IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଜାଣନ୍ତୁ ଖାଇବା ବେଳେ ଶୁଆ କାହିଁକି ଅଧିକ ଖାଦ୍ୟ ଫୋପାଡିଥାଏ

ଦୁନିଆରେ ପ୍ରାୟତଃ ଘରେ ରଖାଯାଇଥିବା ଶୁଆମାନେ ଖାଦ୍ୟ ଖାଇବା ସମୟରେ ବାରମ୍ବାର ଖାଦ୍ୟ ଜିନିଷ ଫୋପାଡିଥାନ୍ତି। ଖାଦ୍ୟ ସ୍ୱାଦିଷ୍ଟ ହେଲେ ମଧ୍ୟ ଶୁଆ ତାହାକୁ ଫୋପାଡି ଥାଏ। ଗତମାସ ସାଇଣ୍ଟିଫିକ୍‌ ରିପୋର୍ଟରେ ପ୍ରକାଶିତ ଏକ ଷ୍ଟଡି ଅନୁଯାୟୀ ଜଙ୍ଗଲୀ ଶୁଆ ମଧ୍ୟ ଖାଦ୍ୟକୁ ବେକାରରେ ଫୋପାଡିଥାନ୍ତି। ପଶୁ, ପକ୍ଷୀମାନଙ୍କ ପାଇଁ ଏହା ଅସ୍ୱାଭିକ ହୋଇଥାଏ କାରଣ ଅସ୍ଥିତ୍ୱ ରଖିବା ପାଇଁ ଭୋଜନ ବହୁତ ଗୁରୁତ୍ୱପୂର୍ଣ୍ଣ।

ସ୍ପେନର ମ୍ୟାକ୍ସ ପ୍ଲେକ ରିସର୍ଚ୍ଚ ଗ୍ରୁପ୍‌ର ଜୀବ ବିଜ୍ଞାନୀ ଆନାସ୍ତେସିୟା କ୍ରେସୋନ୍ନିକୋବାଙ୍କ କହିବା ଅନୁଯାୟୀ, ଏକ ନୂଆ ଅଧ୍ୟୟନରେ ଶୁଆ ନିଜର ପ୍ରାକୃତିକ ବାତାବରଣରେ ଖାଦ୍ୟ ଫୋପାଡିବା ଭଳି ବ୍ୟବହାରର ବ୍ୟାପକ ଦୃଶ୍ୟ ସାମିଲ କରାଯାଇଛି। ବିଶେଷଜ୍ଞମାନେ ଜଙ୍ଗଲରେ ନିଜର ଷ୍ଟଡିରେ ପ୍ରମାଣ କରିଛନ୍ତି ଶୁଆମାନେ ଫଳ, ଫୁଲ ଏବଂ ବୀଜର ଆଖପାଖରେ ବୁଲିଥାନ୍ତି। ଅନେକଥର ଶୁଆ ମଧ୍ୟ ଏହି ଫଳ ସବୁ ଥରେ କିମ୍ବା ଦୁଇ ଥର ଖାଇବା ପରେ ଫୋପାଡି ଦେଇଥାଏ। ରିସର୍ଚ୍ଚ ପେପର୍‌ ର ପ୍ରମୁଖ ଲେଖକ ଏସ୍ଥର ଗୋଜାଲେଜଙ୍କ କହିବା ଅନୁଯାୟୀ, ଅନେକ ସମୟରେ ଶୁଆ ଫଳ ଏବଂ ଫୁଲକୁ ଅଳ୍ପ କାଟି ତଳେ ଫୋପାଡି ଦେଇଥାଏ।

birds eatପକ୍ଷୀ ବିଜ୍ଞାନୀମାନେ ଅନେକ ବର୍ଷ ପର୍ଯ୍ୟନ୍ତ ଜଙ୍ଗଲରେ ଏହି ବ୍ୟବହାରର ଅଧ୍ୟୟନ କରିଛନ୍ତି। ୧୭ଟି ଦେଶରେ ୧୦୩ ପ୍ରଜାତିର ଶୁଆ ଉପରେ ନଜର ରଖାଯାଇଥିଲା। ଅନେକ ଘଟଣାରେ ଗୋଟିଏ ଶୁଆ ୮୦ପ୍ରତିଶତ ଖାଦ୍ୟ ପଦାର୍ଥ ଫୋପାଡୁଥିବାର ଲକ୍ଷ୍ୟ କରାଯାଇଥିଲା। ଡା. ସେବାସ୍ଟିୟନ ଗୋଜାଲେଜଙ୍କ କହିବା ଅନୁଯାୟୀ, ଲାଗିଥାଏ କି ଶୁଆମାନେ ଖାଦ୍ୟ ଖାଇବା ଅପେକ୍ଷା ତାସହ ଖେଳିବା ପାଇଁ ଖୁବ୍‌ ପସନ୍ଦ କରିଥାନ୍ତି। ଏହାବ୍ୟତୀତ ଶୁଆ ପାଚିଲା ଫଳ ତୁଳନାରେ କଞ୍ଚା ଫଳକୁ ବେଶୀ ଫୋପାଡିଥାନ୍ତି। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଶୁଆମାନେ ଖାଦ୍ୟ ଫୋପାଡିବା ଦ୍ୱାରା ଅନ୍ୟ ପକ୍ଷୀମାନଙ୍କୁ ମଧ୍ୟ ଲାଭ ହୋଇଥାଏ।

ଡା. ଗୋଜାଲେଜଙ୍କ ମତ ଅନୁଯାୟୀ ଶୁଆମାନଙ୍କର ବିଭିନ୍ନ ପ୍ରଜାତିର ବ୍ୟବହାରରୁ ଲାଗିଥାଏ କି ସେମାନେ ଭିବଷ୍ୟତର ଯୋଜନା ପ୍ରସ୍ତୁତ କରିଥାନ୍ତି। ଶୁଆମାନେ ଫସଲ ଏବଂ ଫଳ ଚାଷ କରିବାରେ ମଧ୍ୟ ମନୁଷ୍ୟର ସାହାଯ୍ୟ କରିଥାନ୍ତି। ଏହାବ୍ୟତୀତ ଶୁଆ ପାଇଁ ମଧ୍ୟ ଫସଲ ଭଲ ହୋଇଥାଏ। ଏହିକାରଣରୁ ଶୁଆର ଏଭଳି ବ୍ୟବହାର ଆଶ୍ଚର୍ଯ୍ୟଜନକ ନୁହେଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button