ଶନିବାର ଦିନ କରନ୍ତୁ ନାହିଁ ଏହି ଭୁଲ୍, ଖାଆନ୍ତୁ ନାହିଁ ଏହି 3 ଜିନିଷ, ସର୍ବନାଶ ହେବ ଶନିଦଶା ଲାଗିବ

ବନ୍ଧୁଗଣ ଶନିବାର ଦିନଟି ପ୍ରଭୁ ଶନିମହାରାଜାଙ୍କୁ ସମର୍ପିତ ଏକ ଦିନ ଅଟେ । ଏହି ବାରରେ ଶନିଦେବଙ୍କର ବିଶେଷ ଭାବେ ପୂଜା ଅର୍ଚନା କରାଯାଇଥାଏ । ପ୍ରଭୁ ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଇଥାଏ ଏହା ଆପଣଙ୍କୁ ନିଶ୍ଚୟ ଭାବେ ଜଣାଥିବ । ପ୍ରତ୍ଯେକ ବ୍ୟକ୍ତିର କର୍ମ ଅନୁଯାଇ ସେହି ବ୍ୟକ୍ତିକୁ ସେହିପରି ନ୍ୟାୟ ପ୍ରଦାନ କରିଥାନ୍ତି । ତେଣୁ ଏହି ଶନିବାର ଦିନ ଆପଣଙ୍କୁ କେଉଁ କାର୍ଯ୍ୟ କରିବା ଉଚିତ ଓ କେଉଁ କାର୍ଯ୍ୟ କରିବା ଅନୁଚିତ ! କେଉଁ ସବୁ ଖାଦ୍ୟ ଶନିବାର ଦିନ ଖାଇବା ଅନୁଚିତ ଏହି ସମସ୍ତ ତଥ୍ୟ ଆଜି ଏଠାରେ ଜାଣିବାକୁ ପାଇବେ ।

1- ଶନିବାର ଦିନ ସୂର୍ଯ୍ୟ ଉଦୟ ପରେ ଯେଉଁ ବ୍ୟକ୍ତି ଓସ୍ତ ଗଛର ପୂଜା କରିଥାଏ । ଗଛ ମୂଳରେ ଜଳ ଅର୍ପଣ କରିବା ସହ ସୋରିଷ ତେଲର ଦୀପ ଜଳାଇଥାଏ । ତେବେ ସେମାନଙ୍କ ଉପରେ ପ୍ରଭୁ ଶନିଦେବଙ୍କ ଆଶ୍ରୀବାଦ ବଜାୟ ରହିଥାଏ । ହେଲେ ରବିବାର ଦିନ ଭୁଲରେ ବି ଓସ୍ତ ଗଛର ପୂଜା କରନ୍ତୁ ନାହିଁ ।
2- ଯେଉଁ ବ୍ୟକ୍ତି ଶନିବାର ଦିନ କୁକୁର ମାନଙ୍କୁ ଖାଇବାକୁ ଦେଇ ତାଙ୍କର ସେବା କରିଥାନ୍ତି । ସେମାନଙ୍କ ଉପରେ ପ୍ରଭୁ ଶନିଦେବକୃପା କରିଥାନ୍ତି । ଯଦି ଶନିବାର ଦିନ କଳା ରଙ୍ଗର କୁକୁର କେଉଁଠାରେ ଦେଖିବାକୁ ପାଆନ୍ତି । ତେବେ ସୋରିଷ ତେଲରେ ପ୍ରସ୍ତୁତ ରୁଟିକୁ କୁକୁରଙ୍କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ବ୍ୟକ୍ତି ଉପରେ ଶନିଦଶା କେବେ ଲାଗିନଥାଏ ।

3- ଶନିବାର ଦିନ ଘରେ ଝୁଣା ଅବଶ୍ୟ ଜଳାନ୍ତୁ । କାରଣ ଝୁଣା ଶନିଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏଥିଦ୍ବାରା ଝୁଣାର ଧୂଆଁରେ ଘରେ ଥିବା ସବୁ ନକରାତ୍ମକତା ଘରୁ ଚାଲିଯାଇଥାଏ । ଘରେ ସୁଖ, ଶାନ୍ତି ବନି ରହିଥାଏ ।
4- ଶନିବାର ଦିନ ପ୍ରଭୁ ଶନିଙ୍କ ମନ୍ଦିରକୁ ଯାଇ ସୋରିଷ ତେଲର ଦୀପ ଜାଳନ୍ତୁ । ଏହା ଦ୍ଵାରା ଆପଣଙ୍କ ମନବାଞ୍ଛା ପୂରଣ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଶନି ସାଢେଷାତି ଲାଗିଥାଏ । ତାହା ମଧ୍ୟ ଏପରି ଭାବେ ଶନିବାର ଦିନ ଶନିଦେବ ମନ୍ଦିରରେ ସୋରିଷ ତେଲର ଦୀପ ଜାଳିବା ଦ୍ଵାରା ସବୁ କିଛି ଠିକ ହୋଇଯାଇଥାଏ ।

5- ଶନିବାର ଦିନ ବିବାହିତା ଝିଅ ମାନେ ନିଜ ଶାଶୁଘରକୁ ଯିବା ଅନୁଚିତ । ଏହା ଛଡା ଶନିବାର ଦିନ ତେଲ, କାଠ, କୋଇଲା, ଲୁଣ ଓ ଲୁହାର ବସ୍ତୁ ଗୁଡିକୁ କିଣାବିକା କରିବା ଉଚିତ ନୁହେଁ । ନଚେତ ବ୍ୟକ୍ତି ଜୀବନକୁ ଦୁର୍ଭାଗ୍ୟ ମାଡି ଆସିଥାଏ ।
6- ଶନିବାର ଦିନ କ୍ଷୀର ଜାତୀୟ ପଦାର୍ଥ, ଆମ୍ବର ଆଚାର, ବାଇଗଣ ଓ ନାଲି ଲଙ୍କା ଖାଇବାକୁ ବାରଣ କରାଯାଇଥାଏ ।




