IBN ଓଡ଼ିଶା ବ୍ୟୁରୋ

ମ୍ୟୁଜିକ୍ କିପରି ଥେରାପି ଭଳି କାମ କରେ? ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କିପରି ହୋଇଥାଏ ଲାଭଦାୟକ

ଥାରେ ଅଛି, ‘ସାତ ସୁରେ ବନ୍ଧା ଏ ଜୀବନ…।’ ବାସ୍ତବରେ ସଂଗୀତ ବିନା ଜୀବନ ରଙ୍ଗହୀନ। ସଂଗୀତ ଜୀବନରେ ଭରେ ପ୍ରାଣ। ଅନେକ ସମୟରେ ଗୀତ ଗାଇ ଗାଇ କିମ୍ବା ଶୁଣି ଶୁଣି ରୋଗୀର ଅସ୍ତ୍ରୋପଚାର ହେଉଥିବାର ଖବର ସାମ୍ନାକୁ ଆସେ। ଏହାର ଅର୍ଥ ସଂଗୀତ ମଧ୍ୟ ଜୀବନରୁ ଯନ୍ତ୍ରଣା ହରିନିଏ। ତେଣୁ ମଣିଷ ଜୀବନରେ ସଂଗୀତର ମହତ୍ୱକୁ ସମ୍ମାନାର୍ଥେ ପ୍ରତିବର୍ଷ ବିଶ୍ୱ ସଂଗୀତ ଦିବସ ପାଳନ କରାଯାଏ।

ଶାସ୍ତ୍ରୀୟ, ପପ୍, ରକ୍, ଏବଂ ଲୋକ ସଂଗୀତ ସହିତ ଅନେକ ପ୍ରକାରର ସଂଗୀତ ଅଛି। ଯାହାର ନିଜସ୍ୱ ବୈଶିଷ୍ଟ୍ୟ ଅଛି ଏବଂ ବିଭିନ୍ନ ଭାବନା ପ୍ରକାଶ କରନ୍ତି। ଶାସ୍ତ୍ରୀୟ ସଙ୍ଗୀତର ଗମ୍ଭୀରତା ଏବଂ ଗଭୀରତା ଥିବାବେଳେ ଲୋକ ସଂଗୀତ ପ୍ରାୟତଃ ସଂସ୍କୃତି ଏବଂ ପରମ୍ପରାକୁ ପ୍ରତିଫଳିତ କରିଥାଏ।

ଏହା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ସଂଗୀତର ବହୁତ ଗଭୀର ସାମାଜିକ ପ୍ରଭାବ ରହିଛି। ଲୋକଙ୍କୁ ଏକତ୍ର ଯୋଡିବା ପାଇଁ ଏହା କାମ କରେ। ଏଥି ସହିତ, ଏହା ବ୍ୟକ୍ତିର ମନ ଏବଂ ମସ୍ତିଷ୍କକୁ ଶାନ୍ତ କରିବା ପାଇଁ ମଧ୍ୟ କାର୍ଯ୍ୟ କରେ। ସଂଗୀତ ଆପଣଙ୍କ ଚିନ୍ତାଧାରାକୁ ଏକ ଭିନ୍ନ ଢଙ୍ଗରେ ପ୍ରକାଶ କରିବାରେ ସାହାଯ୍ୟ କରେ। ସଙ୍ଗୀତ ଶୁଣିବା ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ସଂଗୀତକୁ ଥେରାପି ଭାବରେ ବ୍ୟବହାର କରାଯାଏ। ଚାପ କମାଇବା ବ୍ୟତୀତ, ଏହା ଡିପ୍ରେସନରୁ ମୁକ୍ତି ଯୋଗାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ମଣିଷର ମସ୍ତିଷ୍କ ଉପରେ ସଙ୍ଗୀତ ମଧ୍ୟ ବହୁତ ସକାରାତ୍ମକ ପ୍ରଭାବ ପକାଇଥାଏ, ଯାହା ଆମକୁ ସୁଖ ଏବଂ ଶାନ୍ତି ଦେଇଥାଏ।

ଚାପକୁ ନିୟନ୍ତ୍ରଣ କରରେ ମ୍ୟୁଜିକ୍ ଥେରାପି-
ସଙ୍ଗୀତ ଶୁଣି ମନ ଶାନ୍ତି ପାଏ। ଯାହା ଚାପ ଏବଂ ଉଦାସୀନତାରୁ ମୁକ୍ତି ପାଇବାରେ ସହାୟକ ହୋଇଥାଏ। ସଙ୍ଗୀତ ମନକୁ ଶାନ୍ତ କରିଥାଏ ଏବଂ ସକରାତ୍ମକ ଶକ୍ତି ଅନୁଭବ କରିବାରେ ସାହାଯ୍ୟ କରିଥାଏ।

ଧ୍ୟାନ ପାଇଁ ସଂଗୀତ-
କୁହାଯାଏ ଚାପ ଏବଂ ଅତ୍ୟଧିକ ଚିନ୍ତାକୁ ହ୍ରାସ କରିବାରେ ସହାୟକ ହୋଇଥାଏ ଧ୍ୟାନ ବା ମେଡିଟେସନ। ତେଣୁ ଜଣେ ବ୍ୟକ୍ତି ପ୍ରତିଦିନ ଧ୍ୟାନ କରିବା ଉଚିତ୍। କିନ୍ତୁ ଏକ ଶାନ୍ତ ସ୍ଥାନରେ ବସି ସମସ୍ତେ ଧ୍ୟାନ କରିବାକୁ ସକ୍ଷମ ନୁହଁନ୍ତି। ଏପରି ପରିସ୍ଥିତିରେ ଲାଇଟ୍ ମ୍ୟୁଜିକ ସ୍ୱର ଶୁଣିବା ପାରିବେ। ମନକୁ ଆରାମ ଓ ଶାନ୍ତ କରିବା ପାଇଁ, ଅନେକ ଲୋକ ଧ୍ୟାନ ସମୟରେ ସଙ୍ଗୀତ ଶୁଣିବାକୁ ପସନ୍ଦ କରନ୍ତି।

ମନୋବଳକୁ ଉନ୍ନତ କରେ-
ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଅନେକ ସମସ୍ୟା ଯୋଗୁଁ ଅନେକ ଥର ବ୍ୟକ୍ତିର ମନୋବଳ ଭଲ ନଥାଏ ଏବଂ ସେ ବିରକ୍ତ ଅନୁଭବ କରନ୍ତି। ଏଭଳି ପରିସ୍ଥିତିରେ ସଙ୍ଗୀତ ଶୁଣିବା ଦ୍ୱାରା ଅନେକ ଆରାମ ମିଳିଥାଏ । କାରଣ ସଙ୍ଗୀତ ଶୁଣିବା ମନକୁ ଆରାମ ଦେଇଥାଏ ଏବଂ ଅଧିକ ଖୁସି ହରମୋନ୍ ଉତ୍ପାଦନ କରିଥାଏ। ଏହା ଆମ ମନୋବଳକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ସଙ୍ଗୀତ ଥକ୍କାପଣରେ ମଧ୍ୟ ସାହାଯ୍ୟ କରିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button