାଇଁ ପଠାଇଛି। ପୂରା ମାମଲର ତଦନ୍ତ ପୁଲିସ ଜାରି ରଖିଛି।