IBN ଓଡ଼ିଶା ବ୍ୟୁରୋ

ସାମ୍ପୁରେ କେବଳ ମାତ୍ର ଏହି ଜିନିଷର ଆଡ୍ କରି ଲଗାନ୍ତୁ, ଚୁଟି ଏତେ ବଢିବ କି କାଟିବାକୁ ପଡିବ

ବନ୍ଧୁଗଣ ଆଜିକାଲି ସମସ୍ତଙ୍କ ହେୟାରରେ କିଛି ନା କିଛି ହେୟାର ପ୍ରୋବ୍ଲେମ ରହୁଥିବାର ଶୁଣିବାକୁ ମିଳୁଛି । ଚୁଟି ଝଡିବା ଠାରୁ ଆରମ୍ଭ କରି ଚୁଟି ନବଢିବା ପର୍ଯ୍ୟନ୍ତ କିଛି ନା କିଛି କେଶ ଜନିତ ସମସ୍ଯା ପାଇଁ ଲୋକମାନେ ବ୍ୟସ୍ତ ହୋଇ ପଡ଼ୁଛନ୍ତି । ହେଲେ ଲୋକମାନେ ଚୁଟିକୁ ସୁନ୍ଦର, ସିଲକି, ଘନ ଓ ଲମ୍ବା କରିବାକୁ ଚାହିଁଥାନ୍ତି । ତେବେ ଆପଣ ଯଦି ଏହି ଘରୋଇ ଉପଚାର ପ୍ରସ୍ତୁତ କରି ନିଜ ହେୟାରରେ ଟ୍ରାଏ କରିବେ କରିବେ ।

ତେବେ ଆପଣଙ୍କ ମଧ୍ୟ କେଶ ଜନିତ ସବୁ ପ୍ରୋବ୍ଲେମ ଦୂର ହୋଇ ଚୁଟି ସୁନ୍ଦର ଭାବେ ବଢିବାକୁ ଲାଗିବ । ତେବେ ରେମିଡିକୁ ପ୍ରସ୍ତୁତ କରିବା ଲାଗି ଆପଣ ଯେଉଁ ସାମ୍ପୁ ବ୍ୟବହାର କରୁଥିବେ ତାହାକୁ ଆଣନ୍ତୁ । ତାପରେ ଆପଣଙ୍କ ଚୁଟି ଅନୁଯାଇ ସେତିକି ସାମ୍ପୁ ଆପଣ ଏକ ବାଉଲରେ କାଢି ରଖନ୍ତୁ । ଦିତୀୟରେ ଆପଣଙ୍କୁ ଆଲୋଭେରା ଜେଲ୍ ର ଆବଶ୍ୟକତା ପଡିବ ।

ଯଦି ସମ୍ଭବ ଗଛର ଆଲୋଭେରା ଜେଲ୍ ଆପଣ ଆଣି ରେମିଡିରେ ଆଡ୍ କରିପାରିବେ । ନଚେତ ମାର୍କେଟରୁ ମିଳୁଥିବା ଭଲ ଆଲୋଭେରା ଜେଲ୍ କିଣି ଆଣି ରେମିଡିରେ ଆଡ୍ କରିପାରିବେ । ଆଲୋଭେରା ଜେଲ ଆମ ଚୁଟି ପାଇଁ ବହୁତ ଭଲ ଏକ ଲାଭକାରୀ ଉପାଦାନ ଅଟେ । ତେଣୁ ଆଲୋଭେରା ଚୁଟି ପାଇଁ କୌଣସି ବରଦାନ ଠାରୁ କମ ହୋଇନଥାଏ ।

ତୃତୀୟରେ ଯାହା ଆପଣଙ୍କୁ ଆଡ୍ କରିବାର ଅଛି । ତାହା ହେଉଛି ଚିନୀ ପାଉଡର । ଆପଣ ପ୍ରଥମେ କିଛି ଚିନୀ ଆଣି ତାହାକୁ ଗ୍ରାଇଣ୍ଡିଙ୍ଗ କରି ସେଥିରୁ ଅଧ ଚାମଚ ଚିନୀ ପାଉଡର ଆପଣ ନିଜ ରେମିଡିରେ ଆଡ୍ କରନ୍ତୁ । ତାପରେ ସେହି 3 ଟି ଯାକ ସାମଗ୍ରୀକୁ ଭଲ ଭାବେ ମିକ୍ସ କରିଦିଅନ୍ତୁ । ଆପଣ ସାଧାରଣ ଭାବେ ଯେମିତି ସାମ୍ପୁ ଲଗାଇ ନିଜର ହେୟାର ୱାଶ କରନ୍ତି ।

ସେହିପରି ହିଁ ପ୍ରସ୍ତୁତ କରୁଥିବା ଏହି ସାମ୍ପୁ ରେମିଡିକୁ ନିଜ ହେୟାରରେ ଲଗାଇ 4 ରୁ 5 ମିନିଟ ଏହାକୁ ହେୟାରରେ ମସାଜ କରି କରି ଲଗାନ୍ତୁ । ତାପରେ ପାଣି ସହାୟତାରେ ଏହାକୁ ଧୋଇ ସଫା କରିଦିଅନ୍ତୁ । ଆପଣ ଏହି ଉପାୟରେ ସପ୍ତାହକୁ 1 ରୁ 2 ଥର ନିଜ ହେୟାର ୱାଶ କରିପାରିବେ । ତେବେ କିଛି ସପ୍ତାହ ପର୍ଯ୍ୟନ୍ତ ଆପଣ ଏହି ରେମିଡିକୁ ଟ୍ରାଏ କରିକି ଦେଖନ୍ତୁ ।ଆପଣଙ୍କ ଚୁଟି ଝଡିବା କମ୍ ହୋଇବା ସହ ଚୁଟି ମଧ୍ୟ ଭଲ ଭାବେ ବଢିବାକୁ ଲାଗିବ । ଯାହା ଦ୍ଵାରା ଆପଣଙ୍କ ଚୁଟି ଆଗ ଅପେକ୍ଷା ଅଧିକ ଘନ, ଲମ୍ବା ଓ ସୁନ୍ଦର ହୋଇପାରିବ ।

 

Related Articles

Leave a Reply

Your email address will not be published. Required fields are marked *

Back to top button