IBN ଓଡ଼ିଶା ବ୍ୟୁରୋ

କଣ ଆପଙ୍କ ହାତରେ ମଧ୍ୟ ରହିଛି ଏହିଭଳି ରେଖା, ଜାଣନ୍ତୁ କେଉଁ ଲୋକମାନଙ୍କୁ ହୋଇଥାଏ ଅଚାନକ ଧନପ୍ରାପ୍ତି ଏବଂ ମିଳିଥାଏ ସମ୍ମାନ

ମଣିଷର ହାତରେ ଅନେକ ପ୍ରକାରର ରେଖା ରହିଥାଏ ଏବଂ ଏହି ସବୁ ରେଖାର ମହତ୍ତ୍ୱ ମଧ୍ୟ ଅଲଗା ଅଲଗା ହୋଇଥାଏ । ରେଖା ଗୁଡିକର ସଂଯୋଗ ମଣିଷ ଜୀବନରେ ନୂତନ ଆଶା ସଂଚାର କରିଥାଏ । ପଣ୍ଡିତ ଅଭି ଭରଦ୍ୱାଜଙ୍କ ଅନୁଯାୟୀ ହସ୍ତରେଖାରେ ଏପରି ଅନେକ ଯୋଗ ରହିଛି ଯାହା ଜୀବନକୁ ସିଦ୍ଧ ପ୍ରଭାବିତ କରିଥାଏ । ଏଥିମଧ୍ୟରେ ରହିଥିବା କିଛି ଯୋଗ ବ୍ୟକ୍ତିକୁ ଧନଵାନ ହେବାରେ ସାହାଯ୍ୟ କରିଥାଏ । ତାହେଲେ ଆସନ୍ତୁ ଜାଣିବା କିପରି ଜୀବନକୁ ପ୍ରଭାବିତ କରିଥାଏ ଏହି ଯୋଗ ।

1- ଯେଉଁ ଲୋକମାନଙ୍କ ହାତରେ ଜୀବନ ରେଖା ଗାଲେଇରେ ଏବଂ ମସ୍ତିସ୍କରେଖା ଦୁଇ ଭାଗରେ ବିଭକ୍ତ ହୋଇଥାଏ ସେହି ଲୋକମାନଙ୍କୁ ଅଚାନକ ଧନ ଉପାର୍ଜନ କରିବାର ମଉକା ମିଳିଥାଏ ଏବଂ ସେମାନେ ଧନଵାନ ମଧ୍ୟ ହୋଇଥାନ୍ତି ।

2- ଯଦି ଭାଗ୍ୟରେଖା ମଣିବନ୍ଧ କ୍ଷେତ୍ରରୁ ଆରମ୍ଭ ହୋଇ ଶନି ପର୍ବତ ପର୍ଯ୍ୟନ୍ତ ଯାଇଥାଏ ତାହେଲେ ସେହି ବ୍ୟକ୍ତିଙ୍କୁ ବ୍ୟବସାୟରେ ବଡ଼ ସଫଳତା ମିଳିଥାଏ ।

3- ଯଦି ଜୀବନ, ମସ୍ତିଷ୍କ ଏବଂ ଭାଗ୍ୟର ତିନି ରେଖା ଏକ ସମାନରେ ଦେଖାଯାଏ ଓ ଏହା ବ୍ୟତୀତ ଯଦି ଏହା ଉପରେ ଅନ୍ୟ କୌଣସି ଦାଗ ନଥାଏ ତାହେଲେ ଏପରି ଲୋକ ବହୁତ ଧନଵାନ ହୋଇଥାନ୍ତି ।

4- ଯେଉଁମାନଙ୍କ ହାତରେ ଶନି ପର୍ବତ ଉଠିକି ଥାଏ ଓ ଜୀବନ ରେଖା ଠିକ ଭାବେ ଗୋଲେଇ ହୋଇଥାଏ ଏପରି ଲୋକ ଟିକିଏ ପରିଶ୍ରମ କରି ଧନଵାନ ହୋଇଯାନ୍ତି ।

5- ଯେଉଁ ଲୋକମାନଙ୍କର ହାତ ଭରିହୋଇ ଏବଂ ଟିକିଏ ଚୌଡା ଥାଏ ଏହାସହିତ ଆଙ୍ଗୁଳି ଟିକିଏ ନରମ ଥାଏ ତାହେଲେ ସେମାନଙ୍କ ପାଖରେ ଧନ ଓ ସମ୍ମାନ ରହିଥାଏ ।

6- ଯେଉଁ ଲୋକ ମାନଙ୍କ ହାତରେ ଜୀବନରେଖା ସହିତ ମଙ୍ଗଳରେଖାର ଶେଷ ଏକା ସହ ହୋଇଥାଏ ସେହି ଲୋକମାନଙ୍କୁ ପୈତୃକ ସମ୍ପତ୍ତିରୁ ଅନେକ ଧନ ମିଳିଥାଏ ।

7- ଯେଉଁମାନଙ୍କ ହାତରେ ଭାଗ୍ୟରେଖା ଏକରୁ ଅଧିକ ରହିଥାଏ ଏହାବ୍ୟତୀତ ଶନିଗ୍ରହ ଭଲଭାବେ ଏବଂ ଜୀବନରେଖା ଧୂଆଁଳିଆ ଦେଖାଯାଉଥିଲେ ଏପରି ଲୋକ ବହୁତ ଧନଵାନ ହୋଇଥାନ୍ତି ।

8-ସିଧା ଓ ପତଳା ଆଙ୍ଗୁଳି ଥିବା ଏବଂ ହୃଦୟରେଖା ସିଧା ବୃହଷ୍ପତ୍ତି ପର୍ବତର ତଳେ ଶେଷ ହୋଇଥିଲେ, ଏହିପରି ଲୋକମାନଙ୍କୁ ଧନ ଏବଂ ସମ୍ମାନ ବହୁତ ମିଳିଥାଏ ।

Image result for people get lot of money and respect

9- ଯେଉଁ ଲୋକମାନଙ୍କ ହାତରେ ଭାଗ୍ୟରେଖା ଏକ ରୁ ଅଧିକ ତଥା ହାତ ବହୁତ ଭାରି ହୋଇଥାଏ, ଏପରି ଲୋକମାନଙ୍କୁ ଅଚାନକ ସମ୍ମାନ ଏବଂ ବହୁତ ଧନଲାଭ ହୋଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button