IBN ଓଡ଼ିଶା ବ୍ୟୁରୋ

ମୋରମ ଖାଦାନ ପୋଖରୀରେ ପଡ଼ି ଯୁବକଙ୍କ ମୃତ୍ୟୁ

ମୋରମ ଖାଦାନ ପୋଖରୀରେ ପଡ଼ି ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି। ସେ ହେଲେ ସୋର ବ୍ଲକ ଗୋପୀନାଥପୁର ପଂଚାୟତ ଦିଗି ଭଅଁରା ଗ୍ରାମର ଲକ୍ଷ୍ମୀଧର ସାମଲ(୪୭)। ଲକ୍ଷ୍ମୀଧର ଗତକାଲି ଅପରାହ୍ଣରୁ ଘରକୁ ଫେରିନଥିବା ବେଳେ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଗତକାଲି ଲକ୍ଷ୍ମୀଧର ଘର ଠାରୁ କିଛି ଦୂରରେ ଥିବା ମୋରମ ଖାଦାନ ପଟେ ଯାଉଥିବାର କିଛି ଲୋକ ଦେଖିଥିବା ଜାଣିବା ପରେ ପରିବାର ଲୋକେ ଉକ୍ତ ପରିତ୍ୟକ୍ତ ପୋଖରୀରେ ଖୋଜାଖୋଜି କରିଥିଲେ।

ପରେ ସୋର ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟ ପରିଶ୍ରମ କରି ପ୍ରାୟ ୨୫ ଫୁଟ ଗଭୀରରୁ ଲକ୍ଷ୍ମୀଧରଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button