IBN ଓଡ଼ିଶା ବ୍ୟୁରୋ

କେଉଁ ଜିନିଷକୁ କପଡାରେ ବାନ୍ଧି ଚୁପଚାପ ଦୋକାନରେ ରଖିଲେ ବ୍ୟବସାୟ ଭଲ ହୋଇଥାଏ

ମନୁଷ୍ୟ ଏହି ସଂସାରରେ ସୁଖମୟ ଜୀବନଜାପନ କରିବାକୁ ହେଲେ । ମନୁଷ୍ୟକୁ କେତେ ଗୁଡିଏ ନିୟମ ଓ ଅନୁଶାସନ ପାଳନ କରିବାକୁ ପଡିଥାଏ । ଯେଉଁ ସବୁ ନୀତିନିୟମ ମାନି ଆଗକୁ ବଢିବା ଦ୍ଵାରା ଜୀବନ ସୁଖମୟ ହୋଇଥାଏ । ତେବେ ଚାଲନ୍ତୁ ସେହି ସବୁ ଭଲ ଭଲ ଅନୁଚିନ୍ତା ବିଷୟରେ ଆଜି ଏଠାରେ ଜାଣିବା ।

1- ଘର କୋଣରେ କେବେବି ଅଳିଆ ଗଦା କରିକି ରଖିବା ଉଚିତ ନୁହେଁ । ଏହା ଘର ପାଇଁ ବହୁତ କ୍ଷତିକାରକ ହୋଇବା ସହ ଘର ମଧ୍ୟରେ ନେଗେଟିଭ ଏନର୍ଜିକୁ ବଢାଇଥାଏ ।

2- ଚନ୍ଦ୍ର ଗ୍ରହଣ କିମ୍ବା ସୂର୍ଯ୍ୟ ପରାଗ ସମୟରେ କେବେବି ଖାଦ୍ୟ ଖାଇବା ଉଚିତ ନୁହେଁ । ଏହା ସ୍ଵାସ୍ଥ ପାଇଁ ବହୁତ ଅଶୁଭ ଓ ଅମଙ୍ଗଳ ହୋଇଥାଏ ।

3- ପୁରୁଷ ମାନଙ୍କର ଡାହାଣ ହାତ ପାପୁଲି ଓ ମହିଳା ମାନଙ୍କର ବାମ ହାତ ପାପୁଲି ଯଦି କୁଣ୍ଡାଇ ହୋଇଥାଏ । ତେବେ ସେହି ବ୍ୟକ୍ତିଙ୍କୁ କିଛି ଦିନରେ ଧନ ପ୍ରାପ୍ତି ହେବାର ସୂଚନା ମିଳିଥାଏ ।

4- ସକାଳୁ ଉଠିଲା ପରେ ସର୍ବ ପ୍ରଥମେ ନିଜର ଦୁଇ ପାପୁଲିକୁ ଦେଖିବା ଉଚିତ । ଏହା ବହୁତ ଶୁଭ ସେହି ବ୍ୟକ୍ତିଙ୍କ ପାଇଁ ହୋଇଥାଏ ।

5- ସକାଳୁ ଉଠି ସର୍ବ ପ୍ରଥମେ ନିଜର ଚେହେରାକୁ ଆଇନାରେ ଦେଖନ୍ତୁ ନାହିଁ । ଏହା ଆପଣଙ୍କୁ ଏକ ନେଗେଟିଭ ଏନର୍ଜି ଦେଇଥାଏ । ଯାହାକି ଆପଣଙ୍କ ପାଇଁ ଭଲ ହୋଇନଥାଏ ।

6- ନଡିଆ ଭାଙ୍ଗିବା ଦ୍ଵାରା ସେଥିରୁ ବେଳେବେଳେ ଗଯା ବାହାରିଥାଏ । ସେହି ଗଜାକୁ କେବେ ମଧ୍ୟ ଖାଇବା ଉଚିତ ନୁହେଁ । ଏହା ବହୁତ ଅମଙ୍ଗଳକାରୀ ହୋଇଥାଏ ।

7- ଧଳା ପେଚା ଯଦି କେବେ ଆସି ଘର ଉପରେ ବସିଥାଏ । ତେବେ ଏହା ବହୁତ ଶୁଭ ହୋଇଥାଏ । ଯଦି କୌଣସି ସ୍ଥାନରେ ବି ଧଳା ପେଚା ଦେଖିବାକୁ ପାଆନ୍ତି । ତେବେ ମଧ୍ୟ ଏହା ବହୁତ ଶୁଭ ହୋଇଥାଏ ।

8- ସନ୍ଧ୍ଯା ସମୟରେ ଭୋଜନ କରିବା ଅନୁଚିତ । ସେପରି ଏହି ସନ୍ଧ୍ଯା ସମୟରେ ଶୋଇବା, ପଢିବା ଏ ସବୁ ମଧ୍ୟ ଅନୁଚିତ ।

9- ସ୍ତ୍ରୀ ଲୋକମାନେ ସିନ୍ଦୁର ପିନ୍ଧିବା ସମୟରେ ରୂପା କଣ୍ଟା କିମ୍ବା ଝିଙ୍କ କାଠିର ବ୍ୟବହାର କରି ସିନ୍ଦୁର ପିନ୍ଧନ୍ତୁ । ଏହା ସେମାନଙ୍କର ସ୍ଵାମୀ ପାଇଁ ତଥା ପରିବାର ପାଇଁ ଶୁଭ ହୋଇଥାଏ ।

10- ଦୋକାନରେ ଭଲ ବ୍ୟବସାୟ ହେବା ପାଇଁ ଚାହୁଁଥିଲେ । ତେବେ 7 ଟି କଉଡିକୁ କେଶରରେ ଗୋଳାଇ ହଳଦିଆ କପଡାରେ ବାନ୍ଧି ପଇସା ବାକ୍ସରେ ରଖନ୍ତୁ । ଏହା ଆପଣଙ୍କର ବ୍ୟବସାୟରେ ଲାଭଫଳ ଦେଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button