IBN ଓଡ଼ିଶା ବ୍ୟୁରୋ

ବୟଫ୍ରେଣ୍ଡ ଜିନ୍ସ ଫ୍ୟାସନ ବିଷୟରେ ଜାଣନ୍ତୁ

ବିଭିନ୍ନ ପ୍ରକାର ଜିନ୍ସ ମଧ୍ୟରେ ଫ୍ୟାଶନେବଲ୍‌ ଲୁକ୍‌ ସାଙ୍ଗକୁ କମ୍ଫର୍ଟେବଲ୍‌ ଲାଗୁଥିବାରୁ ବର୍ତ୍ତମାନ ବୟଫ୍ରେଣ୍ଡ ଜିନ୍ସ ପାଲଟିଛି ଲାଟେଷ୍ଟ ଟ୍ରେଣ୍ଡ। ଯଦି ଆପଣ ବି ଏହାକୁ ବ୍ୟବହାର କରିବାକୁ ଚାହୁଁଛନ୍ତି ଜାଣିରଖନ୍ତୁ ଟିପ୍ସ…

ବୟଫ୍ରେଣ୍ଡ ଜିନ୍ସର ସାଇଜ୍‌ ସାଧାରଣ ଜିନ୍ସଠାରୁ ସାମାନ୍ୟ ବଡ଼ ଏବଂ ଢିଲା ହୋଇଥିବାରୁ ଏହାକୁ ପିନ୍ଧିବା ଯେତିକି ସହଜ, ସେତିକି ଆରାମଦାୟକ ମଧ୍ୟ।
ଆଇସ୍‌ ବ୍ଲୁ କଲର ଆଙ୍କେଲ୍‌ ଲେନ୍ଥ ବୟଫ୍ରେଣ୍ଡ ଜିନ୍ସ ସହିତ ଫୁଲ୍‌ ସ୍ଲିଭ୍‌ ଟପ୍ସ ଏବଂ ହ୍ବାଇଟ୍‌ ସ୍ନିକର୍‌ ପିନ୍ଧିଲେ ଟ୍ରେଣ୍ଡି ଲୁକ୍‌ ପାଇପାରିବେ। ତା’ଛଡା ଏହି ଆଉଟ୍‌ଫିଟ୍‌ ଆପଣଙ୍କୁ ସ୍ମାର୍ଟ ଲୁକ୍‌ ମଧ୍ୟ ଦେବ।

ଏହିଭଳି ପ୍ୟାଣ୍ଟ ସହ ଲୁଜ୍‌ ଷ୍ଟ୍ରାଇଫ୍‌ ଶାର୍ଟର କମ୍ବିନେଶନ ଆଟ୍ରାକ୍ଟିଭ୍‌ ଲାଗିଥାଏ। ଖରାଦିନେ ଟାଇଟ୍‌ଫିଟ୍‌ ଜିନ୍ସ ଅନେକଙ୍କୁ ପିନ୍ଧିବାରେ ଅସୁବିଧା ହେଉଥିବା ବେଳେ ଏଭଳି ଢିଲା ପ୍ୟାଣ୍ଟ କମ୍ଫର୍ଟେବଲ ଲାଗିବା ସହ କ୍ଲାସି ଲୁକ୍‌ ଦିଏ। ବୟଫ୍ରେଣ୍ଡ ଜିନ୍ସ ସହିତ ପ୍ଲେନ୍‌ ଶାର୍ଟ, ଫ୍ଲାଟ୍‌ ସ୍ଲିପର୍‌ ଏବଂ ସ୍ଲିଙ୍ଗ୍‌ ବ୍ୟାଗ୍‌କୁ ଟିମ୍‌ଅପ୍‌ କଲେ ଆପଣ ଟ୍ରେଣ୍ଡି ଏବଂ ଫ୍ୟାଶନେବଲ୍‌ ଲାଗିବେ।
କ୍ରପ୍‌ ଟପ୍‌ ମଧ୍ୟ ଏହା ସହ ଟ୍ରେଣ୍ଡି ଲୁକ୍‌ ଦେଇଥାଏ। ସମର ଫ୍ୟାଶନ୍‌ରେ ଏହା ସହ ହ୍ବାଇଟ୍‌ କଟନ୍‌ ଶାର୍ଟ କିମ୍ବା ଟପ୍ସ ଟ୍ରାଏ କରନ୍ତୁ, ଟ୍ରେଣ୍ଡି ଲାଗିବେ। ଏହା ସହ ଟି ଏବଂ ରେଡ୍‌ ଷ୍ଟେଟ୍‌ମେଣ୍ଟ ଜ୍ୟାକେଟ୍‌ ମଡର୍ନ ଲୁକ୍‌ ଦେଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button