IBN ଓଡ଼ିଶା ବ୍ୟୁରୋ

ପୋର୍ସେ କାର ଦୁର୍ଘଟଣା: ଅଭିଯୁକ୍ତଙ୍କ ବନ୍ଧୁଙ୍କ ରକ୍ତ ନମୁନା ବଦଳାଇବା ଅଭିଯୋଗରେ ୨ ଗିରଫ

ପୋର୍ସେ କାର ଦୁର୍ଘଟଣା ମାମଲାରେ ନାବାଳକ ଅଭିଯୁକ୍ତଙ୍କ ବନ୍ଧୁଙ୍କ ରକ୍ତ ନମୁନା ବଦଳାଇଥିବା ଅଭିଯୋଗରେ ପୁଣେ ପୁଲିସର କ୍ରାଇମ ବ୍ରାଞ୍ଚ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୋମବାର ବିଳମ୍ବିତ ରାତିରେ ଏହି ୨ ଜଣଙ୍କୁ ଗିରଫ କରାଯିବା ସହିତ ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସଂଖ୍ୟା ନଅକୁ ବୃଦ୍ଧି ପାଇଛି।

ପୂର୍ବରୁ ପୁଣେ ପୋର୍ସେ କାର୍‌ ଦୁର୍ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଥିଲା।

ପୁଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ଦୁର୍ଘଟଣା ସମୟରେ କାରରେ ଥିବା ଅଭିଯୁକ୍ତଙ୍କ ନାବାଳକ ବନ୍ଧୁଙ୍କ ରକ୍ତ ନମୁନାକୁ ରାଜ୍ୟ-ଚାଳି୍ ସାସୁନ୍‌ ହସ୍ପିଟାଲରେ ଦୁଇ ଜଣଙ୍କ ସହ ଅଦଳବଦଳ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ନାବାଳକର ପିତା ଥିଲେ।

ଡାକ୍ତରୀ ପରୀକ୍ଷା ପାଇଁ ଦୁର୍ଘଟଣା ପରେ ସାସୁନ୍‌ ହସ୍ପିଟାଲକୁ ନିଆଯାଇଥିବା ଅଭିଯୁକ୍ତଙ୍କ ରକ୍ତ ନମୁନାକୁ ମଧ୍ୟ ତାଙ୍କ ମା’ଙ୍କ ସ୍ଥାନରେ ବଦଳାଇ ଦିଆଯାଇଥିବା ଅନୁସନ୍ଧାନରୁ ଜଣାପଡିଛି।

ମେ’ ୧୯ରେ ନିଶାଗ୍ରସ୍ତ ହୋଇ ଦ୍ରୁତ ଗତିରେ ପୋର୍ସେ କାର୍ ଚଳାଉଥିବା ବେଳେ ୨ଜଣ ଇଞ୍ଜିନିୟରଙ୍କୁ ଧକ୍କା ଦେଇଥିଲେ ନାବାଳକ। ଏହା ଫଳରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button