IBN ଓଡ଼ିଶା ବ୍ୟୁରୋ

ରାତିରେ ଭିଯାଇ ସକାଳୁ ଖାଇ ନିଅନ୍ତୁ, ଡାଇବେଟିସ, ୟୁରିକ ଏସିଡ, କୋଲେଷ୍ଟ୍ରୋଲ ଓ ମୋଟପା ଭଳି ଅନେକ ରୋଗ ହେବ ଭଲ

ନମସ୍କାର ବନ୍ଧୁଗଣ, କଣ ଆପଣ ମଧ୍ୟ ଡାଇବେଟିସ, ମୋଟାପଣ, ଆଣ୍ଠୁ ଗଣ୍ଠି ସମସ୍ୟା ପାଇଁ ଚିନ୍ତାରେ ଅଛନ୍ତି । ତେବେ ଆଜି ଆମେ ଆପଣଙ୍କର ସେହି ଚିନ୍ତାକୁ ଦୂର କରିବା ପାଇଁ ଯାଉଛି ଏମିତି କିଛି ଉପାୟ ଦ୍ଵାରା ଯାହାକୁ କରିବା ଦ୍ଵାରା ଏହି ସମସ୍ତ ରୋଗକୁ ଆପଣ ନିଜ ଆୟତ୍ତରେ ରଖିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସମସ୍ତ ରୋଗକୁ ନଷ୍ଟ କରିବା ନିମତେ ଦୁଇଟି ଉପାୟ ବିଷୟରେ ।

ପ୍ରଥମ: ଏହି ଉପାୟଟିକୁ ବନେଇବା ପାଇଁ ପ୍ରଥମେ ଗୋଟିଏ ପାତ୍ର ବସାଇ ସେଥିରେ ଏକ ଗ୍ଳାସ ପାଣି ଢାଳନ୍ତୁ ଏବଂ ସେଥିରେ ଅଧ ଚାମଚ କରଞ୍ଜି ପକାନ୍ତୁ । ଏବଂ ଏହାପରେ ସେଥିରେ ଅଧ ଚାମଚ ଜୀରା ପକାନ୍ତୁ । ଏହିସବୁର ମାତ୍ରା ଆପଣଙ୍କୁ କମ ନବା ଦରକାର । କାରଣ ଏହି ଦୁଇଟି ଯାକ ବହୁତ ଶକ୍ତିଶାଳୀ ହୋଇଥାନ୍ତି ରୋଗ ପାଇଁ । ତେଣୁ ଏହିସବୁର ମାତ୍ର ଅଧିକ ହେବ ଦ୍ଵାରା ଶରୀରର କ୍ଷତି ହୋଇପାରେ ।

ଏବେ ସେହି ଦୁଇଟିକୁ ପଣି ସହ ଭଲ ଭାବେ ଫୁଟାଇ ଦିଅନ୍ତୁ । ପାଣି ଅଧା ହବା ପର୍ଯ୍ୟନ୍ତ ଧୀର ଆଞ୍ଚରେ ଫୁଟାନ୍ତୁ । ଏହାପରେ ଆପଣ ସେହି ପାଣିକୁ ଛାଣି ନେବେ । ଏହାପରେ ସ୍ଵାଦ ପାଇଁ ଆପଣ ଏଥିରେ ଗୁଡ ବା ମହୁ ମଧ୍ୟ ମିଶାଇ ପାରିବେ । ଡାଇବେଟିସରେ ରୋଗରେ ଥିବା ବ୍ୟକ୍ତି ଗୁଡ କିମ୍ବା ମହୁର ବ୍ୟବହାର କରିବେ ନାହିଁ । ଏହାକୁ ଆପଣ ସକାଳ ଖାଇବାର ଅଧ ଘଣ୍ଟା ପୂର୍ବରୁ ପିଅନ୍ତୁ ।

ଏହାକୁ ପିଇବାର ଅଧ ଘଣ୍ଟା ପରେ ହିଁ କିଛି ଖାନ୍ତୁ । ଏହି କଥାକୁ ଧ୍ୟାନରେ ରଖନ୍ତୁ । ଥଣ୍ଡା ବା କାଶ ହେଉଥିବା ଲୋକ ମଧ୍ୟ ଏହାର ସେବନ କରିପାରିବେ । ଦିତୀୟ: ବାତ ପିତକୁ ଦୂର କରିବାକୁ ଚାହୁଁଥିବା ବ୍ୟକ୍ତି ଜାଣନ୍ତୁ ଏହି ଉପାୟଟିକୁ ; ଗ୍ୟାସରେ ଗୋଟିଏ ପାତ୍ର ବସାଇ ସେଥିରେ ଏକ ଗ୍ଳାସ ପାଣି ଢାଳନ୍ତୁ  ସେଥିରେ କରଞ୍ଜି ଏବଂ ଜୀରା ପକାନ୍ତୁ ।

ଏହା ସହ ସେଥିରେ ମୁଲାଠି ଆଣି ପକେଇ ଫୁଟାନ୍ତୁ । ପାଣିକୁ ଅଧା ହେବା ପର୍ଯ୍ୟନ୍ତ ଭଲ ଭାବେ ଫୁଟାନ୍ତୁ । ଏହା କରିବାଦ୍ଵାରା ଶରୀରରେ ତାପମାତ୍ରା ବଢିବ ନାହିଁ କିମ୍ବା ପିତ୍ତ ମଧ୍ୟ ବଢିବ ନାହିଁ । ଏହାକୁ ଚାହା ଭଳି ପିଅନ୍ତୁ । ସକାଳ ଖାଇବାର ଅଧ ଘଣ୍ଟା ପୂର୍ବରୁ ହିଁ ଆପଣ ଏହାର ସେବନ କରନ୍ତୁ ।

ସମସ୍ତ ରୋଗରୁ ଭବିଷ୍ୟତରେ ମୁକ୍ତି ପାଇବା ପାଇଁ ଚାହୁଁଥିଲେ ଜୀରା ଏବଂ କରଞ୍ଜି ଗ୍ରାଇଣ୍ଡିଙ୍ଗ କରି ପାଉଡର କରି ରଖନ୍ତୁ । ଏବଂ ରୁଟି କରିବା ସମୟରେ ସବୁଦିନ ଅଟା ଚକଟାରେ ମିଶାଇ ଅଟା ଦଳନ୍ତୁ ଏବଂ ରୁଟି କରନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟତି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲନ୍ତୁନି ।

Related Articles

Leave a Reply

Your email address will not be published. Required fields are marked *

Back to top button